ଓଡିଶା

odisha

ETV Bharat / bharat

ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ରାମଲାଲାଙ୍କୁ ଦର୍ଶନ କଲେ ମୋଦି

ସ୍ବାଧିନ ଭାରତ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଅଯୋଧ୍ୟରେ ରାମଲାଲାଙ୍କୁ ଦର୍ଶନ କଲେ ପ୍ରଧାନମନ୍ତ୍ରୀ ମୋଦି । ଏହା ପୂର୍ବରୁ ଇନ୍ଦିରା, ରାଜୀବ ଗାନ୍ଧୀ ଓ ଅଟଳ ବିହାରୀ ବାଜପେୟୀ ଅନେକ ବାର ଅଯୋଧ୍ୟା ଯାଇଥିଲେ ମଧ୍ୟ ରାମଲାଲାଙ୍କ ଦ୍ବାରରୁ ନିଜକୁ ଦୂରେଇ ରଖିଥିଲେ । କାହିଁକି ଏମିତି ହୋଇଥିଲା ପଢନ୍ତୁ ଅଧିକ...

narendra modi
narendra modi

By

Published : Aug 5, 2020, 2:21 PM IST

ଅଯୋଧ୍ୟ:ପ୍ରଧାନମନ୍ତ୍ରୀ ମୋଦି । ଆଜି ଭୂମି ପୂଜନ ପରେ ଆଉ ଏକ କୀର୍ତ୍ତୀମାନ ନିଜ ନାମରେ ସ୍ଥାପନ କରିଛନ୍ତି । ଦେଶ ସ୍ବାଧିନ ହେବା ପରେ ମୋଦି ହେଉଛନ୍ତି ପ୍ରଥମ ପ୍ରଧାନମନ୍ତ୍ରୀ ଯିଏ ରାମଲାଲାଙ୍କ ଦର୍ଶନ କରିଛନ୍ତି । ଯଦିଓ ଏହା ପୂର୍ବରୁ ଅଟଳ ବିହାରୀ ବାଜପେୟୀ, ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ ଅଯୋଧ୍ୟା ଗସ୍ତ କରିଛନ୍ତି କିନ୍ତୁ ମାମଲା ଅଦାଲତରେ ଥିବାରୁ ସେମାନେ ନିଜକୁ ରାମଲାଲାଙ୍କ ଦ୍ବାରରୁ ନିଜକୁ ଦୂରେଇ ରଖିଥିଲେ ।

ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯିଏ ରାମଲାଲାଙ୍କୁ ଦର୍ଶନ କଲେ

ଆଜି (ବୁଧବାର) ମୋଦି ରାମଲାଲାଙ୍କ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କରିଛନ୍ତି । ପ୍ରଥମେ ମୋଦି ପୂର୍ବାହ୍ନ 11 ଟାରେ ଅଯୋଧ୍ୟା ପହଞ୍ଚି ହନୁମାନଗଢୀରେ ପୂଜାର୍ଚ୍ଚନା କରିଥିଲେ । ପରେ ରାମଲାଲାଙ୍କୁ ଦର୍ଶନ କରିଛନ୍ତି । ଏହା ପରେ ରାମ ଜନ୍ମଭୂମି ପରିସରରେ ଏକ ପାରିଜାତ ବୃକ୍ଷ ରୋପଣ କରିଛନ୍ତି । ସେହିଠାରୁ ଭୂମିପୂଜନ ସ୍ଥଳକୁ ଆସି ଭୂମି ପୂଜନ କରିଥିଲେ ।

ତେବେ ମୋଦିଙ୍କ ଅଯୋଧ୍ୟା ଗସ୍ତ ଓ ଏହା ପଛରେ ଥିବା କାହାଣୀକୁ ନେଇ ଏବେ ଚର୍ଚ୍ଚା । ଆଜିର ଅଯୋଧ୍ୟା ଗସ୍ତ ପୂର୍ବରୁ ମୋଦି 2 ଥର ଅଯୋଧ୍ୟା ଆସିଛନ୍ତି । ପ୍ରଥମଥର ପାଇଁ 1992 ମସିହାରେ ଅଯୋଧ୍ୟା ଆସିଥିବା ବେଳେ ଦ୍ବିତୀୟ ଥର 2019 ଲୋକସଭା ନିର୍ବାଚନ ପ୍ରଚାର ଅବସରେ ଅଯୋଧ୍ୟା ଜିଲ୍ଲା ଗସ୍ତ କରିଥିଲେ । ତେବେ ଉଭୟ ଥର ରାମଲାଲାଙ୍କୁ ଦର୍ଶନ କରିନଥିଲେ ମୋଦି ।

ଇନ୍ଦିରା ଗାନ୍ଧୀ-

ଦେଶ ସ୍ବାଧିନତା ପରେ ପ୍ରଥମ ଥର ପାଇଁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ 1966 ରେ ଅଯୋଧ୍ୟା ଗସ୍ତରେ ଆସିଥିଲେ । ଅଯୋଧ୍ୟାର ସରୂଜୁ ନଦୀ କୂଳରେ ନିର୍ମିତ ସେତୁର ଉଦଘାଟନ ପାଇଁ ଇନ୍ଦିରା ଆସିଥିଲେ । ଦ୍ବିତୀୟ ଥର 1979 ରେ ଇନ୍ଦିରା ଅଯୋଧ୍ୟା ଆସିଥିଲେ । ସେତିକି ବେଳେ ହନୁମାନଗଢୀ ଯାଇ ଦର୍ଶନ କରିଥିଲେ ଇନ୍ଦିରା । ତୃତୀୟ ଥର ପାଇଁ 1975 ରେ ଏକ ବିଶ୍ବ ବିଦ୍ୟାଳୟର ଶିଳାନ୍ୟାସ କରିବାକୁ ଆସିଥିଲେ । ତେବେ ଅଯୋଧ୍ୟା 3 ଥର ଗସ୍ତ କରିଥିଲେ ମଧ୍ୟ ଇନ୍ଦିରା କେବେ ରାମଲାଲାଙ୍କୁ ଦର୍ଶନ କରିନଥିଲେ ।

