ଓଡିଶା

odisha

ETV Bharat / bharat

ଖେଳ ଖେଳରେ ପିଲା ଦେଲେ ସାମାଜିକ ଦୁରତ୍ବ ଶିକ୍ଷା, ଭିଡିଓ ସେୟାର କଲେ ମୋଦି - bachhon-ne-khel-khel-me-jo-bata-diya-pm-modi

ଖେଳ ଖେଳରେ ପିଲା ଶିଖାଇଲେ ସାମାଜିକ ଦୁରତ୍ବ। ପିଲାଙ୍କ ଏହି ଖେଳକୁ ମୋଦି ପ୍ରଶଂସା କରିବା ସହ ଏଥିରୁ ସମସ୍ତେ କିଛି ଶିକ୍ଷା ଗ୍ରହଣ ପାଇଁ ଲେଖିଛନ୍ତି। ଅଧିକ ଖବର ପଢନ୍ତୁ...

bachhon-ne-khel-khel-me-jo-bata-diya-pm-modi
ଖେଳ ଖେଳରେ ପିଲା ଦେଲେ ସାମାଜିକ ଦୁରତ୍ବ ଶିକ୍ଷା, ଭିଡିଓ ସେୟାର କଲେ ମୋଦି

By

Published : Apr 17, 2020, 10:00 AM IST

ନୂଆଦିଲ୍ଲୀ: ସାନ ସିନା କାମ ତା ମହାନ। ବୟସରେ ଛୋଟ ହେଲେ ସେମାନଙ୍କ ବୁଦ୍ଧିରୁ ବଡ ମାନେ ବି କିଛି ଶିଖିବା ଦରକାର। ଖେଳ ଖେଳରେ ଛୋଟ ପିଲାମାନେ ଦେଶବାସୀଙ୍କୁ ଯାହା ଶିକ୍ଷା ଦେଲେ ତାହା ବାସ୍ତବରେ ଶିକ୍ଷଣୀୟ ବୋଲି ପ୍ରଧାନମନ୍ତ୍ରୀ ଏକ ଭିଡିଓ ସେୟାର କରି କହିଛନ୍ତି।

ଖେଳ ଖେଳରେ ପିଲା ଦେଲେ ସାମାଜିକ ଦୁରତ୍ବ ଶିକ୍ଷା, ଭିଡିଓ ସେୟାର କଲେ ମୋଦି

ତେବେ ଗୁରୁବାର ପ୍ରଧାନମନ୍ତ୍ରୀ ଏପରି କିଛି ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ଜଣେ ପିଲା ତାର ସାଙ୍ଗଙ୍କ ସହ ଖେଳୁଥିବା ବେଳେ ଖେଳ ମାଧ୍ୟମରେ ସାମାଜିକ ଦୁରତ୍ବ ବୁଝାଉଛି। କୋରୋନା ମହାମାରୀକୁ ରୋକିବା ପାଇଁ ସାମାଜିକ ଦୁରତ୍ବ ହିଁ ଏକମାତ୍ର ବିକଳ୍ପ ଏହି ଭିଡିଓରେ ଦେଖିବାକୁ ମିଳିଛି। ପିଲାଙ୍କ ଏହି ଖେଳକୁ ମୋଦି ପ୍ରଶଂସା କରିବା ସହ ଏଥିରୁ ସମସ୍ତେ କିଛି ଶିକ୍ଷା ଗ୍ରହଣ ପାଇଁ ଲେଖିଛନ୍ତି।

ଭିଡିଓଟି ରେ ପାଞ୍ଚ ଜଣ ପିଲା କିଛି ଇଟା ସହିତ ଖେଳୁଥିବା ଦେଖାଯାଇଛି। ଅନ୍ୟମାନଙ୍କ ମଧ୍ୟରୁ ଆମେ କିପରି କୋରୋନା ଭାଇରସର ବିସ୍ତାରକୁ ବନ୍ଦ କରିପାରିବା ତାହା ବୁଝାଇବା ପାଇଁ ସେମାନଙ୍କ ମଧ୍ୟରୁ ଜଣେ ପିଲା ଶିକ୍ଷକ ଭୂମିକାରେ ଅଭିନୟ କରିବା ସହ ଶିକ୍ଷା ଦେଉଛି।

ବିଶ୍ବ ଲଢୁଛି କୋରୋନା ଯୁଦ୍ଧ। ଏହି ସମୟରେ ସାରା ଦେଶ ଲକଡାଉନ ଥିବା ବେଳେ ସାମାଜିକ ଦୁରତ୍ବକୁ ଅଧିକ ପ୍ରାଧାନ୍ୟ ଦିଆଯାଇଛି। ତେବେ ଅନେକ ସଚେତନତା କରାଯିବା ସହ ଲୋକମାନଙ୍କୁ ଏହି ମହାମାରୀ ସମ୍ପର୍କରେ ବୁଝାଯାଇଛି।

ABOUT THE AUTHOR

...view details