ଓଡିଶା

odisha

ETV Bharat / bharat

‘ମିଛ କହୁଛି ଆୟୁଷ ମନ୍ତ୍ରାଳୟ, କୋରୋନିଲ କ୍ଲିନିକାଲ ଟ୍ରାଏଲକୁ ଦେଇଥିଲା ଅନୁମତି’ - Rajasthan NIMS Chairman

କୋରୋନିଲର କ୍ଲିନିକାଲ ଟ୍ରାଏଲକୁ ସମର୍ଥନ କରିଛନ୍ତି ରାଜସ୍ଥାନ ନିମ୍ସ ହସ୍ପିଟାଲ ଅଧ୍ୟକ୍ଷ ଡାକ୍ତର ବିଏସ ତୋମାର । ଏହି ପରୀକ୍ଷଣ ପାଇଁ ଆୟୁଷ ମନ୍ତ୍ରାଳୟ ପତଞ୍ଜଳୀକୁ ଅନୁମତି ଦେଇଛି । ଅଧିକ ପଢନ୍ତୁ...

Ayush Ministry is lying, says Rajasthan NIMS Chairman
କୋରୋନିଲର କ୍ଲିନିକାଲ ଟ୍ରାଏଲକୁ ଅନୁମତି ଦେଇଛି ଆୟୁଷ ମନ୍ତ୍ରାଳୟ

By

Published : Jun 26, 2020, 8:20 PM IST

ଜୟପୁର: ପତଞ୍ଜଳୀ ଦାବି କରୁଥିବା କୋରୋନା ଔଷଧ କୋରୋନିଲର କ୍ଲିନିକାଲ ଟ୍ରାଏଲ ପାଇଁ ଅନୁମତି ଦେଇଥିଲା ଆୟୁଷ ମନ୍ତ୍ରାଳୟ । ଏନେଇ ଖୁଲାସା କରିଛନ୍ତି ରାଜସ୍ଥାନ ନିମ୍ସ ହସ୍ପିଟାଲ ଅଧ୍ୟକ୍ଷ ଡାକ୍ତର ବିଏସ ତୋମାର । ଏହି ପରୀକ୍ଷଣ ପାଇଁ ଆୟୁଷ ମନ୍ତ୍ରାଳୟ ପତଞ୍ଜଳୀକୁ ଅନୁମତି ଦେଇଥିବା ସେ କହିଛନ୍ତି ।

କୋରୋନିଲର କ୍ଲିନିକାଲ ଟ୍ରାଏଲକୁ ଅନୁମତି ଦେଇଛି ଆୟୁଷ ମନ୍ତ୍ରାଳୟ

ଶୁକ୍ରବାର ତୋମାର କହିଛନ୍ତି ଯେ, ମେ 22ରେ ସରକାର ଏକ ଗେଜେଟ୍ ଜାରି କରିଥିଲେ । ଯେଉଁଥିରେ କୁହାଯାଇଥିଲା ଯେ, କୋଭିଡ -19 ପାଇଁ ଟୀକା ବିକଶିତ କରିବା ପାଇଁ ଡାକ୍ତରଖାନା କିମ୍ବା ଏଲୋପାଥି ୟୁନିଟକୁ ଆଗକୁ ବଢିବା ଉଚିତ୍ ।

ସରକାରଙ୍କ ଅନୁମତି ମିଳିବା ପରେ ହିଁ କ୍ଲିନିକାଲ୍ ଟ୍ରାଏଲ୍ ଆମେର ରେଜିଷ୍ଟ୍ରି-ଇଣ୍ଡିଆ (ସିଟିଆରଆଇ) ସହ ସମ୍ପର୍କ କରିଥିଲୁ, ଯାହା ଆଇସିଏମଆର ଦ୍ବାରା ସ୍ଥାପିତ ହୋଇଛି । ଆମର ଅନୁମତି ନମ୍ବର ହେଉଛି CTRI/2020/05/025273 । ଏହି ନିର୍ଦ୍ଦିଷ୍ଟ ଔଷଧର କ୍ଲିନିକାଲ୍ ପରୀକ୍ଷା ପାଇଁ ଆମକୁ ଅନୁମତି ଦିଆଯାଇଥିଲା ବୋଲି ତୋମାର କହିଛନ୍ତି ।

ଏହାପୂର୍ବରୁ ପତଞ୍ଜଳୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଆଚାର୍ଯ୍ୟ ବାଲକ୍ରିଷ୍ଣା କହିଥିଲେ ଯେ, କୋରୋନିଲ ଔଷଧ ଉତ୍ପାଦନ ପାଇଁ ସମସ୍ତ ପ୍ରକ୍ରିୟା ପାଳନ କରାଯାଇଛି । ଏପରିକି ଏହାର ଲାଇସେନ୍ସ ପାଇବା ପାଇଁ ସେମାନେ କୌଣସି ପ୍ରକାର ଭୂଲ କରିନାହାନ୍ତି ।

ଆମେ କୋରୋନିଲ୍ ପ୍ରସ୍ତୁତ ସମୟରେ ସରକାରଙ୍କ ସମସ୍ତ ନିୟମ ପାଳନ କରିଛୁ । ଏପରିକି ଲାଇସେନ୍ସ ପାଇଁ ଆବେଦନ କରିଥିବା ଔଷଧ ଶାସ୍ତ୍ରୀୟ ତଥ୍ୟ ପ୍ରମାଣ ଉପରେ ଅଧିରିତ । ପରେ ଆମେ ଔଷଧରେ ବ୍ୟବହୃତ ସମସ୍ତ ଉପାଦନ ଉପରେ କାମ କରିଥିଲୁ । ଏପରିକି ଔଷଧକୁ ପ୍ରଥମେ କ୍ଲିନିକାଲ ଟ୍ରାଏଲରେ ବ୍ୟବହାର କରାଯାଇଥିଲା ଏବଂ ପରେ ଏହାର ମନୁଷ୍ୟ ପରୀକ୍ଷଣ ଆରମ୍ଭ ହୋଇଥିଲା ବୋଲି ଆଚାର୍ଯ୍ୟ ବାଲକ୍ରିଷ୍ଣନ କହିଛନ୍ତି ।

ସେହିପରି କେନ୍ଦ୍ର ଆୟୁଷ ମନ୍ତ୍ରୀ ଶ୍ରୀପଦ ନାୟକ କହିଛନ୍ତି ଯେ, ପତଞ୍ଜଳୀ ଆୟୁର୍ବେଦକୁ ଅନ୍ତିମ ଅନୁମୋଦନ ମିଳିବା ପୂର୍ବରୁ କୋଭିଡ-19 ପାଇଁ ନୂତନ ଭାବେ ଲଞ୍ଚ ହୋଇଥିବା ଆୟୁର୍ବେଦିକ ଔଷଧର ବିଜ୍ଞାପନ ଦେବା ଉଚିତ୍ ନୁହେଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details