ଓଡିଶା

odisha

ETV Bharat / bharat

‘ଗେରୁଆ ବସ୍ତ୍ର ପିନ୍ଧୁଥିବା ମଣିଷ କୋରୋନିଲର କ୍ଲିନିକାଲ ଟ୍ରାଏଲ କରିଥିବାରୁ ଲୋକେ ଆଶ୍ଚର୍ଯ୍ୟ’

ଯୋଗଗୁରୁ ବାବା ରାମଦେବ ଆଜି(ବୁଧବାର) ସାମ୍ବାଦିକ ସମ୍ମିଳନୀରେ କୋରୋନିଲ ବିବାଦ ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି। ପ୍ରେସ କନଫରେନ୍ସ କରି ଏହି ସ୍ପଷ୍ଟୀକରଣ ଦେଇଛନ୍ତି ବାବା ।

କୋରୋନିଲକୁ ନେଇ ଯୋଗଗୁରୁଙ୍କ ସ୍ପଷ୍ଟୀକରଣ
କୋରୋନିଲକୁ ନେଇ ଯୋଗଗୁରୁଙ୍କ ସ୍ପଷ୍ଟୀକରଣ

By

Published : Jul 1, 2020, 2:01 PM IST

ନୂଆଦିଲ୍ଲୀ: ଯୋଗଗୁରୁ ବାବା ରାମଦେବ ଆଜି(ବୁଧବାର) ସାମ୍ବାଦିକ ସମ୍ମିଳନୀରେ କୋରୋନିଲ ବିବାଦ ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି। ବାବା ରାମଦେବ କହିଛନ୍ତି ଯେ କୋରୋନିଲ ପାଇଁ ଆମର ଉଦ୍ୟମକୁ ଆୟୁଷ ମନ୍ତ୍ରଣାଳୟ ପ୍ରଶଂସା କରିଛି। ଏଥିସହ ବାବା ରାମଦେବ କହିଛନ୍ତି ଯେ ଉଭୟ କ୍ଲିନିକାଲ ଟ୍ରାଏଲ ଓ ରେଜିଷ୍ଟ୍ରେସନ ପ୍ରକ୍ରିୟାରେ ନିୟମ ପାଳନ କରାଯାଇଛି।

କୋରୋନିଲକୁ ନେଇ ଯୋଗଗୁରୁଙ୍କ ସ୍ପଷ୍ଟୀକରଣ

23 ଜୁନରେ କୋରୋନିଲ୍ ଲଞ୍ଚ କରାଯାଇଥିଲା । ଏହାର ନିର୍ମାତା କମ୍ପାନୀ ପତଞ୍ଜଳୀ ଦାବି କରିଥିଲା ଯେ 7 ଦିନ ମଧ୍ୟରେ 100 ପ୍ରତିଶତ ରୋଗୀ ଆରୋଗ୍ୟ ହେଉଛନ୍ତି । ଏହା ପରେ ଏହି କୋରୋନା ଔଷଧ ତୁରନ୍ତ ବିବାଦୀୟ ହୋଇପଡିଥିଲା । ଏହି ବିବାଦ ଉପରେ ବାବା ରାମଦେବ ଆଜି ସ୍ପଷ୍ଟୀକରଣ ଦେଇ କହିଛନ୍ତି, ଆୟୁଷ ମନ୍ତ୍ରଣାଳୟ ଅନୁସାରେ ପତଞ୍ଜଳି କୋଭିଡ-19 ପରିଚାଳନା ପାଇଁ ଯଥେଷ୍ଟ ପ୍ରୟାସ କରିଛି । ପତଞ୍ଜଳି ଏକ ସଠିକ୍ ଦିଗରେ କାମ କରିବା ଆରମ୍ଭ କରିଛି ।

ସେ କହିଛନ୍ତି ଯେ କୋରୋନା ଉପରେ କ୍ଲିନିକାଲ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରାଯାଇଛି। କ୍ଲିନିକାଲ୍ ପରୀକ୍ଷଣର ପାରାମିଟର ଅନୁଯାୟୀ ଗବେଷଣା କରାଯାଇଛି। ଏପର୍ଯ୍ୟନ୍ତ କୋରୋନା ଉପରେ ଆଉ ଏକ କ୍ଲିନିକାଲ୍ ପରୀକ୍ଷା ଚାଲିଛି। ଏହା ବ୍ୟତୀତ ଆମେ 10 ରୁ ଅଧିକ ରୋଗ ଉପରେ ପରୀକ୍ଷା କରୁଛୁ ଓ ଏଥିରେ 3 ଟି ଲେଭଲ୍ ପାରି କରିସାରିଛୁ । ଏଥିରେ ଉଚ୍ଚ ରକ୍ତଚାପ, ହୃଦଘାତ, ଚିକୁନଗୁନିଆ ଭଳି ରୋଗ ଅନ୍ତର୍ଭୁକ୍ତ ।

ବାବା ରାମଦେବ କୋରୋନିଲକୁ ବିରୋଧ ସ୍ବରର ଜବାବ ଦେଇ କହିଛନ୍ତି ଯେ ଏହା ଏକ ସାମ୍ରାଜ୍ୟବାଦୀ ଚିନ୍ତାଧାରା । ଲୋକେ ଆଶ୍ଚର୍ଯ୍ୟ ଏଥିପାଇଁ କାରଣ ସେମାନେ ଭାବୁଛନ୍ତି ଜଣେ ଗେରୁଆ ବସ୍ତ୍ର ପିନ୍ଧୁଥିବା ଲୋକ ପରୀକ୍ଷା କେମିତି କରିବ । ଏହି ପରୀକ୍ଷା କାରଣରୁ ଆଧୁନିକ ଚିକିତ୍ସା ବିଜ୍ଞାନରେ ଏକ ଝଡ ସୃଷ୍ଟି ହୋଇଛି । ବାବା କହିଛନ୍ତି ଯେ ବର୍ତ୍ତମାନ ଆମେ ଏହି ଅନୁସନ୍ଧାନକୁ ଆହୁରି ଆଗକୁ ନେବୁ ।

ABOUT THE AUTHOR

...view details