ଓଡିଶା

odisha

କୁମାରସ୍ବାମୀଙ୍କୁ ସାହା ହେଲେନି ବାଲା ଅଞ୍ଜନା, ୟେଦୁରପ୍ପାଙ୍କୁ ମିଳିଲା ଆଶୀର୍ବାଦ

ଆଜି ଆସ୍ଥାଭୋଟରେ ୟେଦୁରପ୍ପା ସରକାର ଜିତିଛନ୍ତି । ଭଏସ ଭୋଟରେ ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ବି ଏସ ୟେଦୁରପ୍ପା ।

By

Published : Jul 29, 2019, 5:06 PM IST

Published : Jul 29, 2019, 5:06 PM IST

ଫଟୋ ସୌଜନ୍ୟ: ANI

ବେଙ୍ଗାଲୁରୁ: ଆସ୍ଥା ଭୋଟ ଲୋଡିଥିଲେ 2 ନେତା । ବିଧାନସଭାରେ ଦେବାର ଥିଲା ଶକ୍ତି ପରୀକ୍ଷା । ହେଲେ ଜଣେ ହେଲେ ଫେଲ ଆଉ ଜଣେ ପାସ । ଜଣେ ମୁଖ୍ୟମନ୍ତ୍ରୀରୁ ବନିଲେ ବିଧାୟକ ଓ ଆଉ ଜଣେ ବିଧାୟକରୁ ଧରିଲେ ସିଧା ମନ୍ତ୍ରୀପଦ ।

ଭିଡିଓ ସୌଜନ୍ୟ: ANI

ଦୀର୍ଘଦିନର ପ୍ରତୀକ୍ଷା ପରେ ଆଜି ଆସ୍ଥାଭୋଟରେ ୟେଦୁରପ୍ପା ସରକାର ଜିତିଛନ୍ତି । ଭଏସ ଭୋଟରେ ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ବି ଏସ ୟେଦୁରପ୍ପା । ତେବେ ଏହି ଜିତିବା ପଛରେ ଏବେ ଏକ ଖବର ଚର୍ଚ୍ଚା ପାଲଟିଛି । ପ୍ରକୃତରେ ଆସ୍ଥା ଭୋଟ ପୂର୍ବରୁ ୟେଦୁରପ୍ପା ବାଲା ଅଞ୍ଜନ୍ୟା ମନ୍ଦିର ଦର୍ଶନରେ ଯାଇଥିଲେ । ସେଠାରେ ପାରମ୍ପରିକ ପୂଜାର୍ଚ୍ଚନା କରିବା ସହ ସେ ଧ୍ୟାନରେ ମଧ୍ୟ ବସିଥିଲେ । ଏହାପରେ ସେ ସିଧା ବିଧାନସଭାରେ ଶକ୍ତି ପରୀକ୍ଷା ଦେଇଥିଲେ ।

ତେବେ ଭଗବାନଙ୍କ ଆଶୀର୍ବାଦରୁ ସେ ଜିତିବା ନେଇ ଚର୍ଚ୍ଚା ଚାଲିଛି । ବାଲା ଭଗବାନଙ୍କ ଆସ୍ଥା ତାଙ୍କ ଉପରେ ଥିବାରୁ ସେ ଭୋଟ ଜିତିଥିବା କୁହାଯାଉଛି । ଏପରି ଚର୍ଚ୍ଚା ହେବାର କାରଣ ପୂର୍ବରୁ ଆସ୍ଥା ଭୋଟ ଆଗରୁ ପୂର୍ବତନ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀ ମଧ୍ୟ ଭଗବାନଙ୍କ ଶରଣ ନେଇଥିଲେ । ସେ ମଧ୍ୟ ଭଗବାନଙ୍କ ମନ୍ଦିର ଯାଇ ଦର୍ଶନ କରିଥିଲେ । ଜିତିବା ଲାଗି ଆଶୀର୍ବାଦ ମାଗିଥିଲେ । କିନ୍ତୁ ବୋଧହୁଏ ତାଙ୍କ ପ୍ରାର୍ଥନାରେ ଭଗବାନ ସନ୍ତୁଷ୍ଟ ନଥିଲେ । ଜେଡିଏସ-କଂଗ୍ରେସ ମେଣ୍ଟ ସରକାର ଭାଙ୍ଗିଯାଇଥିଲା । ବହୁମତ ଦେଇନପାରି କୁମାରସ୍ବାମୀ ମୁଖ୍ୟମନ୍ତ୍ରୀ ପଦ ଛାଡିଥିଲେ ।

ସୂଚନାଯୋଗ୍ୟ ଯେ ନିକଟରେ କର୍ଣ୍ଣାଟକ ରାଜନୀତିରେ ଅନେକ ରୋଚକ ମୋଡ ଦେଖିବାକୁ ମିଳିଛି । 14 ବିଦ୍ରୋହୀ ବିଧାୟକଙ୍କୁ ବାଚସ୍ପତି ଅଯୋଗ୍ୟ ଘୋଷଣା କରିଛନ୍ତି । ଏହି ନିଷ୍ପତ୍ତି ବିରୋଧରେ 3 ଜଣ ବିଧାୟକ ସୁପ୍ରିମକୋର୍ଟ ଯିବେ ବୋଲି କହିଛନ୍ତି । ଏହାସହ ଆଜି ବାଚସ୍ପତି ପଦରୁ କେ ଆର ରମେଶ କୁମାର ଇସ୍ତଫା ପ୍ରଦାନ କରିଛନ୍ତି ।

ABOUT THE AUTHOR

...view details