ଭୋପାଳ:ରବିବାର ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ । ସୂର୍ଯ୍ୟପରାଗ ଯୋଗୁଁ ବିଭିନ୍ନ ଦେବାଳୟ ବନ୍ଦ ରହିଥିବା ବେଳେ ଉଜ୍ଜୟନୀ ମହାକାଳ ମନ୍ଦିରର ଦ୍ବାର ଭକ୍ତଙ୍କ ପାଇଁ ଖୋଲା ରହିଛି । ଏପରିକି ଗ୍ରହଣ ସମୟରେ ମହାକାଳଙ୍କ ପୂଜାନୀତି ଚାଲିଛି । କେବଳେ ଦିନ 10ଟାରେ ହେବାକୁ ଥିବା ଆଳତୀ ବନ୍ଦ ରହିଥିବା ବେଳେ ସମସ୍ତ ପୂଜାନୀତି ସୁରୁଖୁରୁରେ ଚାଲୁଛି । ଗ୍ରହଣ ସମୟରେ ଉଜ୍ଜୟନୀ ମହାକାଳଙ୍କୁ ପୂଜକ ନ ସ୍ପର୍ଶ କରି ଦୁରରେ ରହି ପୂଜା କରିବା ସହ ଭକ୍ତମାନେ ମଧ୍ୟ ଦେବତାଙ୍କୁ ଦୁରରେ ରହି ଦର୍ଶନ କରୁଛନ୍ତି । ତେବେ ଏହି ଗ୍ରହଣ ସମୟରେ, ଯେଉଁ ରାଶି ଗୁଡିକ ଉପରେ ଖରାପ ପ୍ରଭାବ ରହିବା ସେହି ରାଶିର ଲୋକମାନେ ମହାକାଳଙ୍କ ଦର୍ଶନ କଲେ ରିଷ୍ଟ ଖଣ୍ତନ ହୁଏ ବୋଲି ବିଶ୍ବାସ ରହିଛି।
ସୂର୍ଯ୍ୟ ପରାଗରେ ବି ଖୋଲା ରହିଛି ମହାକାଳଙ୍କ ମନ୍ଦିର - ସୂର୍ଯ୍ୟ ପରାଗରେ ବି ଖୋଲା ରହିଛି ମହାକାଳଙ୍କ ମନ୍ଦିର
ସୂର୍ଯ୍ୟ ପରାଗରେ ବି ଖୋଲା ରହିଛି ମହାକାଳଙ୍କ ମନ୍ଦିର । ଜାଣନ୍ତୁ କାରଣ। ଅଧିକ ପଢନ୍ତୁ....
ସୂର୍ଯ୍ୟ ପରାଗରେ ବି ଖୋଲା ରହିଛି ମହାକାଳଙ୍କ ମନ୍ଦିର
ତେବେ, କାଳ ଉପରେ ଆଧିପତ୍ୟ ଯିଏ କରିଥାନ୍ତି ସେ ହେଉଛନ୍ତି ମହାକାଳ । ଯାହାଙ୍କ ପାଖରେ ମୃତ୍ୟୁ ହାରମାନିଥାଏ ତାଙ୍କ ମନ୍ଦିର ଉପରେ ପ୍ରଭାବ ପଡି ନ ଥାଏ । ଏହି ବିଶ୍ବାସ ରହିଥିବାରୁ ମନ୍ଦିର ସୂର୍ଯ୍ୟ ପରାଗ ସମୟରେ ମଧ୍ୟ ଖୋଲା ରହେ। ଅନ୍ୟପକ୍ଷରେ କୋରୋନା ସଂକ୍ରମଣ ହେତୁ ଶିପ୍ରା ନଦୀର ଘାଟରେ ଭକ୍ତଙ୍କୁ ଗୋଧୋଇବାକୁ ବାରଣ କରିଛି ଜିଲ୍ଲା ପ୍ରଶାସନ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