ଓଡିଶା

odisha

ETV Bharat / bharat

SOGରେ ସର୍ବୋତ୍ତମ ସେବା ପାଇଁ ପରିଚିତ ଥିଲେ ଶହୀଦ ବାବୁରାମ

ଏଏସ୍ଆଇ ବାବୁ ରାମ SOG ରେ ଅତୁଳନୀୟ କାର୍ଯ୍ୟଦକ୍ଷତା ଓ ପ୍ରଦର୍ଶନ ପାଇଁ ଜଣାଶୁଣା ଥିଲେ । ଆତଙ୍କବାଦୀ ବିରୋଧୀ ଅପରେସନ୍ ହେଉ କି ଶ୍ରୀନଗରରେ ସନ୍ତ୍ରାସବାଦୀ ଆକ୍ରମଣକୁ ରୋକିବା ସର୍ବଦା ସେ ଆଗରେ ରହୁଥିଲେ । ରାମଙ୍କ କାର୍ଯ୍ୟଦକ୍ଷତା ପାଇଁ ତାଙ୍କୁ ଦୁଇ ଥର ପଦୋନ୍ନତି ମିଳିଥିଲା । ଅଧିକ ପଢନ୍ତୁ...

SOGରେ ସର୍ବୋତ୍ତମ ସେବା ପାଇଁ ଜଣାଶୁଣା ଥିଲେ ଶହୀଦ ଏଏସଆଇ ବାବୁ ରାମ
SOGରେ ସର୍ବୋତ୍ତମ ସେବା ପାଇଁ ଜଣାଶୁଣା ଥିଲେ ଶହୀଦ ଏଏସଆଇ ବାବୁ ରାମ

By

Published : Aug 31, 2020, 12:42 PM IST

ଶ୍ରୀନଗର: ଆତଙ୍କବାଦୀଙ୍କ ସହ ସଂଘର୍ଷ କରି ଶହୀଦ ହୋଇଛନ୍ତି ଏଏସଆଇ ବାବୁ ରାମ । ଜମ୍ମୁ-କଶ୍ମୀର ପୋଲିସର ସ୍ପେଶାଲ ଅପରେସନ୍ ଗ୍ରୁପ୍ (SOG) ରେ 18 ବର୍ଷର କାର୍ଯ୍ୟକାଳରେ ସେ ଆତଙ୍କବାଦୀଙ୍କ ଅପରେସନରେ ସର୍ବଦା ଆଗରେ ରହୁଥିଲେ । ଏନେଇ ସୂଚନା ଦେଇଛନ୍ତି ଜମ୍ମୁ-କାଶ୍ମୀରର ଜଣେ ପୋଲିସ ଅଧିକାରୀ । ରବିବାର ଶ୍ରୀନଗର ପାନ୍ଥ ଚୌକରେ ଆତଙ୍କବାଦୀଙ୍କ ସହ ସଂର୍ଘଷ କରି ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର ବାବୁ ରାମ ଶହୀଦ ହୋଇଥିଲେ । ଏହି ଏନକାଉଣ୍ଟରରେ 3 ଜଣ ଲଶ୍କର-ତୈଇବାର ଆତଙ୍କୀ ମଧ୍ୟ ନିପାତ ହୋଇଥିଲେ ।

ଏଏସଆଇ ରାମ ପୁଞ୍ଚ ଜିଲ୍ଲାର ସୀମାନ୍ତ ସହର ମେନଧର ବାସିନ୍ଦା । ଜୁଲାଇ 30, 1999 ରେ ଜଣେ କନଷ୍ଟେବଳ ଭାବରେ ଯୋଗ ଦେଇଥିଲେ । ମୌଳିକ ଇନଡକ୍ସନ୍ ଟ୍ରେନିଂ ସମାପ୍ତ କରିବା ପରେ ତାଙ୍କୁ 27 ଜୁଲାଇ 2002 ସ୍ବେଚ୍ଛାକୃତ ଭାବେ ତାଙ୍କୁ SOG ରେ ପୋଷ୍ଟିଂ କରାଯାଇଥିଲା । ଏନେଇ ଜଣେ ପୋଲିସ ଅଧିକାରୀ କହିଛନ୍ତି । ଏହା କିଛି ଦିନ ପୂର୍ବରୁ ଲାଲ ଚକରେ ସାଧାରଣ ନାଗରିକଙ୍କୁ ସ୍ଥାନାନ୍ତର କରିବା ବେଳେ ଆତଙ୍କବାଦୀଙ୍କ ସହ ଏନକାଉଣ୍ଟର ଘଟି ଅଧିକାରୀ ଆହତ ହୋଇଥିଲେ କିନ୍ତୁ ସୁସ୍ଥ ହେବା ପରେ କାର୍ଯ୍ୟକୁ ଫେରିଥିଲେ ।

ଶ୍ରୀନଗରରେ ବିଭିନ୍ନ ଆତଙ୍କବାଦୀ ବିରୋଧୀ କାର୍ଯ୍ୟରେ ତାଙ୍କର ଅତୁଳନୀୟ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ରାମ ଦୁଇଟି ପଦୋନ୍ନତି ପାଇଥିଲେ। ସେ ଜଣେ ପୁଙ୍ଖାନୁପୁଙ୍ଖ ବୃତ୍ତିଗତ ଥିଲେ ଏବଂ SOG ରେ ସର୍ବୋତ୍ତମ ସେବା ପ୍ରଦାନ କରିଥିଲେ ବୋଲି ପୋଲିସ ଅଧିକାରୀ ଜଣକ କହିଛନ୍ତି।

ମେ 15 , 1972 ରେ ମେନଧର ଧରାନା ଗାଁର ଜନ୍ମିତ ରାମ ।ପିଲାଟି ଦିନରୁ ସେ ASI ସଶସ୍ତ୍ର ବାହିନୀରେ ଯୋଗଦେବାକୁ ଲକ୍ଷ୍ୟ ରଖିଥିଲେ। ସେ ପୋଲିସ ଫୋର୍ସରେ ନବାଗତ ପାଇଁ ଏକ ଆଦର୍ଶ ଥିଲେ । ତାଙ୍କର ସାହସ ଏବଂ ନିଷ୍ଠା ଅତ୍ୟନ୍ତ ବ୍ୟତିକ୍ରମ ଥିଲା ବୋଲି ପୋଲିସ ଅଧିକାରୀ ଜଣକ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details