ଓଡିଶା

odisha

ETV Bharat / bharat

ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ସହ ରାମ ଭିଲାସ ବେଦାନ୍ତିଙ୍କ ସାକ୍ଷାତ, ରାମ ମନ୍ଦିର ନିର୍ମାଣ ନେଇ ଚର୍ଚ୍ଚା - ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ସହ ରାମ ଭିଲାସ ବେଦାନ୍ତିଙ୍କ ସାକ୍ଷାତ

ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ରାମ ମନ୍ଦିରର ଉଚ୍ଚତା ଏବଂ ମାନ୍ୟତା ବୃଦ୍ଧି କରିବା ପାଇଁ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ସହ ରାମ ଭିଲାସ ବେଦାନ୍ତି କଲେ ସାକ୍ଷାତ । ରାମ ମନ୍ଦିର ନିର୍ମାଣ ନେଇ କଲେ ଆଲୋଚନା । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ରାମ ମନ୍ଦିର ନିର୍ମାଣ ନେଇ ଚର୍ଚ୍ଚା
ରାମ ମନ୍ଦିର ନିର୍ମାଣ ନେଇ ଚର୍ଚ୍ଚା

By

Published : Jun 3, 2020, 1:31 AM IST

ଅଯୋଧ୍ୟା: ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ରାମ ମନ୍ଦିରର ଉଚ୍ଚତା ଏବଂ ମାନ୍ୟତା ବୃଦ୍ଧି କରିବା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ଏନେଇ ପୂର୍ବତନ ବିଜେପି ସାଂସଦ ତଥା ରାମ ଜନ୍ମଭୂମିର ବରିଷ୍ଠ ସଦସ୍ୟ ରାମ ଭିଲାସ ବେଦାନ୍ତୀ ପ୍ରାଣ ପଣେ ଚେଷ୍ଟା ଜାରି ରଖିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ରାଷ୍ଟ୍ରପତିଙ୍କ ନିକଟକୁ ଚିଠି ପଠାଇଥିବା ରାମ ଭିଲାସ ବେଦାନ୍ତ ମଙ୍ଗଳବାର ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସଭାପତି ନୃତ୍ୟ ଗୋପାଳ ଦାସଙ୍କୁ ଭେଟିଛନ୍ତି । ତାଙ୍କ ସହ ସାକ୍ଷାତ କରି ରାମ ମନ୍ଦିରର ଉଚ୍ଚତା ଏବଂ ମହାନତା ବୃଦ୍ଧି ବିଷୟରେ ଆଲୋଚନା କରିଛନ୍ତି ।

ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ସହ ରାମ ଭିଲାସ ବେଦାନ୍ତିଙ୍କ ସାକ୍ଷାତ, ରାମ ମନ୍ଦିର ନିର୍ମାଣ ନେଇ ଚର୍ଚ୍ଚା

ରାମ ଭିଲାସ ଦାସ ବେଦାନ୍ତୀ ଏବଂ ନୃତ୍ୟ ଗୋପାଳ ଦାସଙ୍କ ଉତ୍ତରାଧିକାରୀ କମଲ ନୟନ ଦାସଙ୍କ ଅନୁସାରେ ରାମ ମନ୍ଦିରର ଉଚ୍ଚତା ଏବଂ ମହାନତା ବୃଦ୍ଧି ପାଇବ ବୋଲି ଟ୍ରଷ୍ଟର ଅଧ୍ୟକ୍ଷ ମଧ୍ୟ ରାଜି ହୋଇଛନ୍ତି । କମଲ ନୟନ ଦାସଙ୍କ କହିଛନ୍ତି ଯେ ଏହି ପ୍ରସଙ୍ଗ ନେଇ ସେ ଟ୍ରଷ୍ଟର ଉଚ୍ଚପଦାଧିକାରୀଙ୍କ ସହ ଆଲୋଚନା କରିବେ । 1111 ଫୁଟ ଉପରେ ଜୋର ନଦେଇ ମନ୍ଦିରର ଉଚ୍ଚତା ବୃଦ୍ଧି କରାଯିବା ସହ ମହାନତା ବୃଦ୍ଧି କରାଯିବା ନେଇ ସହମତି ହୋଇଛନ୍ତି । ଏହାସହ ରାମ ମନ୍ଦିର କର୍ମଶାଳାରେ ଖୋଦିତ ପଥର ଦ୍ବାରା କେବଳ ରାମ ମନ୍ଦିର ନିର୍ମାଣ ହେବ ଏବଂ ଆଗାମୀ 2 ବର୍ଷ ମଧ୍ୟରେ ରାମ ମନ୍ଦିରର ପ୍ରଥମ ସ୍ଥର ନିର୍ମାଣ କାର୍ଯ୍ୟ ଶେଷ ହେବ ।

ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ସହ ରାମ ଭିଲାସ ବେଦାନ୍ତିଙ୍କ ସାକ୍ଷାତ କରିବା ବେଳେ ଏହା ମଧ୍ୟ କୁହାଯାଇଛି ଯେ ରାମମନ୍ଦିରର ସମସ୍ତ କାର୍ଯ୍ୟ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କାର୍ଯ୍ୟକାଳ ମଧ୍ୟରେ ସମାପ୍ତ ହେବା ଉଚିତ । ସାଧୁମାନେ ଭୟଭୀତ ଅଛନ୍ତି ଯେ ଯଦି ଏପରି ନହୁଏ, ତେବେ ଅନ୍ୟ ସରକାର ଆସିବା ଦ୍ବାରା ଏହି ରାମ ମନ୍ଦିର ନିର୍ମାଣରେ ଏକ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ । ତେବେ ଦେଖିବାକୁ ବାକି ରହିଲା ଯେ ବିଶ୍ବ ହିନ୍ଦୁ ପରିଷଦର ରାମ ମାନ୍ଦିର ମଡେଲରେ ଉଚ୍ଚତା ବୃଦ୍ଧି କରିବା ଏବଂ ମାନ୍ୟତା ଦେବାକୁ ନେଇ କେଉଁ ପରିବର୍ତ୍ତନ ହେବ ଏବଂ ଏହି ପ୍ରସଙ୍ଗ ପାଇଁ ଆଗକୁ କେଉଁ ରଣନୀତି ପ୍ରସ୍ତୁତ ହେବ ।

ABOUT THE AUTHOR

...view details