ଓଡିଶା

odisha

ETV Bharat / bharat

ମହିଳା ସାଂସଦଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ମାମଲା, କ୍ଷମା ମାଗିଲେ ଆଜମ୍ ଖାନ

ମହିଳା ସାଂସଦ ରମାଦେବୀଙ୍କ ପ୍ରତି ଦେଇଥିବା ଆପତ୍ତିଜନକ ମନ୍ତବ୍ୟ ଦେଇ ଅଡୁଆରେ ଫଶିଥିବା ସପା ସାଂସଦ ଆଜମ୍ ଖାନ ଲୋକସଭାରେ କ୍ଷମା ମାଗିଛନ୍ତି । ମୋ ମନ୍ତବ୍ୟରେ କୌଣସି ଭୁଲ ଉଦ୍ଦେଶ୍ୟ ନଥିଲା, ଯଦି ମୋ କଥା କାହାକୁ ଆଘାତ ଦେଇଥାଏ ସେଥିପାଇଁ କ୍ଷମା ଚାହୁଁଛି ।

By

Published : Jul 29, 2019, 2:49 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ବିଜେପି ନେତା ତଥା ମହିଳା ସାଂସଦ ରମାଦେବୀଙ୍କ ପ୍ରତି ଦେଇଥିବା ଆପତ୍ତିଜନକ ମନ୍ତବ୍ୟରେ ଲୋକସଭାରେ କ୍ଷମା ମାଗିଲେ ସପା ସାଂସଦ ଆଜମ ଖାନ । ତେବେ ସଂସଦ ଆରମ୍ଭ ହେବା ପୂର୍ବରୁ ସପା ଅଧ୍ୟକ୍ଷ ଅଖିଳେଶ ଯାଦବ ଆଜମ ଖାନଙ୍କ ସହିତ ବାଚସ୍ପତିଙ୍କୁ ଭେଟିଥିଲେ । ଏହାପରେ ସେ ଲୋକସଭାରେ କ୍ଷମା ମାଗି କହିଥିଲେ ଯେ, ମୋ କଥାରେ କୌଣସି ଭୁଲ ଉଦ୍ଦେଶ୍ୟ ନଥିଲା, ଯଦି ମୋ କଥା କାହାକୁ ଆଘାତ ଦେଇଥାଏ ସେଥିପାଇଁ କ୍ଷମା ଚାହୁଁଛି ।

ଇତିମଧ୍ୟରେ ସପା ଅଧ୍ୟକ୍ଷ ଅଖିଳେଶ ଯାଦବ ଉନ୍ନାଓରେ ଦୁଷ୍କର୍ମ ପୀଡିତାଙ୍କ ଦୁର୍ଘଟଣା ମାମଲା ଉଠାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ବାଚସ୍ପତି ତାଙ୍କୁ ଅଟକାଇ ଦେଇଥିଲେ । ଏହାପରେ ରମା ଦେବୀ କହିଥିଲେ, ଆଜମ୍ ଖାନଙ୍କ ପାଇଁ ଅଖିଳେଶ କୌଣସି ସଫେଇ ଦିଅନ୍ତୁ ନାହିଁ । ସଂସଦ ବାହାରେ ମଧ୍ୟ ତାଙ୍କ ବ୍ୟବହାର ଭଲ ନୁହେଁ ବୋଲି ଅଭିଯୋଗ କରିଥିଲେ ।

ସୂଚନାଯୋଗ୍ୟ, ଗତ ଗୁରୁବାର ଦିନ ଲୋକସଭାରେ ଟ୍ରିପଲ ତଲାକ ବିଲ୍ ଉପରେ ଆଲୋଚନା ଚାଲିଥିବା ବେଳେ ଆଜମ୍ ଖାନ ବିଜେପି ସାଂସଦ ତଥା ଲୋକସଭା ଉପବାଚସ୍ପତି ରମା ଦେବୀଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇଥିଲେ । ଉକ୍ତ ସମୟରେ ରମାଦେବୀ ବାଚସ୍ପତି ଓମ୍ ବିର୍ଲାଙ୍କ ଅନୁପସ୍ଥିତିରେ ଗୃହ କାର୍ଯ୍ୟ ପରିଚାଳନା କରୁଥିଲେ ।

ABOUT THE AUTHOR

...view details