ଓଡିଶା

odisha

ETV Bharat / bharat

ଅଯୋଧ୍ୟା ରାୟ; ଶାନ୍ତି ବଜାୟ ରଖିବାକୁ ୟୁପି ସିଏମ କଲେ ଟ୍ବିଟ - ଅଯୋଧ୍ୟା ରାୟ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି

ପ୍ରକାଶ ପାଇବ ବହୁ ପ୍ରତିକ୍ଷିତ ଅଯୋଧ୍ୟା ମାମଲାର ରାୟ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଟ୍ବିଟ କରି ଶାନ୍ତି ଏକତା ଓ ସଦଭାବନା ବଜାୟ ରଖିବାକୁ ଅପିଲ କରିଛନ୍ତି ।

ଅଯୋଧ୍ୟା ରାୟ; ଶାନ୍ତି ବଜାୟ ରଖିବାକୁ ୟୁପି ସିଏମ କଲେ ଟ୍ବିଟ

By

Published : Nov 9, 2019, 6:05 AM IST

ଲକ୍ଷ୍ନୌ: ଆଜି(ଶନିବାର) ଦିନ 10 ଟା 30 ରେ ପ୍ରକାଶ ପାଇବ ବହୁ ପ୍ରତିକ୍ଷିତ ଅଯୋଧ୍ୟା ମାମଲାର ରାୟ । ଏନେଇ ଉତ୍ତର ପ୍ରଦେଶରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିଦିଆଯାଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଟ୍ବିଟ କରି ଶାନ୍ତି ଓ ଶୃଙ୍ଖଳା ବଜାୟ ରଖିବାକୁ ଅପିଲ କରିଛନ୍ତି । ଏହି ଐତିହାସିକ ରାୟକୁ ଅଯୋଧ୍ୟାର ବିଜୟ କି ପରାଜୟ ଭାବରେ ନ ଦେଖିବାକୁ ସେ ଟ୍ବିଟରେ ଉଲ୍ଲେଖ କରିଛନ୍ତି ।

ଫଟୋ ସୌଜନ୍ୟ: ଟ୍ବିଟର@myogiadityanath

ଉତ୍ତରପ୍ରଦେଶରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିଦିଆଯାଇଥିବା ବେଳେ ଯୋଗୀ ଆଦିତ୍ୟନାଥ ଲୋକଙ୍କୁ କୌଣସି ପ୍ରକାର ଗୁଜବକୁ ବିଶ୍ବାସ ନ କରିବାକୁ ପରାମର୍ଶ ଦେଇଛନ୍ତି। ଏହାସହ ରାଜ୍ୟରେ ଶାନ୍ତି ଓ ସୌହାଦ୍ୟପୂର୍ଣ୍ଣ ବାତାବରଣ ବଜାୟ ରଖିବାକୁ କହିଛନ୍ତି। ଯଦି କୌଣସି ବ୍ୟକ୍ତି ଆଇନ ଆମାନ୍ୟ କରେ ତେବେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।

ତେବେ ଏଠାରେ କହି ରଖୁଛୁ ଯେ ଉତ୍ତର ପ୍ରଦେଶର ଅଧିକାଂଶ ସହରରେ 144 ଧାରା ଲାଗୁ କରାଯାଇଛି । ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷାବଳ ମୁତୟନ ହୋଇଛି । ଏହାସହ ଆଜି ସମସ୍ତ ସ୍କୁଲ କଲେଜ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ABOUT THE AUTHOR

...view details