ନୂଆଦିଲ୍ଲୀ: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ରବିବାର ଦିନ କୋରୋନା ଭାଇରସ ରୋକିବା ଏବଂ ଚିକିତ୍ସାରେ ଆୟୁର୍ବେଦିକ ପ୍ରତିକାରର ଭୂମିକାକୁ ସମର୍ଥନ କରିବା ସହ ସେଥିରେ ଥିବା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିକାରୀ ଗୁଣର ପ୍ରଶଂସା କରିଛନ୍ତି। ତାଙ୍କର ‘ରବିବାର ସମ୍ବାଦ’ର ପଞ୍ଚମ ସଂସ୍କରଣରକୁ ସମ୍ବୋଧିତ କରିବା ସମୟରେ ହର୍ଷ ବର୍ଦ୍ଧନଙ୍କୁ ଜଣେ ବ୍ୟକ୍ତି ପଚାରିଥିଲେ- କୋଭିଡ୍-୧୯ ଚିକିତ୍ସା ଲାଗି ଆୟୁର୍ବେଦ ଔଷଧରେ ଥିବା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିକାରୀ ଗୁଣର ସାମର୍ଥ୍ୟ ବିଷୟରେ ପ୍ରଚାର କରାଯାଉଛି, ଯଦିଓ ଏହା ପ୍ରମାଣିତ ହୋଇ ନାହିଁ ।
ଆୟୁର୍ବେଦର ସାମଗ୍ରିକ ଆରୋଗ୍ୟ କ୍ଷମତା ଅଛି: ସ୍ବାସ୍ଥ୍ୟମନ୍ତ୍ରୀ - ଆୟୁର୍ବେଦର ସାମଗ୍ରିକ ଆରୋଗ୍ୟ କ୍ଷମତା ଅଛି
ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ରବିବାର ଦିନ କୋରୋନା ଭାଇରସ ରୋକିବା ଏବଂ ଚିକିତ୍ସାରେ ଆୟୁର୍ବେଦିକ ପ୍ରତିକାରର ଭୂମିକାକୁ ସମର୍ଥନ କରିବା ସହ ସେଥିରେ ଥିବା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିକାରୀ ଗୁଣର ପ୍ରଶଂସା କରିଛନ୍ତି। ଅଧିକ ପଢନ୍ତୁ...
![ଆୟୁର୍ବେଦର ସାମଗ୍ରିକ ଆରୋଗ୍ୟ କ୍ଷମତା ଅଛି: ସ୍ବାସ୍ଥ୍ୟମନ୍ତ୍ରୀ Ayurveda has holistic approach: Harsh Vardhan on Ayush-based Covid-19 treatment](https://etvbharatimages.akamaized.net/etvbharat/prod-images/768-512-9143246-thumbnail-3x2-bardhan.jpg)
ଏହାର ଉତ୍ତର ଦେଇ ସ୍ବାସ୍ଥ୍ୟମନ୍ତ୍ରୀ କହିଲେ, ରୋଗ ପରିଚାଳନା କ୍ଷେତ୍ରରେ ଆୟୁର୍ବେଦର ସାମଗ୍ରିକ ଉପସ୍ଥାପନା ଅଛି। ଏଥିରେ କୌଣସି ରୋଗ ଚିକିତ୍ସା କରିବା ଏବଂ ତାହାର ନିରାକରଣ କରିବା ନିମନ୍ତେ ସାମଗ୍ରିକ ସୁସ୍ଥତା ଉପରେ ଧ୍ୟାନ ଦିଆଯାଏ। ତେଣୁ, ସିଲିକୋ ଅଧ୍ୟୟନ, ପରୀକ୍ଷାମୂଳକ ଅଧ୍ୟୟନ ଏବଂ କ୍ଲିନିକାଲ୍ ଅଧ୍ୟୟନ ଭଳି ବିଜ୍ଞାନଭିତ୍ତିକ ଅଧ୍ୟୟନ ସମେତ ଆୟୁର୍ବେଦ ଶାସ୍ତ୍ରର ଗଭୀର ଅଧ୍ୟୟନ ପରେ କୋଭିଡ୍ ବିପକ୍ଷରେ ସତର୍କତାମୂଳକ ଚିକିତ୍ସା ଭାବେ ମିଶ୍ରିତ ଆୟୁର୍ବେଦ ଔଷଧ ଅନୁମୋଦନ କରାଯାଉଛି।
କୋଭିଡ ନିମନ୍ତେ ମିଶ୍ରିତ ଉପଚାର ମଧ୍ୟରେ ରହିଛି ଗୁଡୁଚି, ଅଶ୍ବଗନ୍ଧା, ଆୟୁଷ-64 ଏବଂ ଏକ ଗୁଦୁଚି ଏବଂ ପିପଲି ମିଶ୍ରଣ, ଯାହା ରୋଗ ପ୍ରତିରୋଧକ ଶକ୍ତି ପରିବର୍ତ୍ତନକାରୀ ଭୂତାଣୁ ନିରୋଧୀ, ଆଣ୍ଟିବାୟୋଟିକ୍ ଏବଂ ଆଣ୍ଟି-ଇନ୍ଫ୍ଲାମେଟୋରୀ ଗୁଣ ପ୍ରମାଣ କରିଥାଏ ବୋଲି ଭର୍ଦ୍ଧନ ସ୍ପଷ୍ଟ କରିଛନ୍ତି।