ଓଡିଶା

odisha

ETV Bharat / bharat

ନେପାଳରେ ଅଯୋଧ୍ୟା ପ୍ରସଙ୍ଗ: ପିଏମ ଓଲିଙ୍କ ବିରୋଧରେ ଧର୍ମାଦେଶ ଜାରି କଲେ ଅଯୋଧ୍ୟା ସନ୍ଥ - ramdas maharaj

ପ୍ରଭୁ ଶ୍ରୀରାମଙ୍କ ଜନ୍ମ ଭୂମି ଅଯୋଧ୍ୟା ଭାରତରେ ନୁହେଁ, ନେପାଳରେ ଥିବା କହିଛନ୍ତି ନେପାଳ ପିଏମ । ଯାହାକୁ ନେଇ ରାମ ଦଳ ଟ୍ରଷ୍ଟର ସଭାପତି ରାମଦାସ ମହାରାଜଙ୍କ ଲକ୍ଷ ଲକ୍ଷ ଭକ୍ତ ରାସ୍ତାକୁ ଓହ୍ଲାଇ ବିରୋଧ ପ୍ରଦର୍ଶନ କରିବେ । ଅଧିକ ପଢନ୍ତୁ...

ଅଯୋଧ୍ୟା ନେପାଳରେ ଥିବା ପ୍ରସଙ୍ଗ: ପିଏମ ଓଲିଙ୍କ ବିରୋଧରେ ଧର୍ମାଦେଶ ଜାରି କଲେ ଅଯୋଧ୍ୟା ସନ୍ଥ
ଅଯୋଧ୍ୟା ନେପାଳରେ ଥିବା ପ୍ରସଙ୍ଗ: ପିଏମ ଓଲିଙ୍କ ବିରୋଧରେ ଧର୍ମାଦେଶ ଜାରି କଲେ ଅଯୋଧ୍ୟା ସନ୍ଥ

By

Published : Jul 14, 2020, 12:12 PM IST

ଲକ୍ଷ୍ନୌ: ପ୍ରଭୁ ରାମଙ୍କ ଉପରେ ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ଦେଇଥିବା ବିବୃତ୍ତିରେ ଅଯୋଧ୍ୟା ସାଧୁମାନେ ଅସନ୍ତୋଷ ଜାହିର କରିଛନ୍ତି। ରାମ ଦଳ ଟ୍ରଷ୍ଟର ସଭାପତି ରାମଦାସ ମହାରାଜ କହିଛନ୍ତି,ଯେ, ଆଜି(ମଙ୍ଗଳବାର)ଠାରୁ ନେପାଳରେ ଥିବା ତାଙ୍କ ଶିଷ୍ୟମାନେ ଓଲିଙ୍କ ବିରୋଧରେ ପ୍ରଦର୍ଶନ କରିବା ନେଇ ରାସ୍ତାକୁ ଓହ୍ଲାଇବେ। ବେଦ ଏବଂ ପୁରାଣରେ ଥିବା ବର୍ଣ୍ଣନାକୁ ଦର୍ଶାଇ ରାମଦାସ ମହାରାଜ କହିଛନ୍ତି ଯେ ନେପାଳରେ ସରୟୁ ନଥିବା କହିଛନ୍ତି ।

ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲିଙ୍କୁ ଏକ ମାସ ମଧ୍ୟରେ ଇସ୍ତଫା ଦେବାକୁ ପଡିବ ବୋଲି ରାମଦାସ ମହାରାଜ କହିଛନ୍ତି । 'ମୁଁ ଏହି ଆଦେଶ ଦେଉଛି ମୋର ଶିଷ୍ୟମାନେ ରାସ୍ତାକୁ ଓହ୍ଲାଇ ବିରୋଧ ପ୍ରଦର୍ଶନ କରନ୍ତୁ ଏବଂ ଓଲିଙ୍କୁ ସତ୍ତାରୁ ବାହାର କରନ୍ତୁ' ।

ମହାରାଜ ଆହୁରି କହିଛନ୍ତି ଯେ, ସମଗ୍ର ବିଶ୍ୱର ସାଂସ୍କୃତିକ ରାଜଧାନୀ ହେଉଛି ଅଯୋଧ୍ୟା। ବେଦ, ରାମାୟଣ କିମ୍ବା ପୁରାଣରେ ଦେଖନ୍ତୁ, ଏହା ସ୍ପଷ୍ଟ ଭାବରେ କହିଛି ଯେ ଯେଉଁଠାରେ ସରୟୁ ଅଛି, ସେଠାରେ ଅଯୋଧ୍ୟା ଅଛି । ନେପାଳରେ କୌଣସି ସରୟୁ ନାହିଁ । ସମଗ୍ର ଭୁ-ମଣ୍ଡଳରେ ରାଜା ଥିଲେ ଏବଂ ସମସ୍ତଙ୍କ ଚକ୍ରବର୍ତ୍ତୀ ସମ୍ରାଟ ଭାରତର ଉତ୍ତରପ୍ରଦେଶର ଅଯୋଧ୍ୟା ମହାରାଜା ଥିଲେ।

