ନୂଆଦିଲ୍ଲୀ: ଅଯୋଧ୍ୟା ମାମଲାରେ ମୁସଲିମ ପକ୍ଷରୁ କେସ ଲଢୁଥିବା ଓକିଲ ରାଜୀବ ଧୱନଙ୍କ ବିରୋଧରେ ମାମଲା ଦାଏର କରିଛି ଦିଲ୍ଲୀ ବିଜେପିର ପୂର୍ବାଞ୍ଚଳ ମୋର୍ଚ୍ଚା। କୋର୍ଟ ପରିସରରେ ରାମ ଜନ୍ମଭୂମି-ବାବ୍ରି ମସଜିଦ ବିବାଦ ଜଡିତ ଏକ ନକ୍ସା ଫାଡିଦେବା ଘଟଣାରେ ତାଙ୍କ ବିରୋଧରେ ଅଭିଯୋଗ ଆଣିଛି ବିଜେପି।
ନକ୍ସା ଫାଡିବା ଘଟଣା: ଓକିଲ ରାଜୀବ ଧୱନଙ୍କ ବିରୋଧରେ ମାମଲା ଦାଏର - musilm lower rajiv dhawan against complin file
ଅଯୋଧ୍ୟା ମାମଲାରେ ମୁସଲିମ ପକ୍ଷର ଓକିଲ ରାଜୀବ ଧୱନଙ୍କ ବିରୋଧରେ ଦିଲ୍ଲୀ ବିଜେପିର ପୂର୍ବାଞ୍ଚଳ ମୋର୍ଚ୍ଚା ପକ୍ଷରୁ ଏନେଇ ଏକ ମାମଲା ଦାଏର ହୋଇଛି।
![ନକ୍ସା ଫାଡିବା ଘଟଣା: ଓକିଲ ରାଜୀବ ଧୱନଙ୍କ ବିରୋଧରେ ମାମଲା ଦାଏର](https://etvbharatimages.akamaized.net/etvbharat/prod-images/768-512-4787192-thumbnail-3x2-collagejpeg.jpg)
ଫାଇଲ ଫଟୋ
ଗତ ବୁଧବାର ଅଯୋଧ୍ୟା ମାମାଲାର ଶେଷ ଶୁଣାଣୀ ଚାଲିଥିବା ସମୟରେ ଅଖିଳ ଭାରତୀୟ ହିନ୍ଦୁ ମହାସଭା ଦ୍ବାରା ଦିଆଯାଇଥିବା ଏକ ନକ୍ସାକୁ ରାଜୀବ ଧୱନ କୋର୍ଟ ଭିତରେ ଫାଡି ଦେଇଥିଲେ।
TAGGED:
ayodhya case