ଓଡିଶା

odisha

ETV Bharat / bharat

ଦୀର୍ଘ 28 ବର୍ଷ ପରେ ଅଯୋଧ୍ୟା ବିବାଦୀୟ ଢାଞ୍ଚାର ରାୟ ଶୁଣାଇବେ ସୁପ୍ରିମକୋର୍ଟ

ଅଯୋଧ୍ୟାରେ ବିବାଦୀୟ ଢାଞ୍ଚା ଭାଙ୍ଗିବାର 28 ବର୍ଷ ପରେ ଆସନ୍ତା ସପ୍ତାହରେ ଅର୍ଥାତ୍ 30 ସେପ୍ଟେମ୍ବର ସୁଦ୍ଧା ବିବାଦୀୟ ଢାଞ୍ଚା ଭାଙ୍ଗିବା ପ୍ରସଙ୍ଗରେ ନିଷ୍ପତ୍ତି ନିଆଯିବ। ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣୀ କରିବେ ।

 ସୁପ୍ରିମକୋର୍ଟ
ସୁପ୍ରିମକୋର୍ଟ

By

Published : Sep 27, 2020, 12:20 PM IST

ନୂଆଦିଲ୍ଲୀ: ଅଯୋଧ୍ୟାରେ ବିବାଦୀୟ ଢାଞ୍ଚା ଭାଙ୍ଗିବାର 28 ବର୍ଷ ପରେ ଆସନ୍ତା ସପ୍ତାହରେ ଅର୍ଥାତ୍ 30 ସେପ୍ଟେମ୍ବର ସୁଦ୍ଧା ବିବାଦୀୟ ଢାଞ୍ଚା ଭାଙ୍ଗିବା ପ୍ରସଙ୍ଗରେ ନିଷ୍ପତ୍ତି ନିଆଯିବ। ସୁପ୍ରିମକୋର୍ଟ ଏହି ମାମଲାର ସମାଧାନ ଓ ରାୟ ଘୋଷଣା କରିବା ପାଇଁ ଧାର୍ଯ୍ୟ କରିଛନ୍ତି । ଦୀର୍ଘ ଦିନର ବିଚାର ପରେ ସୁପ୍ରିମକୋର୍ଟ ଏହାର ସମାଧାନ ପାଇଁ ସମୟ ଧାର୍ଯ୍ୟ କରିଛନ୍ତି ।

ଏପ୍ରିଲ୍ 2017ରେ ସୁପ୍ରିମକୋର୍ଟ ଦୁଇ ବର୍ଷ ମଧ୍ୟରେ ମାମଲାର ସମାଧାନ କରିବାକୁ ଓ ଏହି ରାୟ ଶୁଣାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ଶୁଣାଣି ତିନିଥର ତାରିଖ ପରିବର୍ତ୍ତନ କରାଯାଇଥିଲା ଓ ଶେଷ ତାରିଖ 30 ସେପ୍ଟେମ୍ବର 2020 ସ୍ଥିର କରାଯାଇଥିଲା ।

ଭାରତର ଏହା ଅନ୍ୟତମ ପ୍ରସିଦ୍ଧ ମାମଲା । ବିବାଦୀୟ ଢାଞ୍ଚା ଭାଙ୍ଗିବା ଘଟଣାର ପ୍ରଥମ ଅଭିଯୋଗ 6 ଡିସେମ୍ବର 1992 ରେ ଶ୍ରୀ ରାମ ଜନ୍ମଭୂମୀ ସାଦର ଫୈଜାବାଦ ପୋଲିସ ଷ୍ଟେସନର ଥାନା ଅଧିକାରୀ ପ୍ରିୟମ୍ବଦା ନାଥ ଶୁକ୍ଲାଙ୍କ ଦ୍ବାରା ଦାଖଲ କରାଯାଇଥିଲା। ଦ୍ବିତୀୟ ଅଭିଯୋଗ ରାମ ଜନ୍ମଭୂମି ପୋଲିସ ଷ୍ଟେସନର ଅଧିକାରୀ ଗଙ୍ଗା ପ୍ରସାଦ ତିୱାରୀ କରିଥିଲେ ।

ଏହି ପରିପ୍ରେକ୍ଷୀରେ ବିଭିନ୍ନ ତାରିଖରେ ମୋଟ 49ଟି ଏଫ୍ଆଇଆର୍ ଦାଖଲ କରାଯାଇଥିଲା। ପରେ ମାମଲାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରାଯାଇଥିଲା। 4 ଅକ୍ଟୋବର 1993ରେ ସିବିଆଇ ତଦନ୍ତର ସମାଧାନ କରି 40 ଅଭିଯୁକ୍ତଙ୍କ ବିରୋଧରେ ପ୍ରଥମ ଚାର୍ଜସିଟ ଦାଖଲ କରିଥିଲା। ପ୍ରାୟ ଅଢେଇ ବର୍ଷ ପରେ ଜାନୁଆରୀ 10, 1996 ରେ ଅନ୍ୟ 9 ଅଭିଯୁକ୍ତଙ୍କ ବିରୋଧରେ ଆଉ ଏକ ଅତିରିକ୍ତ ଚାର୍ଜସିଟ୍ ଦାଖଲ କରାଯାଇଥିଲା। ସମୁଦାୟ 49 ଅଭିଯୁକ୍ତଙ୍କ ବିରୋଧରେ ସିବିଆଇ ଏକ ଚାର୍ଜସିଟ୍ ଦାଖଲ କରିଛି। ଏହାର 28 ବର୍ଷର ବିଚାର ପ୍ରକ୍ରିୟାରେ 17 ଅଭିଯୁକ୍ତଙ୍କର ମୃତ୍ୟୁ ଘଟିଛି । ବର୍ତ୍ତମାନ କେବଳ 32 ଅଭିଯୁକ୍ତଙ୍କ ନିଷ୍ପତ୍ତି ନିଆଯାଇ ନାହିଁ।

ABOUT THE AUTHOR

...view details