ହାଇଦ୍ରାବାଦ: ବହୁ ପ୍ରତିକ୍ଷିତ ଅଯୋଧ୍ୟା ରାୟ ପ୍ରକାଶ ପାଇବା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଦେଶରେ ୟୁନିଫର୍ମ ସିଭିଲ କୋଡ ଲାଗୁ କରିବାପାଇଁ ଟିପ୍ପଣୀ ଦେଇଛନ୍ତି । ରାମ ଜନ୍ମଭୂମି ବିବାଦର ସୁପ୍ରିମକୋର୍ଟର ଫୈସଲା ଆସିଲା ପରେ ରାଜନାଥ ସିଂଙ୍କ ପ୍ରତିକ୍ରିୟା ପଚରାଯିବାରୁ ସେ ଦେଶରେ ଏବେ ୟୁନିଫର୍ମ ସିଭିଲ କୋଡ ଲାଗୁ କରିବା ସମୟ ଆସିଗଲା ବୋଲି କହିଛନ୍ତି ।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଉତ୍ତରାଖଣ୍ଡ ରାଜ୍ୟର 20ତମ ପ୍ରତିଷ୍ଠା ଦିବସରେ ଯୋଗ ଦେବା ପାଇଁ ଡେରାଡୁନରେ ପହଞ୍ଚିଥିଲେ । ସେଠାରେ ସେ ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟ ଐତିହାସିକ ରାୟକୁ ନେଇ ନିଜର ମତ ପ୍ରକାଶ କରିଛନ୍ତି । ଏହି ରାୟ ଦ୍ବାରା ଦେଶର ସାମାଜିକ ଭାଇଚାରା ମଜବୁତ ହେବ ଓ ଅଯୋଧ୍ୟା ରାୟ ଐତିହାସିକ ସର୍ବୋଚ୍ଚକୋର୍ଟର ଏହି ରାୟକୁ ସମ୍ମାନ କରାଯିବ ବୋଲି କହିଛନ୍ତି । ଦିଲ୍ଲୀ ହାଇକୋର୍ଟରେ ସୋମବାର ଦିନ ୟୁନିଫର୍ମ ସିଭିଲ କୋଡ ସହିତ ଜଡିତ କେତେକ ଜନସ୍ବାର୍ଥ ମାମଲା ଶୁଣାଣି କରାଯିବ । ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ଡିଏନ ପାଟିଲ ଓ ଜଷ୍ଟିସ ସି ହରିଶଙ୍କର ଏହି ଖଣ୍ଡପିଠ ଶୁଣାଣି କରିବେ ।