ଓଡିଶା

odisha

ETV Bharat / bharat

ବାବ୍ରି ମାମଲା: ଶୁଣାଣି ପରେ ଅବସର ନେବେ ସ୍ବତନ୍ତ୍ର ବିଚାରପତି ସୁରେନ୍ଦ୍ର କୁମାର ଯାଦବ - ସିବିଆଇର ସ୍ବତନ୍ତ୍ର ବିଚାରପତି

ବାବ୍ରି ମସଜିଦ ଧ୍ବଂସ ମାମଲାର ଶୁଣାଣି କରିଥିବା ସିବିଆଇର ସ୍ବତନ୍ତ୍ର ବିଚାରପତି ସୁରେନ୍ଦ୍ର ଯାଦବ ଆଜି (ବୁଧବାର) ନିଜ କାର୍ଯ୍ୟରୁ ଅବସର ନେବେ । ଅଧିକ ପଢନ୍ତୁ...

ବାବ୍ରି ମାମଲା: ରାୟ ଶୁଣାଣୀ ସହ ଅବସର ନେବେ ସିବିଆଇର ସ୍ବତନ୍ତ୍ର ବିଚାରପତି ସୁରେନ୍ଦ୍ର କୁମାର ଯାଦବ
ବାବ୍ରି ମାମଲା: ରାୟ ଶୁଣାଣୀ ସହ ଅବସର ନେବେ ସିବିଆଇର ସ୍ବତନ୍ତ୍ର ବିଚାରପତି ସୁରେନ୍ଦ୍ର କୁମାର ଯାଦବ

By

Published : Sep 30, 2020, 12:31 PM IST

Updated : Sep 30, 2020, 12:45 PM IST

ଲକ୍ଷ୍ନୌ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଥିବାବେଳେ, ବର୍ତ୍ତମାନ ବାବ୍ରି ମସଜିଦ ଭାଙ୍ଗିବା ମାମଲାର ଆଜି ଶୁଣାଣି ହେଉଛି। କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ)ର ସ୍ୱତନ୍ତ୍ର ବିଚାରପତି ସୁରେନ୍ଦ୍ର କୁମାର ଯାଦବ ଆଜି (ବୁଧବାର) ମାମଲାର ଘୋଷଣା ସହିତ ଅବସର ନେବେ। ଏହି ମାମଲାରେ ବହୁ ବଡ ନେତା ଅଭିଯୁକ୍ତ ଅଟନ୍ତି।

ସୁରେନ୍ଦ୍ର କୁମାର ଯାଦବ ସ୍ୱତନ୍ତ୍ର ସିବିଆଇ କୋର୍ଟର ବିଚାରପତି ଅଟନ୍ତି । ଯିଏ ବାବ୍ରି ମସଜିଦ ଭାଙ୍ଗିବା ମାମଲାରେ 32 ଅଭିଯୁକ୍ତଙ୍କ ଦଣ୍ଡ ଉପରେ ଶୁଣାଣି କରିବେ । ଏହି ପରିପ୍ରେକ୍ଷୀରେ ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ ଏଲ.କେ ଆଡଭାନୀ, ଭାରତୀୟ ଜନତା ଦଳର ପୂର୍ବତନ ସଭାପତି ମୁର୍ଲି ମନୋହର ଯୋଶୀ, ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀ, ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂ, ସାଧ୍ବୀ ଋତଭରା, ଫାୟାର ବ୍ରାଣ୍ଡ ନେତା ବିନୟ କଟିୟାରଙ୍କ ବିରୋଧରେ ଅଭିଯୋଗ ହୋଇଥିଲା ।

ବାବ୍ରି ଧ୍ବଂସ ମାମଲାରେ ଏହି ବରିଷ୍ଠ ନେତା କେଉଁ ଦଣ୍ଡ ପାଇବେ କିମ୍ବା ସମସ୍ତ ଅଭିଯୋଗରୁ ସେମାନେ ନିର୍ଦ୍ଦୋଷରେ ଖଲାସ ହେବେ ସିବିଆଇର ସ୍ୱତନ୍ତ୍ର ବିଚାରପତି ସୁରେନ୍ଦ୍ର କୁମାର ଯାଦବ ଏହି ରାୟ ପ୍ରଦାନ କରିବେ। ତେବେ ଆଜି (ସେପ୍ଟେମ୍ବର 30) ତାଙ୍କ କାର୍ଯ୍ୟକାଳର ଶେଷ ଦିନ । ଏହି ରାୟ ଘୋଷଣା ସହିତ ସିବିଆଇର ସ୍ୱତନ୍ତ୍ର ବିଚାରପତି ସୁରେନ୍ଦ୍ର କୁମାର ଯାଦବ ଅପରାହ୍ନ 5 ଟାରେ ଅବସର ନେବେ। ଉଲ୍ଲେଖନୀୟ କଥା ହେଉଛି, ସିବିଆଇ କୋର୍ଟର ସ୍ୱତନ୍ତ୍ର ବିଚାରପତି ସୁରେନ୍ଦ୍ର କୁମାର ଯାଦବଙ୍କ କାର୍ଯ୍ୟକାଳ 1 ବର୍ଷ ବୃଦ୍ଧି କରାଯାଇଥିଲା। ବାବ୍ରୀ ଭାଙ୍ଗିବା ମାମଲାର ଶୁଣାଣି ପରେ ହିଁ ଏହି ସେବା ସମ୍ପ୍ରସାରଣ ସୁରେନ୍ଦ୍ର କୁମାର ଯାଦବଙ୍କୁ ଦିଆଯାଇଥିଲା।

ଫୈଜାବାଦରେ ଏଡିଜେ ଭାବରେ ସୁରେନ୍ଦ୍ର କୁମାର ଯାଦବ ପ୍ରଥମ ପଦୋନ୍ନତି ପାଇଥିଲେ। ୧ ବର୍ଷ ପୂର୍ବେ ବାବ୍ରି ଭାଙ୍ଗିବା ମାମଲାରେ ସୁରେନ୍ଦ୍ର କୁମାର ଯାଦବଙ୍କୁ ସ୍ୱତନ୍ତ୍ର ବିଚାରପତି ଭାବେ ନିଯୁକ୍ତି ଦିଆଯାଇଥିଲା।

Last Updated : Sep 30, 2020, 12:45 PM IST

ABOUT THE AUTHOR

...view details