ନୂଆଦିଲ୍ଲୀ : ଅବସର ନେବେ ୱିପ୍ରୋ ଚେୟାରମ୍ୟାନ ଅଜିମ ପ୍ରେମଜୀ । ଆସନ୍ତା ଜୁଲାଇ 30 ତାରିଖରେ ଅବସର ନେବା ନେଇ ଘୋଷଣା କରିଛି କମ୍ପାନୀ । ଅଜିମଙ୍କ ପରେ ପୁଅ ରିସଦ ପ୍ରେମଜୀ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିବେ ବୋଲି ଜଣାପଡିଛି ।
ୱିପ୍ରୋରୁ ଅବସର ନେବେ ଅଜିମ ପ୍ରେମଜୀ, ଦାୟିତ୍ବ ନେବେ ପୁଅ - ashad
ଫେମସ ଆଇଟି କମ୍ପାନୀ ୱିପ୍ରୋରୁ ବିଦାୟ ନେବେ ଚେୟାରମ୍ୟାନ ଅଜିମ ପ୍ରେମଜୀ । ଆସନ୍ତା 30 ଜୁଲାଇରେ ଅବସର ଗ୍ରହଣ କରିବେ ଅଜିମ ପ୍ରେମଜୀ । ପୁଅ ହାତରେ ଦେବେ ଦାୟିତ୍ବ ।

ଡିଜାଇନ ଫଟୋ
ଭାରତୀୟ ଟେକ୍ନୋଲୋଜି ଇଣ୍ଡଷ୍ଟ୍ରିର ଜଣେ ଆଗୁଆ ବ୍ୟକ୍ତିତ୍ବ ହେଉଛନ୍ତି ଅଜିମ ପ୍ରେମଜୀ । କମ୍ପାନୀରେ 53 ବର୍ଷ ଧରି ନେତୃତ୍ବ ନେଇ ଆସୁଥିଲେ ଅଜିମ ପ୍ରେମଜୀ । ଚଳିତବର୍ଷ ଅବସର ବିଷୟରେ ସେ ଚିନ୍ତା କରିଛନ୍ତି । କିନ୍ତୁ ଅବସର ପରେ ମଧ୍ୟ ସେ କମ୍ପାନୀ ପାଇଁ କାମ କରିବେ ବୋଲି ସେ କହିଛନ୍ତି ।
ଆବଦୈଲ ଜେଡ ନିମୁଚୱାଲା ୱିପ୍ରୋର ସିଇଓ ଏବଂ ପରିଚାଳନା ନିର୍ଦ୍ଦେଶକ ଭାବେ ଦାୟିତ୍ବ ଗ୍ରହଣ କରିବେ । ଆସନ୍ତା 31 ତାରିଖରୁ ଏହା କାର୍ଯ୍ୟକାରୀ ହେବ ।