ନୂଆଦିଲ୍ଲୀ: ପତଞ୍ଜଳିକୁ ଲାଗିଛି ଝଟକା । କୋରୋନା ମୁକାବିଲା ନେଇ ଔଷଧ ବାହାର କରିଥିବା ଦାବି ଉପରେ ଆୟୁଷ ମନ୍ତ୍ରଣାଳୟ ରୋକ୍ ଲଗାଇଛି । ପ୍ରଥମେ ଯାଞ୍ଚ ପରେ ଏହି ଔଷଧ ଉପରେ ବିଜ୍ଞାପନ ଚଲାଇବାକୁ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି ।
ପତଞ୍ଜଳିକୁ କୋରୋନିଲ ବିଜ୍ଞାପନ ନ କରିବାକୁ ଆୟୁଷ ମନ୍ତ୍ରଣାଳୟର ନିର୍ଦ୍ଦେଶ - Ayush ministry
ବାବା ରାମଦେବଙ୍କ ପତଞ୍ଜଳି ପକ୍ଷରୁ କୋଭିଡ 19 ଚିକିତ୍ସା ପାଇଁ ଆୟୁର୍ବେଦିକ ଔଷଧ ବାହାରିଥିବା କୁହାଯାଇଛି । ଏହା ସମ୍ପର୍କରେ ମିଡିଆରେ ପ୍ରକାଶିତ ଖବରକୁ ଧ୍ୟାନରେ ରଖି ଆୟୁଷ ମନ୍ତ୍ରଣାଳୟ ଏକ ନିର୍ଦ୍ଦେଶାନାମା ଜାରି କରିଛି । ଅଧିକ ପଢନ୍ତୁ...
ଖବର ଅନୁସାରେ ବାବା ରାମଦେବଙ୍କ ପତଞ୍ଜଳି ପକ୍ଷରୁ କୋଭିଡ 19 ଚିକିତ୍ସା ପାଇଁ ଆୟୁର୍ବେଦିକ ଔଷଧ ବାହାରିଥିବା କୁହାଯାଇଛି । ଏହା ସମ୍ପର୍କରେ ମିଡିଆରେ ପ୍ରକାଶିତ ଖବରକୁ ଧ୍ୟାନରେ ରଖି ଆୟୁଷ ମନ୍ତ୍ରଣାଳୟ ଏପରି ନିର୍ଦ୍ଦେଶାନାମା ଜାରି କରିଛି । ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଔଷଧ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ପତଞ୍ଜଳିକୁ ମଗାଯାଇଛି । ଏହା ଉପରେ ଯାଞ୍ଚ ଓ ପରୀକ୍ଷା ପରେ ସବିଶେଷ ତଥ୍ୟ ନଦେବା ଯାଏଁ କମ୍ପାନୀକୁ ଏହାର ବିଜ୍ଞାପନ କରିବାକୁ ମନା କରାଯାଇଛି । ସେହିପରି କୋରୋନାର ମୁକାବିଲା ପାଇଁ ଔଷଧ ବାହାର କରିଥିବା ଦାବିକୁ ମଧ୍ୟ ବର୍ତ୍ତମାନ ପାଇଁ ପ୍ରସାରଣ ନକରିବାକୁ ପତଞ୍ଜଳିକୁ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି ।
ପ୍ରକାଶ ଥାଉ କି ରାମଦେବ ବାବାଙ୍କ ସଂସ୍ଥା ପତଞ୍ଜଳି ଦାବି କରିଛି ଯେ କୋଭିଡ 19 ମୁକାବିଲା ପାଇଁ ଏହା କୋରୋନିଲ ନାମରେ ଏକ ଆୟୁର୍ବେଦିକ ଔଷଧ ବାହାର କରିଛି । ଏହାପୂର୍ବରୁ ଗ୍ଲେନମାର୍କ ପକ୍ଷରୁ ନିକଟରେ ଫାବିଫ୍ଲୁ ନାମରେ ଏକ ଟାବଲେଟ୍ ବାହାରିଥିଲା । ଯାହା କୋରୋନାର ପ୍ରାଥମିକ ଲକ୍ଷଣକୁ ପ୍ରତିହତ କରିବ ବୋଲି ସୂଚନା ମିଳିଛି । ବର୍ତ୍ତମାନ ବିଶ୍ବ ସାରା କୋରୋନା ମୁକାବିଲା ନେଇ ଅନେକ ବୈଜ୍ଞାନିକ ଓ ରିସର୍ଚ୍ଚରମାନେ ଉଦ୍ୟମ ଜାରି ରଖିବା ସହ ଭ୍ୟାକସିନ୍ ବାହାର କରିବା ପାଇଁ ପରୀକ୍ଷାନିରୀକ୍ଷା ଚଲାଇଛନ୍ତି ।