ଅଯୋଧ୍ୟା:ଅଯୋଧ୍ୟାରେ ପ୍ରଭୁ ରାମଚନ୍ଦ୍ରଙ୍କ ଭବ୍ୟ ରାମ ମନ୍ଦିର ନିର୍ମାଣ ଆରମ୍ଭ ହୋଇଯାଇଛି । ଆଜି ( ବୁଧବାର) ଏହି ସୂଚନା ଦେଇଛନ୍ତି ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ । ଗତ 5 ଅଗଷ୍ଟରେ ପ୍ରଧାନମନ୍ତ୍ରୀ ମୋଦି ଅଯୋଧ୍ୟା ଗସ୍ତରେ ଆସି ରାମଲାଲଙ୍କ ଦର୍ଶନ କରିବା ସହ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କରିଥିଲେ । ବର୍ତ୍ତମାନ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଯାହା ଆଜି ଟ୍ରଷ୍ଟ ପକ୍ଷରୁ ଘୋଷଣା କରାଯାଇଛି । ଏବଂ ଭକ୍ତଙ୍କ ଠାରୁ ଦାନ ଆହ୍ବାନ କରାଯାଇଛି ।
ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ୍ତି ରାୟ ବୁଧବାର ଏକ ଭିଡିଓ ଜାରି କରିଛନ୍ତି । ସେ କହିଛନ୍ତି 5 ଅଗଷ୍ଟରେ ପ୍ରଧାନମନ୍ତ୍ରୀ ଭୂମି ପୂଜନ କରିଛନ୍ତି । ବର୍ତ୍ତମାନ ମନ୍ଦିର ନିର୍ମାଣ ଆରମ୍ଭ ହୋଇଛି । କୋଟି କୋଟି ଶ୍ରଦ୍ଧାଳୁ ଦାନ କରିବା ପାଇଁ ଚାହୁଁଛନ୍ତି । ଦାନ ଅର୍ଥ ସଂଗ୍ରହ ପାଇଁ ବ୍ୟାଙ୍କ ଆକାଉଣ୍ଟ ଜାରି କରାଯାଇଛି । ଟ୍ରଷ୍ଟ ପକ୍ଷରୁ ଟ୍ବିଟ କରି କୁହାଯାଇଛି ଯେ ଭଗବାନ ରାମଙ୍କ ମନ୍ଦିର ପାଇଁ ଯଥା ସମ୍ଭବ ଯଥା ସାଧ୍ୟ ଦାନ କରନ୍ତୁ ।