ଓଡିଶା

odisha

ETV Bharat / bharat

ବିଧାୟକ ପଦରୁ ଇସ୍ତଫା ଦେଲେ ଆଜମ ଖାନ - rampur mla

ରାମପୁରରୁ ସାଂସଦ ଭାବେ ନିର୍ବାଚିତ ହେବା ପରେ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି ସମାଜବାଦ ପାର୍ଟିର ନେତା ଆଜମ ଖାନ ।

ଫାଇଲ ଫଟୋ

By

Published : Jun 4, 2019, 12:01 PM IST

ଲକ୍ଷ୍ନୌ: ନିଜର ବିବାଦୀୟ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ସମାଜବାଦ ପାର୍ଟିର ନେତା ଆଜମ ଖାନ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି । ସେ ନିଜର ଇସ୍ତଫା ପତ୍ର ବାଚସ୍ପତି ହୃଦୟ ନାରାୟଣ ଦୀକ୍ଷିତଙ୍କ ନିକଟକୁ ପଠାଇ ଦେଇଛନ୍ତି । ଉତ୍ତର ପ୍ରଦେଶର ରାମପୁର ନଗର ବିଧାନସଭା ଆସନର ବିଧାୟକ ଥିଲେ ସେ ।

ସଦ୍ୟ ଅନୁଷ୍ଠିତ ହୋଇଥିବା ଲୋକସଭା ନିର୍ବାଚନରେ ସେ ରାମପୁର ସଂସଦୀୟ କ୍ଷେତ୍ରରୁ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି ଆଜମ ଖାନ। ଲୋକସଭାକୁ ନିର୍ବାଚିତ ହେବା ପରେ ବିଧାନସଭା ସଦସ୍ୟତା ପଦ ଛାଡିଛନ୍ତି। ଉତ୍ତର ପ୍ରଦେଶରେ 2012ରୁ 2017 ମଧ୍ୟରେ ସମାଜବାଦ ପାର୍ଟି କ୍ଷମତାସୀନ ଥିବା ସମୟରେ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇ ଥିଲେ ସେ।

ଇସ୍ତଫା ପତ୍ର

ଏହା ପୂର୍ବରୁ ଗଣମାଧ୍ୟମରେ ପ୍ରତିକ୍ରିୟା ସେ କହିଛନ୍ତି, "ଆମେ ଭଗବାନ ରାମ ଏବଂ ମାତା ସୀତାଙ୍କୁ ସମ୍ମାନ କରୁ । ଆମେ ସମସ୍ତଙ୍କର ଆଦର କରୁ । ଆମେ ଉଭୟ ଅଲ୍ଲୀ ଏବଂ ବଜରଙ୍ଗବାଲୀଙ୍କ ଆଦର ମଧ୍ୟ କରିଥାଉ । ଆମକୁ କେହି ଭୋଟ ଦେଉ ବା ନଦେଉ ତାକୁ ଆମେ ଆଦର କରିଥାଉ । "

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଜୟ ଶ୍ରୀରାମ ବୋଲୁଥିବା ଲୋକଙ୍କୁ ଜେଲ ପଠାଇବା ସମ୍ପର୍କରେ ମତ ରଖି ଆଜମ କହିଛନ୍ତି ଯେ ଏହାର ଜବାବ ସେ ହିଁ କେବଳ ଦେଇପାରିବେ। ଉତ୍ତର ପ୍ରଦେଶରେ ହେବାକୁ ଥିବା ଆଗାମୀ ବିଧାନସଭା ନିର୍ବାଚନ ଲଢିବା ସମ୍ପର୍କରେ ମତ ରଖି ଜଣାଇଛନ୍ତି ଯେ, ନିର୍ବାଚନ ଲଢିବା ନେଇ ମୁଁ ଆଗ୍ରହୀ।

ABOUT THE AUTHOR

...view details