ଓଡିଶା

odisha

ETV Bharat / bharat

ଫାରୁକ୍ ଅବଦୁଲ୍ଲାଙ୍କ ମୁକ୍ତିକୁ ସ୍ବାଗତ କଲେ ଅକାଳି ଦଳ ମୁଖ୍ୟ

ନ୍ୟାସନାଲ କନଫରେନ୍ସର ନେତା ଫାରୁକ୍ ଅବଦୁଲ୍ଲାଙ୍କ ଗୃହବନ୍ଦୀରୁ ମୁକ୍ତିକୁ ସ୍ବାଗତ କରିଛନ୍ତି ଶିରୋମଣି ଅକାଳି ଦଳ ମୁଖ୍ୟ ତଥା ପାଞ୍ଚ ଥରର ପଞ୍ଜାବ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

By

Published : Mar 15, 2020, 8:53 AM IST

ଚଣ୍ଡିଗଡ଼: ଶିରୋମଣି ଅକାଳି ଦଳ ମୁଖ୍ୟ ତଥା ପାଞ୍ଚ ଥରର ପଞ୍ଜାବ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲ , ନ୍ୟାସନାଲ କନଫରେନ୍ସର ନେତା ଫାରୁକ୍ ଅବଦୁଲ୍ଲାଙ୍କ ଗୃହବନ୍ଦୀରୁ ମୁକ୍ତିକୁ ସ୍ବାଗତ କରିଛନ୍ତି । ଏହାସହ ଅନ୍ୟ ସମସ୍ତ ଗୃହବନ୍ଦୀ ନେତାଙ୍କ ମୁକ୍ତି ଖୁବଶୀଘ୍ର ହେବା ନେଇ ଆଶାବ୍ୟକ୍ତ କରିଛନ୍ତି ।

ଚଣ୍ଡିଅଗଡରେ ସେ ଏକ ବିବୃତ୍ତିରେ ‘ଏହି ପଦକ୍ଷେପ ଭାରତ ସରକାରଙ୍କ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ଏବଂ ଧର୍ମନିରପେକ୍ଷ ଗଣତନ୍ତ୍ର ଭାବରେ ଦେଶର ଭାବମୂର୍ତ୍ତିକୁ ଆହୁରି ବୃଦ୍ଧି କରିବାରେ ସହାୟକ ହେବ’ କହିଛନ୍ତି ।

ଏହିଭଳି ଅଧିକରୁ ଅଧିକ ଜନହିତକାରୀ ପଦକ୍ଷେପ କାଶ୍ମୀର ଘାଟିରେ ଗଣତନ୍ତ୍ର ଏବଂ ନାଗରିକ ସ୍ବାଧୀନତାର ପୁନରୁଦ୍ଧାରକୁ ସୁଗମ କରିବ । ଏହାସହ ଉପତ୍ୟକାରେ ସାଧାରଣ ବାତାବରଣ ସୃଷ୍ଟି କରିବା ପାଇଁ ସହାୟକ ହେବ ବୋଲି ସେ କହିଛନ୍ତି ।

ସବୁ ଦିଗରୁ ଧର୍ମନିରପେକ୍ଷ ତଥା ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସମ୍ମାନ କେବଳ ଶାନ୍ତି, ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ଏବଂ ସାମାଜିକ ସ୍ଥିରତା ପାଇଁ ନୁହେଁ ବରଂ ଭାରତକୁ ଅର୍ଥନୌତିକ ପ୍ରଗତି ସହ ଅଗ୍ରଣୀ ବିଶ୍ବ ଶକ୍ତିରେ ପରିଣତ କରିବା ପାଇଁ ସହାୟକ ହେବ ବୋଲି କହିଛନ୍ତି ।

ଏଠାରେ ସୂଚନା ଯୋଗ୍ୟ ଯେ, ପୂର୍ବତନ ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବଦୁଲ୍ଲା ଦୀର୍ଘ ୭ ମାସ ଧରି ଅଟକ ରହିବା ପରେ ଶନିବାର ମୁକୁଳିଛନ୍ତି । ଜମ୍ମୁ କାଶ୍ମୀର ପ୍ରଶାସନ ଫାରୁକ୍‌ଙ୍କ ବିରୋଧରେ ଲାଗିଥିବା ପିଏସ୍‌ଏ ପ୍ରତ୍ୟାହାର କରିନେବା‌ ପରେ ଫାରୁକ୍‌ ମୁକ୍ତ ହୋଇଛନ୍ତି ।

ABOUT THE AUTHOR

...view details