ରାଜୀବ ଗାନ୍ଧୀ-

ରାଜୀବ ଗାନ୍ଧୀ ତାଙ୍କ ଜୀବନ କାଳରେ 3 ଥର ଅଯୋଧ୍ୟା ଗସ୍ତରେ ଆସିଥିଲେ । ପ୍ରଧାନମନ୍ତ୍ରୀ ଥିବା ବେଳେ 1986 ରେ ବାବ୍ରୀ ମସଜିଦର ତାଲା ଖୋଲାଯାଇଥିଲା । ଏବଂ 1989ରେ ମନ୍ଦିର ପାଇଁ ଶିଳାନ୍ୟାସ କରାଯାଇଥିଲା । 1984ରେ ରାଜୀବ ଅଯୋଧ୍ୟାରେ ଏକ ନିର୍ବାଚନୀ ସଭା କରିଥିଲେ । ସେହିପିର 1989 ରେ ମଧ୍ୟ ରାଜୀବ ଗାନ୍ଧୀ ଅଯୋଧ୍ୟା ଆସି ନିର୍ବାଚନୀ ପ୍ରଚାର କରିଥିଲେ । କିନ୍ତୁ ରାମଲାଲାଙ୍କୁ ଦର୍ଶନ କରିନଥିଲେ । ସେହିପରି ବିରୋଧୀ ଦଳରେ ଥିବାବେଳେ 1990ରେ ସଦଭାବନା ଯାତ୍ରା କରି ଅଯୋଧ୍ୟା ଯାଇଥିଲେ ରାଜୀବ ।

ଅଟଳ ବିହାରୀ ବାଜପେୟୀ-

ରାମ ମନ୍ଦିର ଆନ୍ଦୋଳନ ବିଜେପିକୁ ଗୋଟିଏ ସାମାନ୍ୟ ବୃକ୍ଷରୁ ଆଜି ବିଶାଳ ବୃକ୍ଷରେ ପରିଣତ କରିଛି । ବିଜେପିରୁ ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିବା ଅଟଳ ବିହାରୀ ବାଜପେୟୀ ଅନେକ ଥର ଅଯୋଧ୍ୟା ଆସିଥିଲେ । ତେବେ ପ୍ରଧାନମନ୍ତ୍ରୀ ଥିବା ବେଳେ 2 ଥର ଅଟଳ ଅଯୋଧ୍ୟା ଆସିଥିଲେ । ବର୍ଷ 2003 ରେ ମନ୍ଦିର ଆନ୍ଦୋଳର ପ୍ରମୁଖ ଥିବା ରାମଚନ୍ଦ୍ର ଦାସ ପରମ ହଂସଙ୍କ ନିଧନ ବେଳେ ଅଟଳ ଅଯୋଧ୍ୟା ଆସିଥିଲେ । ସେତେବେଳେ ଅଟଳ ସରଜୁ ନଦୀକୂଳରେ ରାମଚନ୍ଦ୍ର ଦାସ ପରମ ହଂସଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ କହିଥିଲେ ରାମ ମନ୍ଦିର ନିର୍ମାଣ ସ୍ବପ୍ନ ନିଶ୍ଚୟ ପୁରା ହେବ । ଏହା ପୂର୍ବରୁ ମଧ୍ୟ ଅଟଳ 2003 ରେ ଅଯୋଧ୍ୟା ଆସିଥିଲେ । ସରଜୁ ନଦୀ କୂଳରେ ନିର୍ମିତ ହୋଇଥିବା ଓ ଅଯୋଧ୍ୟାରୁ ଗୋରଖପୁରକୁ ଯୋଗାଯୋଗ କରୁଥିବା ରେଳବ୍ରିଜର ଉଦଘାଟନ କରିଥିଲେ ।

ଏହାସହ ଅଟଳ ବିହାରୀ ବାଜପେୟୀଙ୍କ ସ୍ବପ୍ନର ପ୍ରକଳ୍ପ ସ୍ବର୍ଣ୍ଣ ଚତୁର୍ଭୁଜ ଯୋଜନାରେ ଅଯୋଧ୍ୟାକୁ ଯୋଡିବା ପାଇଁ ଉଦ୍ୟମ କରି ସଫଳ ହୋଇଥିଲେ । ସେହିପରି 2004 ରେ ଅଟଳ ବିହାରି ବାଜପେୟୀ ଫୈଜାବାଦ ଠାରେ ନିର୍ବାଚନୀ ସଭା କରିଥିଲେ । କିନ୍ତୁ ଅଦାଲତରେ ମାମଲା ଚାଲୁଥିବାରୁ ଅଟଳ ବିହାରୀ ବାଜପେୟୀ ମଧ୍ୟ କେବେ ରାମଲାଲାଙ୍କୁ ଦର୍ଶନ କରିବାକୁ ତାଙ୍କ ଦ୍ବାରକୁ ଆସିନଥିଲେ । ବଂର ରାମ ଦରବାରରୁ ନିଜକୁ ଦୂରେଇ ରଖିଥିଲେ ।

ସେହିଦୃଷ୍ଟିରୁ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହେଉଛନ୍ତି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଯିଏ ରାମଲାଲାଙ୍କୁ ଦର୍ଶନ କରିବା ସହ ସ୍ବତନ୍ତ୍ର ପୂଜା କରି ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details