ନୂଆଦିଲ୍ଲୀ: କୋରୋନା ଚିକିତ୍ସା ପାଇଁ ଆୟୁର୍ବେଦିକ ଔଷଧ କୋରୋନିଲକୁ ନେଇ ବିବାଦ ଥମିବାର ନାମ ନେଉନାହିଁ । ଯୋଗ ଗୁରୁ ବାବା ରାମଦେବ ଦାବି କରିଛନ୍ତି ଯେ, ପତଞ୍ଜଳି ସଂସ୍ଥା କୋରୋନା ଚିକିତ୍ସା ପାଇଁ ଶତ ପ୍ରତିଶତ ଔଷଧ ଖୋଜି ବାହର କରିଛନ୍ତି । ତେବେ ଏହି ଔଷଧ ଲଞ୍ଚ ହେବା ଯଣି ହିଁ ବିବାଦ ଘେରକୁ ଆସିଛି । ଜୟପୁରର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ୟୁନିଭରସିଟି ( ଏନଆଇଏମଏସ) ସହ ବାବା ରାମଦେବ କୋରୋନିଲ ଔଷଧ ଟ୍ରାଏଲର ଦାବି କରିଥିଲେ । ମାତ୍ର ଏକ ଗଣମାଧ୍ୟମକୁ ଏନଆଇଏମଏସ ଚେୟାରମ୍ୟାନ୍ ଡ. ବିଏମ ତୋମର କହିଛନ୍ତି, ଆମେ କେବଳ ମେଡିସିନର ଟ୍ରାଏଲ କରିଛୁ କୋରୋନିଲର ପରୀକ୍ଷା କରିନାହୁଁ।
ବଢୁଛି ବିବାଦ, କୋରୋନିଲ୍ ପରୀକ୍ଷା କରିନଥିବା କହିଲେ NIMS ଚେୟାରମ୍ୟାନ - ଏନଆଇଏମଏସ
ଜୟପୁରର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ୟୁନିଭରସିଟି ( ଏନଆଇଏମଏସ) ସହ ବାବା ରାମଦେବ କୋରୋନିଲ ଔଷଧ ଟ୍ରାଏଲର ଦାବି କରିଥିଲେ । ମାତ୍ର ଏକ ଗଣମାଧ୍ୟମକୁ ଆମେ କୋରୋନିଲର ପରୀକ୍ଷା କରିନାହୁଁ ବୋଲି କହିଛନ୍ତି ଏନଆଇଏମଏସ ଚେୟାରମ୍ୟାନ୍ ଡ. ବିଏମ ତୋମର ।
ସୂଚନା ଅନୁଯାୟୀ, ଜୁନ 23ରେ ବାବା ରାମଦେବ କୋରୋନା ଚିକିତ୍ସା ପାଇଁ ହରିଦ୍ବାରା ପ୍ରେସ କନଫେରନ୍ସି କୋରୋନିଲ ଲଞ୍ଚ କରିଥିଲେ । କୋରୋନିଲ ଲଞ୍ଚ ହେବା ପରେ ପ୍ରଥମେ ଆୟୁଷ ମନ୍ତ୍ରଣାଳୟ ଏହା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲ । ଯାହା ଦ୍ବାରା ଆୟୁଷ ମନ୍ତ୍ରଣାଳୟ କୋରୋନିଲ ବିଜ୍ଞାପନ ଉପରେ ରୋକ ଲଗାଇଥିଲେ ।
ଏହାପରେ ଉତ୍ତରାଖଣ୍ଡ ଆୟୁର୍ବେଦ ବିଭାଗ ତାଙ୍କ ବିରୋଧରେ ନୋଟିସ ଜାରି କରିଥିଲା । ବିଭାଗ କହିଥିଲେ ଯେ, ଜ୍ୱର, କାଶ, ଥଣ୍ଡା ଔଷଧ କହି ସେମାନେ ଲାଇସେନ୍ସ ନେଇଥିଲେ । ଏହାପରେ ବିହାର ମୁଜାଫରପୁର କୋର୍ଟରେ ଔଷଧ ନାମରେ ଠକେଇ ଅଭିଯୋଗ କରି ଏକ ମାମଲା ରୁଜୁ କରାଯଇଛି । ସେହିପରି ରାଜସ୍ଥାନ ଏବଂ ମହାରାଷ୍ଟ୍ର ସରକାର କୋରୋନିଲ ଔଷଧ ବିକ୍ରି ଉପରେ ରୋକ ଲଗାଇଥିଲେ।