ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଶୁକ୍ରବାର ପୂର୍ବତନ ବିଜେପି ନେତା ଏଲକେ ଆଡଭାନୀ, ଏମଏମ ଯୋଶୀ ଓ ଉମା ଭାରତୀଙ୍କ ସହ ଜଡିତ 1992 ବାବ୍ରି ମସଜିଦ ଭାଙ୍ଗିବା ମାମଲାର ଶୁଣାଣି ଶେଷ କରିବାର ସମୟକୁ ତିନିମାସ ବଢେଇ ଦେଇଛନ୍ତି । ଏହି ଶୁଣାଣି ଅଗଷ୍ଟ 31 ସୁଦ୍ଧା ପ୍ରଦାନ କରାଯିବ ବୋଲି କହିଛନ୍ତି।
ବିଚାରପତି ଆରଏଫ୍ ନରିମାନ ଓ ସୂର୍ଯ୍ୟ କାନ୍ତଙ୍କ ଖଣ୍ଡପୀଠ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ମାମଲାର ଶୁଣାଣି କରିଥିଲେ । ଏହା ଏକ ରାଜନୈତିକ ସମ୍ବେଦନଶୀଳ ମାମଲା ହୋଇଥିବାରୁ ଏହାର ଶୁଣାଣି ସମୟକୁ ବଢାଇବାକୁ ଚାହୁଁଥିବା ସ୍ବତନ୍ତ୍ର ବିଚାରପତିଙ୍କଠାରୁ ଏକ ଚିଠି ପାଇବା ପରେ ଏହି ନିର୍ଦ୍ଦେଶ ଦିଆଯାଇଛି ।
ଶୁଣାଣିରେ କୁହାଯାଇଛି, 6 ମେ 2020ରେ ଏକ ଚିଠି ଆଧାରରେ ଏହି ଶୁଣାଣିକୁ 31 ଅଗଷ୍ଟ ଯାଏଁ ବୃଦ୍ଧି କରାଯାଉଛି । ଅଗଷ୍ଟ ସୁଦ୍ଧା ସମସ୍ତ ପ୍ରମାଣ ଦେବାକୁ କୋର୍ଟ କହିଛି । ଗତ ବର୍ଷ ଜୁଲାଇ 19 ରେ ସର୍ବୋଚ୍ଚ ନ୍ୟାୟାଳୟ ସ୍ବତନ୍ତ୍ର ବିଚାରପତିଙ୍କୁ 9 ମାସ ମଧ୍ୟରେ ଏହି ରାୟ ପ୍ରଦାନ କରିବାକୁ କହିଥିଲେ ଯାହାର ଅବଧି ଏପ୍ରିଲରେ ଶେଷ ହୋଇଛି।
ଆଡଭାନୀ, ଯୋଶୀ ଓ ଉମା ଭାରତୀଙ୍କ ଷଡଯନ୍ତ୍ର ରଚାଯାଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ରାଜସ୍ଥାନର ପୂର୍ବତନ ରାଜ୍ୟପାଳ କଲ୍ୟାଣ ସିଂ, ବିଜେପି ସାଂସଦ ବିନୟ କାଟିଆର ଏବଂ ସାଧବୀ ରୀତାମ୍ବର ମଧ୍ୟ ଅଛନ୍ତି ତେଣୁ 19 ଏପ୍ରିଲ 2017ରେ ସୁପ୍ରିମକୋର୍ଟରେ ସେମାନଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ କରାଯାଇଛି ।
ଅନ୍ୟ ତିନି ଜଣ ଅଭିଯୁକ୍ତ ଗିରିରାଜ କିଶୋର, ବିଶ୍ବ ହିନ୍ଦୁ ପରିଷଦ ନେତା ଅଶୋକ ସିଙ୍ଗଲ ଓ ବିଷ୍ଣୁ ହରି ଡାଲମିଆଙ୍କ ମୃତ୍ୟୁ ହୋଇଥିବାରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବନ୍ଦ କରାଯାଇଥିଲା। କଲ୍ୟାଣ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଥିବା ସମୟରେ ବାବରୀ ମସଜିଦର ବିବାଦୀୟ ଢାଞ୍ଚା ଭଙ୍ଗା ଯାଇଥିଲା, ରାଜ୍ୟପାଳ ଭାବରେ ତାଙ୍କର କାର୍ଯ୍ୟକାଳ ଶେଷ ହେବା ପରେ ଗତ ବର୍ଷ ସେପ୍ଟେମ୍ବରରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା।
ଗତ ଜୁଲାଇରେ ଶୀର୍ଷ ଅଦାଲତ କହିଥିଲେ ଯେ ଏହି ରାଜନୈତିକ ସମ୍ବେଦନଶୀଳ ମାମଲାରେ ପ୍ରମାଣର ରେକର୍ଡିଂ 6 ମାସ ମଧ୍ୟରେ ଶେଷ ହେବା ଉଚିତ ଓ 9 ମାସ ମଧ୍ୟରେ ଏହି ମାମଲାର ବିଚାର ପ୍ରସ୍ତୁତ ହେବା ଉଚିତ।
ବିବାଦୀୟ ଢାଞ୍ଚାକୁ ଧ୍ବସଂ କରିବାରେ କିଛି ରାଜନୈତିକ ବ୍ୟକ୍ତିଙ୍କ ଚକ୍ରାନ୍ତ ଥିଲା । ସେହିପରି କିଛି ରାଜନୈତିକ ବ୍ୟକ୍ତିବିଶେଷଙ୍କ ଭୂମିକା ନିମ୍ନରେ..
ଏଲକେ ଆଡଭାନୀଙ୍କ ଭୂମିକା-
1990 ମସିହାରେ ଭାରତୀୟ ଜନତା ପାର୍ଟି (ବିଜେପି) ଜାତୀୟ ସ୍ତରରେ ଏହାର ପାଦଚିହ୍ନ ବିସ୍ତାର କରିବାକୁ ଆଶା ରଖିଥିଲା। 1984 ସାଧାରଣ ନିର୍ବାଚନରେ ଦଳ ଲୋକସଭାରେ ମାତ୍ର ଦୁଇଟି ଆସନ ଜିତିଥିଲା । 1989 ସୁଦ୍ଧା ଦଳ 80 ରୁ ଅଧିକ ସିଟ୍ ଜିତିଥିଲା। ଆଡଭାନୀ 1989 ରୁ ଦଳର ସଭାପତି ହୋଇ ଏକ ରଥଯାତ୍ରା କରିଥିଲେ। ଏହା ଅଯୋଧ୍ୟାରେ ଶେଷ ହେବାର ଥିଲା କିନ୍ତୁ ବିହାରର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ତାଙ୍କୁ ଅଟକାଇ ଆଡଭାନୀଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ।