ଓଡିଶା

odisha

ETV Bharat / bharat

ସୋନିଆ, ରାହୁଲଙ୍କୁ ସମାଲୋଚନା କଲେ ରାମଦେବ

ନୋଏଡ଼ାର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସୋନିଆ ଗାନ୍ଧୀ ଓ ରାହୁଳ ଗାନ୍ଧୀ ସମାଲୋଚନା କରିଛନ୍ତି ବାବା ରାମଦେବ । ଏହା ସହିତ ସେ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ମଧ୍ୟ ଛାଡ଼ି ନଥିଲେ । ତାଙ୍କୁ ମଧ୍ୟ ବେଶ କଡ଼ା ଭାଷାରେ ସମାଲୋଚନା କରିଥିଲେ ସେ ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

By

Published : Sep 25, 2019, 7:45 PM IST

Updated : Sep 26, 2019, 7:10 PM IST

ନୂଆଦିଲ୍ଲୀ: ଯୋଗଗୁରୁ ବାବା ରାମଦେବଙ୍କ ଟାର୍ଗେଟରେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ । ନୋଏଡ଼ା ସେକ୍ଟର 62ରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସେ ଉଭୟ ସୋନିଆ ଏବଂ ରାହୁଲ ଗାନ୍ଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି ।

ସେ କହିଥିଲେ କି ଗାନ୍ଧୀ ପରିବାର ଅମିତ ଶାହାଙ୍କୁ ଜେଲ ପଠାଇବା ପାଇଁ ସମସ୍ତ ପ୍ରୟାସ କରିଥିଲା । ସେଥିରେ ସଫଳ ମଧ୍ୟ ହୋଇଥିଲା । ଉଭୟ ସୋନିଆ ଏବଂ ରାହୁଲଙ୍କ ନାମ ନେଇ କହିଥିଲେ କି ଏହି ଦୁଇ ଜଣ କେବେ ଚାହୁଁନଥିଲେ କି ମୋଦି ଏବଂ ଅମିତ ଶାହା ଜୀବିତ ରୁହନ୍ତୁ ।

ରାମଦେବ କହିଥିଲେ, ଅମିତ ଶାହା ଜେଲରେ ଆଜୀବନ ବନ୍ଦୀ ଭାବରେ ରହି ସେଠାରେ ମୃତ୍ୟୁବରଣ କରନ୍ତୁ ବୋଲି ସୋନିଆଙ୍କ ଇଚ୍ଛା ଥିଲା । ଏହା ସହିତ ସେ ପି ଚିଦାମ୍ବରମଙ୍କୁ ମଧ୍ୟ ସମାଲୋଚନା କରିବାକୁ ପଛାଇନଥିଲେ । ଚିଦାମ୍ବରମଙ୍କୁ ସିଧାସଳଖ ସମାଲୋଚନା କରି କହିଥିଲେ କି ଚିଦାମ୍ବରମ ପୂର୍ବରୁ ଦେଶନ ଆଇନ ମନ୍ତ୍ରୀ ରହିଥିଲେ । ମାତ୍ର ସେ ସ୍ବପ୍ନରେ ମଧ୍ୟ ଭାବିନଥିବେ କି ସେ ଦିନେ ଆଇନର ଜାଲରେ ଛନ୍ଦି ହୋଇ ପଡ଼ିବେ । କାରଣ ସେ ଆଇନ ମନ୍ତ୍ରୀ ଥିବା ସମୟରେ ମଧ୍ୟ ଆଇନ ସହିତ ଅନେକ ଖେଳିଥିଲେ ବୋଲି ରାମଦେବ କହିଥିଲେ ।

Last Updated : Sep 26, 2019, 7:10 PM IST

ABOUT THE AUTHOR

...view details