ଓଡିଶା

odisha

ମସଜିଦ୍‌ ପାଇଁ ୫ ଏକର ଜମି: 15 ଦିନ ପରେ ନିଷ୍ପତ୍ତି ନେବ ସୁନ୍ନି ୱାକ୍‌ଫ ବୋର୍ଡ

By

Published : Nov 10, 2019, 6:50 PM IST

ସୁନ୍ନି ୱାକଫ୍‌ ବୋର୍ଡ ଏହି 5 ଏକର ଜମି ଗ୍ରହଣ କରିବା ନିଷ୍ପତ୍ତି 26 ନଭେମ୍ବର ବୈଠକ ପରେ ସ୍ତୀରିକୃତ ହେବ ବୋଲି କୁହାଯାଇଛି । ଅଯୋଧ୍ୟା ରାୟ ଆସିବାର 15 ଦିନ ପରେ ଏହି 5 ଏକର ଜମି ଗ୍ରହଣକୁ ନେଇ ବୋର୍ଡର ନିଷ୍ପତ୍ତି ପ୍ରକାଶ କରିବ । ଅଧିକ ପଢନ୍ତୁ...

ଫାଇଲ ଫଟୋ

ଅଯୋଧ୍ୟା: ଅଯୋଧ୍ୟାର ଏକ ପ୍ରମୁଖ ସ୍ଥାନରେ ସୁନ୍ନି ୱାକଫ୍‌ ବୋର୍ଡ଼କୁ ୫ ଏକର ଜମି ଦେବାକୁ ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ବୟାନ ପରେ ବୋର୍ଡ ପକ୍ଷରୁ ବଡ ବୟାନ ଦିଆଯାଇଛି । ସୁନ୍ନି ୱାକଫ୍‌ ବୋର୍ଡ ଏହି 5 ଏକର ଜମି ଗ୍ରହଣ କରିବା ନିଷ୍ପତ୍ତି 26 ନଭେମ୍ବର ବୈଠକ ପରେ ସ୍ତୀରିକୃତ ହେବ ବୋଲି କୁହାଯାଇଛି । ଅର୍ଥାତ ଅଯୋଧ୍ୟା ରାୟ ଆସିବାର 15 ଦିନ ପରେ ଏହି 5 ଏକର ଜମି ଗ୍ରହଣକୁ ନେଇ ବୋର୍ଡର ନିଷ୍ପତ୍ତି ପ୍ରକାଶ କରିବ ।

ଅଯୋଧ୍ୟା ରାୟ ଆସିବା ପରେ ସୁନ୍ନି ୱାକଫ୍‌ ବୋର୍ଡ ପକ୍ଷରୁ କିଛି ସମୟ ପରେ ପ୍ରେସ କନଫରେନ୍ସ କରାଯାଇଥିଲା । ଏଥିରେ ଅଧ୍ୟକ୍ଷ ଜାଫର ଫାରୁକି ସୁପ୍ରିମକୋର୍ଟର ରାୟ ଉପରେ ରିଭ୍ୟୁ ପିଟିସନ ଦାଖଲ କରାଯିବ ନାହିଁ ବୋଲି ସ୍ପଷ୍ଟ କରିଥିଲେ ।

ଏଠାରେ ସୂଚନା ଯୋଗ୍ୟ ଯେ ନଭେମ୍ବର 9 ତାରିଖରେ ବହୁ ପ୍ରତୀକ୍ଷିତ ଅଯୋଧ୍ୟା ଜମି ବିବାଦର ରାୟ ପ୍ରକାଶ ପାଇଥିଲା । ବିବାଦୀୟ ଜମି ଉପରେ ରାମ ମନ୍ଦିର ତିଆରି ହେବ ବୋଲି ସୁପ୍ରିମକୋର୍ଟ ନିଷ୍ପତ୍ତି ଦେଇଥିଲେ । ଅନ୍ୟପଟେ ମୁସଲମାନ ସମ୍ପ୍ରଦାୟକୁ ଅଯୋଧ୍ୟାର ଅନ୍ୟତ୍ର 5 ଏକର ଜମି ଦେବାକୁ ମଧ୍ୟ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ABOUT THE AUTHOR

...view details