ଓଡିଶା

odisha

By

Published : Mar 7, 2020, 9:51 PM IST

ETV Bharat / bharat

କଣ୍ଟେଣ୍ଟ ଚୋରି ମାମଲା: ପ୍ରଶାନ୍ତ କିଶୋରଙ୍କ ଜାମିନ ଆବେଦନ ଖାରଜ

କଣ୍ଟେଟ ଚୋରି ମାମଲାରେ ଫସିଥିବା ଜେଡିୟୁର ପୂର୍ବତନ ନେତା ପ୍ରଶାନ୍ତ କିଶୋରଙ୍କ ଜାମିନ ଆବେଦନ ଖାରଜ କରିଦେଇଛନ୍ତି ପାଟନାର ଏକ କୋର୍ଟ । ଅଧିକ ପଢନ୍ତୁ...

prashant kishor
ପ୍ରଶାନ୍ତ କିଶୋର

ପାଟନା: ଜେଡିୟୁର ପୂର୍ବତନ ନେତା ତଥା ରାଜନୀତିର ଚାଣକ୍ୟ କୁହାଯାଉଥିବା ପ୍ରଶାନ୍ତ କିଶୋର ସମସ୍ୟା ଘେରରେ ପଡୁଥିବା ନଜର ଆସିଛନ୍ତି । ପାଟନାର ଏକ କୋର୍ଟ କଣ୍ଟେଣ୍ଟ ଚୋରି ମାମଲାରେ ପ୍ରଶାନ୍ତ କିଶୋରଙ୍କ ଜାମିନ ଆବେଦନ ଖାରଜ କରିଦେଇଛନ୍ତି । ଏହି ମାମଲାରେ ପ୍ରଶାନ୍ତ କିଶୋରଙ୍କ ନାଁରେ ପୂର୍ବରୁ ହିଁ ଏଫଆଇଆର ରୁଜୁ ହୋଇଛି ।

ଅତିରିକ୍ତ ଜିଲ୍ଲା ଜଜର 12 ନମ୍ବର ଅଦାଲତରେ ପ୍ରଶାନ୍ତ କିଶୋର ଜାମିନ ଆବେଦନ କରିଥିଲେ । ମାମଲାର ଶୁଣାଣି ପରେ ଶନିବାର ତାଙ୍କର ଜାମିନ ଆବେଦନ ଖାରଜ କରିଛନ୍ତି କୋର୍ଟ ।

ସୂଚନାଯୋଗ୍ୟ ଯେ, ବିହାର ମୋତିହାରୀ ଜିଲ୍ଲାର ଶାଶ୍ବତ ଗୌତମ ନାମକ ଜଣେ ଯୁବକ ପ୍ରଶାନ୍ତ କିଶୋରଙ୍କ ବିରୋଧରେ କଣ୍ଟେଣ୍ଟ ଚୋରିର ଅଭିଯୋଗ କରି ପାଟନାର ପାଟଳିପୁତ୍ର ଥାନାରେ ଏଫଆଇଆର ରୁଜୁ କରିଥିଲେ । ପ୍ରଶାନ୍ତ କିଶୋର ନିଜ ଅଭିଯାନ ‘ବାତ ବିହାର କି’ କାର୍ଯ୍ୟକ୍ରମ ପାଇଁ ଶାଶ୍ବତଙ୍କ କଣ୍ଟେଣ୍ଟ ଚୋରି କରିଥିବା ଶାଶ୍ବତ ଅଭିଯୋଗ କରିଛନ୍ତି । ଗୌତମଙ୍କ ଅଭିଯୋଗ କ୍ରମେ, ସେ ‘ବାତ ବିହାର କି’ ନାମକ ଏକ ପ୍ରୋଜେକ୍ଟ ଉପରେ କାର୍ଯ୍ୟ କରୁଥିଲେ । ଖୁବ ଶୀଘ୍ର ସେ ଏହି ପ୍ରୋଜେକ୍ଟର ଲଞ୍ଚ ମଧ୍ୟ କରିଥାନ୍ତେ । କିନ୍ତୁ ଏହା ପୂର୍ବରୁ ତାଙ୍କ ସହ କାମ କରୁଥିବା ଓସାମା ନାମକ ଜଣେ ଯୁବକ କାର୍ଯ୍ୟରୁ ଇସ୍ତଫା ଦେଇଥିଲେ ଏବଂ ପ୍ରଜେକ୍ଟର ସମସ୍ତ କଣ୍ଟେଣ୍ଟ ପ୍ରଶାନ୍ତ କିଶୋରଙ୍କୁ ଦେଇଦେଇଥିଲେ । ଯାହାକୁ ପ୍ରଶାନ୍ତ କିଶୋର ଲଞ୍ଚ କରିଥିଲେ ।

@ IANS

ABOUT THE AUTHOR

...view details