ହାଇଦ୍ରାବାଦ: ଭାରତର ପୂର୍ବତନ ଅଧିନାୟକ ତଥା ହାଇଦ୍ରାବାଦ କ୍ରିକେଟ୍ ଆସୋସିଏସନ୍ (ଏଚସିଏ)ର ସଭାପତି ମହମ୍ମଦ ଆଜାରୁଦ୍ଦିନ ସୋମବାର ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ଆସୋସିଏସନର ଜଣେ ସଦସ୍ୟ ତାଙ୍କୁ ଗାଳିଗୁଲଜ କରିଥିବା ଅଭିଯୋଗରେ ସେ ପୋଲିସର ଦ୍ବାରସ୍ଥ ହୋଇଛନ୍ତି ।
ପୋଲିସର ସୂଚନାନୁସାରେ, ୟୁସୁଫ୍ ଏଚସିଏ ସଚିବ ସୁରେନ୍ଦ୍ର ଅଗ୍ରୱାଲ ତଥା କୋଷାଧ୍ୟକ୍ଷଙ୍କୁ ସୂଚନା ନ ଦେଇ ସିଧାସଳଖ ବୃଦ୍ଧି ପାଇଁ ଅନୁମୋଦନ ଲାଭ କରିଛନ୍ତି। ଯେତେବେଳେ ଅଗ୍ରୱାଲ ୟୁସୁଫଙ୍କୁ ପ୍ରଶ୍ନ କରିଥିଲେ, ସେତେବେଳେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ।