ଓଡିଶା

odisha

ETV Bharat / bharat

ମନ୍ଦିର ନିର୍ମାଣ ପାଇଁ ଅର୍ପଣ ବି ଥିଲା ତର୍ପଣ ବି ଥିଲା: ମୋଦି - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଏକ ନିଷ୍ଠା ଜାରି ରହିଥିଲା । ପିଢୀ ପରେ ପିଢୀ ଏହାର ନେତୃତ୍ବ ନେଉଥିଲେ । ଆଉ ଏଥିପାଇଁ ଅନେକଙ୍କୁ ବଳିଦାନ ଶ୍ରମଦାନ ଦେବାକୁ ପଡିଛି । ଆଜି ଯାହା ହେବାକୁ ଯାଉଛି ... ପଢନ୍ତୁ ସମ୍ପୂର୍ଣ୍ଣ ଖବର....

PM MODI
PM MODI

By

Published : Aug 5, 2020, 3:58 PM IST

ଅଯୋଧ୍ୟା:ଅଯୋଧ୍ୟାରେ ଶେଷ ହୋଇଛି ରାମ ମନ୍ଦିର ପାଇଁ ଶିଳାନ୍ୟାସ । ପ୍ରଧାନମନ୍ତ୍ରୀ ମୋଦି ଶିଳାନ୍ୟାସ କରି ଉପସ୍ଥିତ ସାଧୁ ସନ୍ଥ ସମେତ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ନିଜ ସମ୍ବୋଧନରେ ରାମଙ୍କ ଗାଥା ବର୍ଣ୍ଣନା କରିବା ସହ ସାରା ଦେଶର ଧାର୍ମିକ ସାଂସ୍କୃତିକ ଉପରେ ବକ୍ତବ୍ୟ ଦେଇଥିଲେ ।

ମନ୍ଦିର ନିର୍ମାଣ ପାଇଁ ଅର୍ପଣ ବି ଥିଲା ତର୍ପଣ ବି ଥିଲା: ମୋଦି

ପ୍ରଧାନମନ୍ତ୍ରୀ ମୋଦି ସମ୍ବୋଧନ ଆରମ୍ଭ କରି ବିଶ୍ବର କେଉଁ କେଉଁ ଦେଶରେ କେଉଁ ରୂପେ ରାମ ପୂଜା ପାଉଛନ୍ତି ତାହା ବର୍ଣ୍ଣନା କରିଥିଲେ । ସେହିଭଳି ଭାରତର ଆସ୍ଥାରେ ରାମ ଅଛନ୍ତି , ଭାରତର ଆଦର୍ଶରେ ରାମ ଅଛନ୍ତି, ଭାରତର ଦିବ୍ୟତାରେ ରାମ ଅଛନ୍ତି, ଭାରତର ଦର୍ଶନରେ ମଧ୍ୟ ରାମ ଅଛନ୍ତି ବୋଲି କହିଥିଲେ ମୋଦି ।

ମୋଦି କହିଥିଲେ ତୁଳସୀର ରାମ ସୁଗୁଣ ଥିବାବେଳେ ନାନକ ଓ କବିରଙ୍କ ରାମ ନିର୍ଗୁଣ । ସେହିପରି ଭଗବାନ ବୁଦ୍ଧ ମଧ୍ୟ ରାମଙ୍କ ସହ ଥିଲେ । ରାମଙ୍କ ଏହି ସର୍ବବ୍ୟାପକତା ଭାରତର ବିବିଧତା ମଧ୍ୟରେ ଏକତାର ଜୀବନ ଓ ଚରିତ୍ରକୁ ସାର୍ଥକ କରୁଛି । ସେହିପରି ଖାଲି ଦେଶରେ ନୁହେଁ ବିଶ୍ବର ଭିନ୍ନ ଭିନ୍ନ ଦେଶରେ ଆଜି ମଧ୍ୟ ଭିନ୍ନ ଭିନ୍ନ ଭାଷାରେ ରାମ କଥା ପ୍ରଚଳିତ ହେଉଛି ।

ମୋଦି କହିଥିଲେ ମୋର ବିଶ୍ବାସ ଆଜିର ଏହି ଐତିହାସିକ ଦିନରେ କୋଟି କୋଟି ଭକ୍ତ ହିନ୍ଦୁ ଧର୍ମାବଲମ୍ବୀ ଓ ରାମଙ୍କ ଉପରେ ଆସ୍ଥା ରଖିଥିବା ଲୋକ ଉତ୍ସବ ପାଳନ କରୁଥିବେ । ଜୀବନର ଏମିତି କୌଣସି କ୍ଷଣ ନାହିଁ ଯେଉଁଠି ଭଗବାନ ରାମ ଆମକୁ ପ୍ରେରଣା ଦେଉନାହାଁନ୍ତି । ଦେଶବାସୀଙ୍କ ପାଇଁ ସବୁବେଳେ ଭଗବାନ ରାମ ଆଦର୍ଶ ।

ସେହିଭଳି ଆଜି ସମଗ୍ର ଭାରତ ରାମମୟ ହୋଇଛି । ସବୁଠି ରାମ ନାମ ସହ ଜୟ ଶ୍ରୀରାମର ଧ୍ବନି ପ୍ରକମ୍ପିତ ହେଉଛି ବୋଲି ମୋଦି କହିଥିଲେ । ପ୍ରଭୁଙ୍କ ଜନ୍ମ ସ୍ଥାନରେ ରାମ ମନ୍ଦିର ନିର୍ମାଣ ପାଇଁ ଅର୍ପଣ ବି ଥିଲା ତର୍ପଣ ବି ଥିଲା । ମନ୍ଦିର ପାଇଁ ଏକ ନିଷ୍ଠା ଜାରି ରହିଥିଲା । ଆଉ ଏଥିପାଇଁ ଅନେକଙ୍କୁ ବଳିଦାନ ଶ୍ରମଦାନ ଦେବାକୁ ପଡିଛି । ଆଜି ଯାହା ହେବାକୁ ଯାଉଛି ଗଢିବା ଭାଙ୍ଗିବା ଠାରୁ ରାମ ଜନ୍ମଭୂମି ମୁକ୍ତି ପାଇଛି ବୋଲି କହିଥିଲେ ।

ସେହିପରି ମନ୍ଦିର ନିର୍ମାଣକୁ ନେଇ ମୋଦି କହିଛନ୍ତି ମୋର ବିଶ୍ବାସ ପ୍ରଭୁ ରାମଙ୍କ ପାଇଁ ନିର୍ମିତ ହେବାକୁ ଥିବା ମନ୍ଦିର ଭାରତୀୟ ସଂସ୍କୃତି ସମୃଦ୍ଧିର ପରିଚୟ ହେବ । ନିର୍ମିତ ହେବାକୁ ଥିବା ମନ୍ଦିର ଅନନ୍ତକାଳ ପର୍ଯ୍ୟନ୍ତ ସମଗ୍ର ମାନବ ଜାତିକୁ ପ୍ରେରଣା ଦେବ । ଆମକୁ ଏହା ସୁ-ନିଶ୍ଚିତ କରିବାକୁ ହେବ ଯେ ଭଗବାନ ରାମଙ୍କ ବାର୍ତ୍ତା ଆମର ପରମ୍ପରା କେମିତି କିଭଳି ସାରା ବିଶ୍ବକୁ ବ୍ୟାପିବ ।

ସେହିପରି ସମ୍ବୋଧନ ବେଳେ ଆଜି କୋଟେଶ୍ବର ଠାରୁ କାମାକ୍ଷା, କନ୍ୟା କୁମାରୀ ଠାରୁ କେଶରୀଭବାନୀ, ଜଗନ୍ନାଥଙ୍କ ଠାରୁ କେଦାରନାଥ ସୋମନାଥ ଠାରୁ କାଶୀବିଶ୍ବନାଥ ଯାଏଁ ସବୁଠି ରାମମୟ ହୋଇଛି । ଜୟ ସୀୟାରାମରେ ଗଗନ ପବନ ପ୍ରକମ୍ପିତ ହେଉଛି ବୋଲି କହିଥିଲେ । ରାମ ସେ ପରଂବ୍ରହ୍ମ । ସେ ସବୁଠି ଅଛନ୍ତି ସବୁ ଲୋକଙ୍କ ପାଖରେ ଅଛନ୍ତି ବୋଲି କହିଥିଲେ । ସେହିପରି ମନ୍ଦିର ସହ ସମଗ୍ର ଅଯୋଧ୍ୟାର ବିକାଶ କୁ ନେଇ ହୋଇଥିବା ଯୋଜନାର ସମାନ୍ୟ ସୂଚନା ଦେଇଥିଲେ ।

ସମ୍ବୋଧନ ପୂର୍ବରୁ ପ୍ରଥମେ ମଞ୍ଚରେ ଥିବା ୟୁପି ମୁଖ୍ୟମନ୍ତ୍ରୀ ରାଜ୍ୟପାଳ ମହନ୍ତ ନୃତ୍ୟ ଗୋପାଳ ଦାସ ମହାରାଜ ଓ ସଂଘ ପ୍ରମୁଖଙ୍କୁ ସମ୍ବୋଧନ କରି ସାଧୁ ସନ୍ଥଙ୍କୁ ପ୍ରଣାମ ଜଣାଇ ନିଜ ବକ୍ତବ୍ୟ ଆରମ୍ଭ କରିଥିଲେ ।

ABOUT THE AUTHOR

...view details