ଓଡିଶା

odisha

By

Published : Feb 19, 2020, 9:13 AM IST

ETV Bharat / bharat

ଆଜି ରାମ ମନ୍ଦିର ଟ୍ରଷ୍ଟ ବୈଠକ, ହୋଇପାରେ ନିର୍ମାଣ ତାରିଖ ଘୋଷଣା

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଗଠିତ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଆଜି(ବୁଧବାର) ପ୍ରଥମ ବୈଠକ । ଦିଲ୍ଲୀରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ରାମ ମନ୍ଦିର ନିର୍ମାଣ ଆରମ୍ଭ କରିବା ମୁହୂର୍ତ୍ତ ସମେତ ଅନେକ ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେ ଆଲୋଚନା ହେବ । ଅଧିକ ପଢନ୍ତୁ...

ram-mandir
ରାମ ମନ୍ଦିର

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଗଠିତ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଆଜି(ବୁଧବାର) ପ୍ରଥମ ବୈଠକ । ଦିଲ୍ଲୀରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ରାମ ମନ୍ଦିର ନିର୍ମାଣ ଆରମ୍ଭ କରିବା ମୂହୁର୍ତ୍ତ ସମେତ ଅନେକ ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେ ଆଲୋଚନା ହେବ । ବୈଠକରେ ମନ୍ଦିର ନିର୍ମାଣର ତାରିଖ ଘୋଷଣା ହେବାର ସମ୍ଭାବନା ମଧ୍ୟ ରହିଛି ।

ସାଧାରଣ ଜନତାଙ୍କ ଠାରୁ ଧନରାଶି ସହଯୋଗ ନିଆଯିବ ନା ନାହିଁ, ନିର୍ମାଣ କାର୍ଯ୍ୟ ସମୟରେ ରାମଲଲାଙ୍କ ମୂର୍ତ୍ତୀ କେଉଁଠି ରଖାଯିବ, କେତେ ସମୟ ମଧ୍ୟରେ ନିର୍ମାଣକାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ ସେନେଇ ମଧ୍ୟ ବୈଠକରେ ନିଷ୍ପତ୍ତି ନିଆଯିବ । ପ୍ରସ୍ତାବିତ ବୈଠକ ପାଇଁ ଟ୍ରଷ୍ଟର ତିନି ଜଣ ସଦସ୍ୟ ମହନ୍ତ ଦିନେନ୍ଦ୍ର ଦାସ, ରାଜା ବିମଳେନ୍ଦ୍ର ମୋହନ ପ୍ରତାପ ମିଶ୍ର ଏବଂ ଡା. ଅନିଲ ମିଶ୍ର ମଙ୍ଗଳବାର ଅଯୋଧ୍ୟାରୁ ପ୍ରସ୍ଥାନ କରିଛନ୍ତି । ନୃତ୍ୟ ଗୋପାଳ ଦାସଙ୍କ ବ୍ୟତୀତ ବିଶ୍ବ ହିନ୍ଦୁ ପରିଷଦର ଚମ୍ପତ ରାୟ ମଧ୍ୟ ବୈଠକରେ ସାମିଲ ହେବେ ।

ଟ୍ରଷ୍ଟ ସର୍ବପ୍ରଥମେ ମନ୍ଦିର ନିର୍ମାଣର ତାରିଖ ନିର୍ଦ୍ଧାରଣ କରିବ । ଭୂମି ପୂଜନ ମାର୍ଚ୍ଚ ୨୫ ରୁ ଏପ୍ରିଲ ୮ ମଧ୍ୟରେ କରାଯାଇପାରେ । କିନ୍ତୁ ମନ୍ଦିର ନିର୍ମାଣ କରିବାରେ ସମୟ ଲାଗିପାରେ । କାରଣ ମନ୍ଦିର ନିର୍ମାଣସ୍ଥଳର ମାଟି ଯାଞ୍ଚ କରିବା ଲାଗି ଭୂଗର୍ଭ ଶାସ୍ତ୍ରୀ ଓ ବାସ୍ତୁ ଶାସ୍ତ୍ରୀଙ୍କ ଠାରୁ ଟ୍ରଷ୍ଟ ମତାମତ ଲୋଡ଼ିଛି । ମନ୍ଦିର ନିର୍ମାଣ କେଉଁ କମ୍ପାନୀକୁ ଦିଆଯିବ ସେନେଇ ମଧ୍ୟ ବୈଠକରେ ନିଷ୍ପତ୍ତି ନିଆଯିବ ।

ABOUT THE AUTHOR

...view details