ETV Bharat Odisha

ଓଡିଶା

odisha

ETV Bharat / bharat

400 କ୍ବିଣ୍ଟାଲ ଫୁଲରେ ସଜେଇ ହୋଇଛି ଅଯୋଧ୍ୟା, ଚାଲିଛି ଦେବାଦେବୀଙ୍କୁ ନିମନ୍ତ୍ରଣ ପୂଜା - Ayodhya will be decorated with nearly 400 quintals of flowers

ଅଗଷ୍ଟ 5 ବୁଧବାର ଅଯୋଧ୍ୟା ରାମ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନା କରାଯିବ । ଏନେଇ ମାତ୍ରା ଅଳ୍ପ ସମୟ ରହିଛି ଶୁଭ ସମୟ । ଏହି ସମୟ ଭିତରେ ପିଏମ ମୋଦି ପ୍ରଥମ ଆଧାରଶୀଳା ରଖିବେ। ଅଧିକ ପଢନ୍ତୁ...

400 କ୍ବିଣ୍ଟାଲ ଫୁଲରେ ସଜେଇ ହୋଇଛି ଅଯୋଧ୍ୟାନଗରୀ
400 କ୍ବିଣ୍ଟାଲ ଫୁଲରେ ସଜେଇ ହୋଇଛି ଅଯୋଧ୍ୟାନଗରୀ
author img

By

Published : Aug 4, 2020, 12:17 PM IST

Updated : Aug 4, 2020, 12:44 PM IST

)

ଲକ୍ଷ୍ନୌ: ରାତି ପାହିଲେ ହେବ ଅଯୋଧ୍ୟା ଭୂମି ପୂଜନ। ସେନେଇ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ନବ ବଧୂ ବେଶରେ ସଜେଇ ହୋଇଛି ସମଗ୍ର ଅଯୋଧ୍ୟା ନଗରୀ । କୋରୋନା କଟକଣାକୁ ନଜରରେ ରଖି ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି । ଯେପରି କୌଣସି ଅପ୍ରିତିକର ପରିସ୍ଥିତି ଯେପରି ସୃଷ୍ଟି ନହୁଏ ସେନେଇ ଘଟଣାସ୍ଥଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।

in article image
400 କ୍ବିଣ୍ଟାଲ ଫୁଲରେ ସଜେଇ ହୋଇଛି ଅଯୋଧ୍ୟାନଗରୀ

ତେବେ ଭୂମି ପୂଜନ ପାଇଁ 400 କ୍ବିଣ୍ଟାଲ ଫୁଲରେ ସଜା ଯାଇଛି ସମଗ୍ର ପୂଜା ମଣ୍ଡପ । ଏନେଇ ସାଜସଜ୍ଜା ପାଇଁ ଅନ୍ୟାନ୍ୟ ଫୁଲ ଆସିଥିବାବେଳେ, ପୂଜା ପାଇଁ ବେଙ୍ଗାଲୁରୁରୁ ସ୍ବତନ୍ତ୍ର ନୀଳ ଅପରାଜିତା ଓ ବିଷ୍ଣୁକାନ୍ତା ଫୁଲ ଏହି ପବିତ୍ର ନଗରୀକୁ ଅଣାଯାଇଛି ।

ଅନ୍ୟପଟେ ଅଯୋଧ୍ୟାରେ 'ରାମାର୍ଚ୍ଚନ ପୂଜା' ଆରମ୍ଭ ହୋଇଯାଇଛି। ସମସ୍ତ ପ୍ରମୁଖ ଦେବାଦେବୀଙ୍କୁ ନିମନ୍ତ୍ରଣ କରିବା ପାଇଁ ଏକ ପୂଜା କରାଯାଉଛି । ଏଥିରେ ସାଧୁ ସନ୍ଥ ଓ ପୁରୋହିତ ମାନେ ରହି ମନ୍ତ୍ରୋଚାରଣ କରୁଛନ୍ତି । ବିଭିନ୍ନ ରଙ୍ଗର ମୁରୁଜରେ ପୂଜା ମଣ୍ଡପ ସଜାଯାଇଛି । ଆଉ ଏଇ ସମୟରେ ସମସ୍ତେ ସାମାଜିକ ଦୂରତା ମାନି ପୂଜା କରୁଥିବା ଦେଖିବାକୁ ମିଳିଛି ।

400 କ୍ବିଣ୍ଟାଲ ଫୁଲରେ ସଜେଇ ହୋଇଛି ଅଯୋଧ୍ୟାନଗରୀ

ତେବେ ଏହି ପୂଜା 'ରାମାର୍ଚ୍ଚନ ପୂଜା' ଚାରୋଟି ପର୍ଯ୍ୟାୟରେ ହେବ । ପ୍ରଥମ ପର୍ଯ୍ୟାୟରେ ଭଗବାନ ରାମଙ୍କ ବ୍ୟତୀତ ଅନ୍ୟ ଦେବତାମାନଙ୍କୁ ପୂଜା କରାଯିବ। ଦ୍ୱିତୀୟ ପର୍ଯ୍ୟାୟରେ, ନଳ, ନୀଳ, ସୁଗ୍ରିବ ଓ ଅଯୋଧ୍ୟାଙ୍କୁ ପୂଜା କରାଯିବ । ଏନେଇ ପୁରୋହିତ ସତ୍ୟନାରାୟଣ ଦାସ ସୂଚାନ ଦେଇଛନ୍ତି ।

ଚାଲିଛି ଦେବାଦେବୀଙ୍କୁ ନିମନ୍ତ୍ରଣ ପୂଜା
Last Updated : Aug 4, 2020, 12:44 PM IST

ABOUT THE AUTHOR

...view details