ଓଡିଶା

odisha

ETV Bharat / bharat

ଅଯୋଧ୍ୟା: ବାବରଙ୍କ ନାଁରେ ହେବନି ମସଜିଦ, ଶିଳାନ୍ୟାସରେ ଯୋଗଦେବେ ଯୋଗୀ

ଅଯୋଧ୍ୟାରେ ମସଜିଦ ନିର୍ମାଣ ପାଇଁ ଦିଆଯାଇଥିବା ସ୍ଥାନରେ ବାବରଙ୍କ ନାଁରେ ନିର୍ମାଣ ନେଇ ଗୁଜବକୁ ଖଣ୍ଡନ କଲା ଇଣ୍ଡୋ-ଇସଲାମିକ ସାଂସ୍କୃତିକ ଫାଉଣ୍ଡେସନ ଟ୍ରଷ୍ଟ । ଅଧିକ ପଢନ୍ତୁ...

ଅଯୋଧ୍ୟା: ବାବରଙ୍କ ନାଁ ରେ ହେବନି ମସଜିଦ, ଶିଳାନ୍ୟାସରେ ଯୋଗଦେବେ ଯୋଗୀ
ଅଯୋଧ୍ୟା: ବାବରଙ୍କ ନାଁ ରେ ହେବନି ମସଜିଦ, ଶିଳାନ୍ୟାସରେ ଯୋଗଦେବେ ଯୋଗୀ

By

Published : Aug 9, 2020, 12:23 PM IST

ଲକ୍ଷ୍ନୌ: ଅଯୋଧ୍ୟାରେ ଦିଆଯାଇଥିବା ଜମିରେ ନିର୍ମିତ ହେବାକୁ ଥିବା ମସଜିଦର ନାଁ ବାବ୍ରି ମସଜିଦ ନାମରେ ନାମିତ ହେବ ନାହିଁ ବୋଲି ସୁନ୍ନି ସେଣ୍ଟ୍ରାଲ ୱାକଫ ବୋର୍ଡ ସ୍ପଷ୍ଟ କରିଛି।

ଇଣ୍ଡୋ-ଇସଲାମିକ ସାଂସ୍କୃତିକ ଫାଉଣ୍ଡେସନ ଟ୍ରଷ୍ଟର ମୁଖପାତ୍ର କହିଛନ୍ତି ଯେ, ମସଜିଦ ନିର୍ମାଣରେ ଶିଳାନ୍ୟାସ କାର୍ଯ୍ୟକ୍ରମର ଅନୁମତି ଇସଲାମରେ ନାହିଁ । ମସଜିଦ କେବଳ ଭିତ୍ତିପ୍ରସ୍ତର ଖୋଳିବା ଦ୍ୱାରା ଆରମ୍ଭ ହୁଏ, କିନ୍ତୁ ଯେତେବେଳେ ଏହି ଜମି ଉପରେ ହସ୍ପିଟାଲ କିମ୍ବା ଟ୍ରଷ୍ଟର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଏ, ସେତେବେଳେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନିମନ୍ତ୍ରଣ କରାଯିବ |

ଟ୍ରଷ୍ଟର ମୁଖପାତ୍ରଙ୍କ ଅନୁଯାୟୀ, ଭୂମିରେ ଆରମ୍ଭ କାର୍ଯ୍ୟକ୍ରମ ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମଧ୍ୟ ନିମନ୍ତ୍ରଣ କରାଯିବ। ଏହା ପୂର୍ବରୁ ଯୋଗୀ କହିଥିଲେ ଯେ, ମସଜିଦର ଶିଳାନ୍ୟାସ କାର୍ଯ୍ୟକ୍ରମକୁ ତାଙ୍କୁ କେହି ଡାକିବେ ନାହିଁ କିମ୍ବା ସେ ଯିବେ ନାହିଁ। ଗତ 2 ଦିନ ଧରି ସୋସିଆଲ ମିଡିଆରେ ନିରନ୍ତର ଆଲୋଚନା ହୋଇଥିଲା ଯେ ଅଯୋଧ୍ୟା ନିକଟ ରୌନାହୀର ଧାନିପୁର ଗ୍ରାମରେ ନିର୍ମାଣ ହେବାକୁ ଥିବା ଏହି ମସଜିଦକୁ ବାବରଙ୍କ ନାମରେ ନାମିତ କରାଯିବ। ଯାହାକୁ ସୁନ୍ନି ସେଣ୍ଟ୍ରାଲ ୱାକଫ ବୋର୍ଡ ପ୍ରତ୍ୟାଖ୍ୟାନ କରି ଏହାକୁ ଗୁଜବ ବୋଲି କହିଛି।

ନିକଟରେ ସୁନ୍ନି ସେଣ୍ଟ୍ରାଲ ୱାକଫ ବୋର୍ଡ ଇଣ୍ଡୋ-ଇସଲାମିକ କଲଚରାଲ ଫାଉଣ୍ଡେସନ ଟ୍ରଷ୍ଟ ଗଠନ କରିଛି ଯାହା, ଅଯୋଧ୍ୟାରେ ମସଜିଦ ଏବଂ ଏହାର ସହ ଡାକ୍ତରଖାନା, କମ୍ୟୁନିଟି ସେଣ୍ଟର ଏବଂ କମ୍ୟୁନିଟି କିଚେନ ଘର ନିର୍ମାଣ କରିବ। ଇସଲାମିକ ବ୍ୟାପାର ଉପରେ ଏକ ଅନୁସନ୍ଧାନ କେନ୍ଦ୍ର ମଧ୍ୟ ରହିବ।

ABOUT THE AUTHOR

...view details