ଓଡିଶା

odisha

ETV Bharat / bharat

ଅଯୋଧ୍ୟା ରାମ ମନ୍ଦିର: ଦାନରେ ମିଳିଛି 50 କୋଟିରୁ ଉର୍ଦ୍ଧ୍ବ - More than Rs 50 crore has been donated

ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ନେଇ ଆରମ୍ଭ ହୋଇଯାଇଛି ସମସ୍ତ ପ୍ରକ୍ରିୟା । ଅନ୍ୟପଟେ ଶ୍ରଦ୍ଧାଳୁ ମାନେ ମଧ୍ୟ ଦାନ ଦେବା ଆରମ୍ଭ କରିଦେଇଛନ୍ତି । ଅଧିକ ପଢନ୍ତୁ...

ଅଯୋଧ୍ୟା ରାମ ମନ୍ଦିର: 50 କୋଟିରୁ ଅଧିକ ମିଳିଛି ଦାନ
ଅଯୋଧ୍ୟା ରାମ ମନ୍ଦିର: 50 କୋଟିରୁ ଅଧିକ ମିଳିଛି ଦାନ

By

Published : Aug 24, 2020, 11:08 AM IST

ଲକ୍ଷ୍ନୌ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ନେଇ ଭକ୍ତମାନେ ମୁକ୍ତ ହସ୍ତରେ ଦାନ କରୁଛନ୍ତି। ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଏପର୍ଯ୍ୟନ୍ତ 50 କୋଟିରୁ ଅଧିକ ଦାନ ଗ୍ରହଣ କରାଯାଇଛି। ଏହାପୂର୍ବରୁ, ରାମ ଜନ୍ମଭୂମି ନ୍ୟାସ ତା ପାଖରେ ଥିବା 12 କୋଟି ଟଙ୍କା ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଗଠନ ହେବା ପରେ ତାଙ୍କୁ ହସ୍ତାନ୍ତର କରିଥିଲା। ଟ୍ରଷ୍ଟ ଗଠନ ପରେ ଏପର୍ଯ୍ୟନ୍ତ 50 କୋଟିରୁ ଅଧିକ ଦାନ ଆକାରରେ ଜମା କରାଯାଇଛି।

ଏହା ବ୍ୟତୀତ ଟ୍ରଷ୍ଟ ଗଠନ ପରେ ଦୁଇ କ୍ୱିଣ୍ଟାଲ ରୂପା ମଧ୍ୟ ଦାନ କରାଯାଇଛି। କେବଳ ଏତିକି ନୁହେଁ, ଫୈଜାବାଦ ଟ୍ରେଜେରୀରେ ପୂର୍ବରୁ ରଖାଯାଇଥିବା ରୂପା ଏବଂ ପ୍ରାୟ 250 ଗ୍ରାମ ସୁନା ଟ୍ରଷ୍ଟକୁ ହସ୍ତାନ୍ତର କରାଯିବ। ବର୍ତ୍ତମାନ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ ଟ୍ରଷ୍ଟ ଏଫସିଆରଏର ସୁବିଧା ପାଇବାକୁ ଚେଷ୍ଟା କରୁଛି, ଯାହା ଦ୍ବାରା ବିଦେଶୀ ଦାତାମାନେ ରାମ ମନ୍ଦିର ପାଇଁ ଦାନ କରିପାରିବେ।

ଟ୍ରଷ୍ଟ ଅନୁଭବ କରୁଛି ଯେ, ବିଦେଶୀ ଦାତାମାନଙ୍କ ଦ୍ୱାରା କରାଯିବାକୁ ଥିବା ଦାନର ପରିମାଣ ଦେଶର ଦାତାମାନଙ୍କଠାରୁ ଅଧିକ ହେବ ଏବଂ ଏଥିପାଇଁ ବ୍ୟାଙ୍କ ମଧ୍ୟ ସ୍ଥିର ହୋଇଛି। ଏହି ଟ୍ରଷ୍ଟ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ବିଦେଶୀ ଦାତାମାନଙ୍କ ପାଇଁ ଏକ ଆକାଉଣ୍ଟ ଖୋଲିବ।

ସରୟୁ ଆରତୀ ସମିତିର ସଭାପତି ମହନ୍ତ ଶଶିକାନ୍ତ ଦାସ କହିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ଭକ୍ତମାନେ ପ୍ରାୟ 50 କୋଟି ଟଙ୍କା ଦାନ କରିଛନ୍ତି। ପ୍ରାୟ 12 କୋଟି ପୂର୍ବରୁ ରାମ ଜନ୍ମଭୂମି ନ୍ୟାସଙ୍କ ପାଖରେ ଥିଲା । ଆଜି ମଧ୍ୟ ଭକ୍ତମାନେ ନିରନ୍ତର ଦାନ କରୁଛନ୍ତି। ଅଯୋଧ୍ୟା ସାଧୁ ଏବଂ ସନ୍ଥ ମଧ୍ୟ ସେବାରେ ନିୟୋଜିତ ଅଛନ୍ତି, ତେଣୁ କୌଣସି ଅଭାବ ହେବ ନାହିଁ । ଅବଶ୍ୟ ମହାନ ଏବଂ ଐଶ୍ୱରୀୟ ରାମ ମନ୍ଦିର ପ୍ରସ୍ତୁତ ହେବ।

ABOUT THE AUTHOR

...view details