ଓଡିଶା

odisha

ETV Bharat / bharat

ଦେଶରେ ଦେଖାଦେଇଛି ଆର୍ଥିକ ସଙ୍କଟ: ବାବା ରାମଦେବ - ବାବା ରାମଦେବ କହିଲେ ଆର୍ଥିକ ସଙ୍କଟ

ଦେଶରେ ଆର୍ଥିକ ସଙ୍କଟ ମୁଣ୍ଡ ଟିକିଛି । ଯୋଗ ଗୁରୁ ବାବା ରାମଦେବ ଏହା ସ୍ବୀକାର କରିଛନ୍ତି । ତେବେ ଆର୍ଥିକ ସ୍ଥିତି ଦୃଢ କରିବାକୁ ହେଲେ ଲୋକଙ୍କ ସହଯୋଗ ମୋଦି ସରକାରଙ୍କୁ ଦରକାର ବୋଲି କହିଛନ୍ତି ସେ ।

ଦେଶରେ ଚାଲିଛି ଆର୍ଥିକ ସଙ୍କଟ: ବାବା ରାମଦେବ

By

Published : Oct 18, 2019, 5:14 PM IST

ନୂଆଦିଲ୍ଲୀ: ଯୋଗ ଗୁରୁ ବାବା ରାମଦେବ ଦେଶର ଆର୍ଥିକ ସଙ୍କଟ ଉପରେ ବୟାନ ରଖିଛନ୍ତି । ବର୍ତ୍ତମାନ ଦେଶର ଆର୍ଥିକ ମାନ୍ଦାବସ୍ଥା ଚାଲିଛି ବୋଲି ସ୍ବୀକାର କରିଛନ୍ତି ବାବା ରାମଦେବ । ସେ କହିଛନ୍ତି ଏହା ସତ ଯେ ଦେଶରେ ଆର୍ଥିକ ସଙ୍କଟ ଚାଲିଛି ଏବଂ ସାରାଦେଶ ଏହାର ସାମ୍ନା କରୁଛି । ତଥାପି ଲୋକେ ଏହି ସମୟରେ ଦେଶର ମଜୁବତ ସରକାରଙ୍କୁ ହିଁ ଭୋଟ ଦେବେ ।

ସେ ପୁଣି କହିଛନ୍ତି ‘ଯେଉଁମାନେ ବଡ ବଡ ଦୁର୍ନୀତି କରିଛନ୍ତି ସେମାନଙ୍କୁ ଦେଶ ଶାସନ କରିବା ପାଇଁ ଅଧିକାର ନମିଳୁ । ବର୍ତ୍ତମାନ ସାରା ଦୁନିଆର ଆର୍ଥିକ ମାନ୍ଦା ସ୍ଥିତି ଦେଖାଦେଇଛି । ଏଭଳି ପରିସ୍ଥିତିରେ ଆମ ଦେଶରେ ମଧ୍ୟ କୌଣସି ବଡ଼ ଅସୁବିଧା ଆସିବ ନାହିଁ । ତେବେ ଆର୍ଥିକ ସ୍ଥିତି ଦୃଢ କରିବାକୁ ହେଲେ ଲୋକଙ୍କ ସହଯୋଗ ମୋଦି ସରକାରଙ୍କୁ ଦରକାର ।’

ପ୍ରକାଶ ଯେ, ଭାରତର ଅବିବୃଦ୍ଧି ହାର ହ୍ରାସ ନେଇ ଆଇଏମଏଫ ଏବଂ ବିଶ୍ବ ବ୍ୟାଙ୍କ ଆକଳନ କରିସାରିଛି । ଏପରିକି 2018-19 ରେ ଭାରତର ଅବିବୃଦ୍ଧି ହାର 6.9 ପ୍ରତିଶତ ଥିବା ବେଳେ ବର୍ଷ 2019 ପାଇଁ ଭାରତର ଆର୍ଥିକ ବୃଦ୍ଧି ହାର 6.1କୁ ଖସିବ ବୋଲି ଆକଳନ କରିଛି ଆଇଏମଏଫ ।

ABOUT THE AUTHOR

...view details