ଓଡିଶା

odisha

ବାବରୀ ମସଜିଦ ଧ୍ବଂସ ମାମଲା: ମୁରଲୀ ମନୋହର ଯୋଶୀଙ୍କ ବୟାନ ରେକର୍ଡ କଲା ସ୍ବତନ୍ତ୍ର ସିବିଆଇ କୋର୍ଟ

By

Published : Jul 23, 2020, 2:51 PM IST

ଏହି ମାମଲାର ଶୁଣାଣି ଅଗଷ୍ଟ 31 ତାରିଖ ସୁଦ୍ଧା ଶେଷ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ନିର୍ଦ୍ଦେଶ ଅନୁଯାୟୀ ସିବିଆଇ କୋର୍ଟ ଦିନିକିଆ ଶୁଣାଣି କରୁଛନ୍ତି।

ବାବରୀ ମସଜିଦ ଧ୍ବଂସ ମାମଲା
ବାବରୀ ମସଜିଦ ଧ୍ବଂସ ମାମଲା

ନୂଆଦିଲ୍ଲୀ: ଅଯୋଧ୍ୟା ବାବରୀ ମସଜିଦ ଧ୍ବଂସ ମାମଲାରେ ଗୁରୁବାର ବରିଷ୍ଠ ବିଜେପି ନେତା ମୁରଲୀ ମନୋହର ଯୋଶୀଙ୍କ ବିବୃତ୍ତି ରେକର୍ଡ କରିଛି ସ୍ବତନ୍ତ୍ର ସିବିଆଇ କୋର୍ଟ । 86 ବର୍ଷୀୟ ନେତାଙ୍କ ବିବୃତ୍ତି ଭିଡିଓ କନଫରେନ୍ସ ଜରିଆରେ ସ୍ୱତନ୍ତ୍ର ବିଚାରପତି ଏସ କେ ଯାଦବଙ୍କ ଉପସ୍ଥିତିରେ ରେକର୍ଡ କରାଯାଇଛି ।

ସେପଟେ ଏହି ମାମଲାରେ ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କ ବୟାନ ଜୁଲାଇ 24ରେ ରେକର୍ଡ କରାଯିବ ବୋଲି ସୂଚନା ମିଳିଛି । ତାଙ୍କର ବିବୃତ୍ତି ସିଆରପିସିର ଧାରା 313 ଅନୁଯାୟୀ ରେକର୍ଡ ହେବ । ଏହି ମାମଲାରେ କୋର୍ଟ 32 ଅଭିଯୁକ୍ତଙ୍କ ବିବୃତ୍ତି ରେକର୍ଡ କରୁଛନ୍ତି ।

ଏହି ମାମଲାର ଶୁଣାଣି ଅଗଷ୍ଟ 31 ତାରିଖ ସୁଦ୍ଧା ଶେଷ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ନିର୍ଦ୍ଦେଶ ଅନୁଯାୟୀ ସିବିଆଇ କୋର୍ଟ ଦିନିକିଆ ଶୁଣାଣି କରୁଛନ୍ତି।

ତେବେ ଏହାପୂର୍ବରୁ କୋର୍ଟ ଅଭିଯୁକ୍ତ ସୁଧୀର କକ୍କାଦଙ୍କ ବିବୃତ୍ତି ରେକର୍ଡ କରିଥିଲେ । ଏଥିପାଇଁ ସେ ବ୍ୟକ୍ତିଗତ ଭାବରେ କୋର୍ଟରେ ହାଜର ହୋଇଥିଲେ । ଏହି ମାମଲାର ଅନ୍ୟ ଅଭିଯୁକ୍ତଙ୍କ ପରି କକ୍କାଦ ଦାବି କରିଛନ୍ତି ଯେ ସେ ନିର୍ଦ୍ଦୋଷ ଏବଂ ରାଜନୈତିକ କାରଣରୁ ତତ୍କାଳୀନ କଂଗ୍ରେସ ନେତୃତ୍ୱାଧୀନ କେନ୍ଦ୍ର ସରକାର ତାଙ୍କ ବିରୋଧରେ ମିଥ୍ୟା ଅଭିଯୋଗ କରିଛନ୍ତି।

ବିଜେପି ନେତା ଉମା ଭାରତୀ ମଧ୍ୟ ଚଳିତ ମାସ ଆରମ୍ଭରେ ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ହୋଇଥିଲେ। ରାଜନୈତିକ ଆଜେଣ୍ଡା କାରଣରୁ ତତ୍କାଳୀନ କଂଗ୍ରେସ ନେତୃତ୍ୱାଧୀନ କେନ୍ଦ୍ର ସରକାର ତାଙ୍କୁ ଏଥିରେ ଫସେଇଥିବା ଅଭିଯୋଗ କରିଥିଲେ ସେ ।

ଅଯୋଧ୍ୟାରେ ଥିବା ମସଜିଦକୁ ଡିସେମ୍ବର 6, 1992 ରେ ଭାଙ୍ଗି ଦିଆଯାଇଥିଲା । ତେବେ ଆଡଭାନୀ ଏବଂ ଯୋଶୀ ସେହି ସମୟରେ ରାମ ମନ୍ଦିର ଆନ୍ଦୋଳନର ନେତୃତ୍ୱ ନେଉଥିଲେ।

ABOUT THE AUTHOR

...view details