ଏଥି ସହ ଧର୍ମଗୁରୁ ମହନ୍ତ ପରମହଂସ କହିଛନ୍ତି ଯେ, କେପି ଶର୍ମା ନିଜେ ନେପାଳୀ ନୁହନ୍ତି । କେପି ଶର୍ମା ସମଗ୍ର ନେପାଳକୁ ପାକିସ୍ତାନରେ ଭିକାରୀ କରିବା ପାଇଁ ଆଗ୍ରହୀ ଅଛନ୍ତି । ନେପାଳ ବାସୀଙ୍କ ସହ ସେ ପ୍ରତାରଣା କରୁଛନ୍ତି। ନେପାଳର 24ରୁ ଉର୍ଦ୍ଧ୍ବ ଗାଁକୁ ଚୀନ ଦଖଲ କରିଛି । ତାକୁ ଲୁଚାଇବା ପାଇଁ ସେମାନେ ଭଗବାନ ରାମଙ୍କ ନାଁରେ ଆଶ୍ରୟ ନେଉଛନ୍ତି ।

ରାମ ମନ୍ଦିର ଟ୍ରଷ୍ଟର ସଦସ୍ୟ ମହନ୍ତ ଦୀନେନ୍ଦ୍ର ଦାସ କହିଛନ୍ତି ଯେ, ଅଯୋଧ୍ୟା ଆମ ପାଇଁ ଗୋଟିଏ ଏବଂ ତାହା ହିଁ ରହିବ। ରାଜନୀତିରେ କେହି କିଛି ବି କହିପାରିବେ । କିନ୍ତୁ ମୁଖ୍ୟ ଅଯୋଧ୍ୟା ଉତ୍ତରପ୍ରଦେଶରେ ରହିଛି । ଯେଉଁଠି ସରୟୁ ମାତା, ସେଇଠି ଭଗବାନ ରାମଙ୍କର ଅଯୋଧ୍ୟା ।

ନେପାଳର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଦାବି କରିଛନ୍ତି ଯେ, ପ୍ରଭୁ ଶ୍ରୀରାମଙ୍କ ନଗରୀ ଅଯୋଧ୍ୟାର ଉତ୍ତରପ୍ରଦେଶରେ ନୁହେଁ ବରଂ ନେପାଳର ବାଲ୍ମିକି ଆଶ୍ରମ ନିକଟରେ ରହିଛି । ନେପାଳର ବାଲ୍ମିକି ରାମାୟଣକୁ ନେପାଳୀରେ ଅନୁବାଦ କରୁଥିବା ନେପାଳର ଆଦିକବି ଭାନୁଭକ୍ତଙ୍କ ଜନ୍ମ ବାର୍ଷିକୀ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଓଲି ଏହା ଦାବି କରିଛନ୍ତି। ଯାହାକୁ ନେଇ ଏବେ ବିବାଦ ଉପୁଜିଛି ।

ନେପାଳ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, 'ଆଜି ପର୍ଯ୍ୟନ୍ତ ଆମେ ଭ୍ରମରେ ଅଛୁ ଯେ ସୀତାଙ୍କୁ ବିବାହ କରିଥିବା ରାମ ଜଣେ ଭାରତୀୟ। ହେଲେ ସେ ଜଣେ ନେପାଳୀ ଅଟନ୍ତି। ଜନକପୁରର ପଶ୍ଚିମରେ ଥିବା ବିରଗଞ୍ଜ ନିକଟରେ ଠୋରୀ ନାଁରେ ଏକ ସ୍ଥାନ ରହିଛି, ଯେଉଁଠି ବାଲ୍ମିକି ଆଶ୍ରମ ଅଛି । ସେଠାରେ ରାଜକୁମାର ରାମ ଥିଲେ । ବାଲ୍ମିକି ନଗର ନାମକ ସ୍ଥାନ ବର୍ତ୍ତମାନ ବିହାରର ପଶ୍ଚିମ ଚମ୍ପାରନ ଜିଲ୍ଲାରେ ଅଛି, ସେଥିମଧ୍ୟରୁ କିଛି ନେପାଳରେ ମଧ୍ୟ ଅଛି ।

ABOUT THE AUTHOR

...view details