ଅଯୋଧ୍ୟା ମାମଲାରେ ଯୋଗଗୁରୁ ରାମଦେବଙ୍କ ପ୍ରତିକ୍ରିୟା - ଅଯୋଧ୍ୟା ମାମଲାରେ ରାମଦେବଙ୍କ ପ୍ରତିକ୍ରିୟା
ଅଯୋଧ୍ୟା ମାମଲାରେ ଶନିବାର ରାୟ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ଜାଣନ୍ତୁ ଏନେଇ ଯୋଗ ଗୁରୁ ବାବା ରାମଦେବଙ୍କର କି ପ୍ରତିକ୍ରିୟା ରହିଛି ।
ଫଟୋ ସୌଜନ୍ୟ: ଏଏନଆଇ
ନୂଆଦିଲ୍ଲୀ: ବହୁ ପ୍ରତିକ୍ଷିତ ଅଯୋଧ୍ୟା ମାମଲାରେ ଶନିବାର ରାୟ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ସର୍ବୋଚ୍ଚ ଅଦାଲତ ବିବାଦୀୟ ଜମି ହିନ୍ଦୁ ପକ୍ଷଙ୍କୁ ଦେଇଥିବା ବେଳେ ଅଯୋଧ୍ୟାରେ ମୁସଲିମ୍ ପକ୍ଷଙ୍କୁ ୫ ଏକର ଜମି ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ସ୍ବାଗତ କରିଛନ୍ତି ଯୋଗ ଗୁରୁ ବାବା ରାମଦେବ । ଏହା ସହିତ ମୁସଲମାନଙ୍କ ପାଇଁ ନିର୍ମାଣ ହେବାକୁ ଥିବା ମସଜିଦ କାର୍ଯ୍ୟରେ ହିନ୍ଦୁମାନେ ସାହାଯ୍ୟ କରିବା ଉଚିତ ବୋଲି କହିଛନ୍ତି ରାମଦେବ ।
ଭିଡିଓ ସୌଜନ୍ୟ: ଏଏନଆଇ