ଓଡିଶା

odisha

ETV Bharat / bharat

ରାମ ମନ୍ଦିର ଭୂମି ପୂଜନ ମହୋତ୍ସବ; ଅତିଥିଙ୍କୁ ଦିଆଯିବ ଏହି ପ୍ରସାଦ - Ayodhya Bhumi Pujan News

ରାମ ମନ୍ଦିର ଭୂମିପୂଜନ ପରେ ମହୋତ୍ସବରେ ସାମିଲ ହୋଇଥିବା ସମସ୍ତ ଅତିଥିଙ୍କୁ ଦିଆଯିବ ଏହି ଦିବ୍ୟ ସାମଗ୍ରୀ । ଟ୍ରଷ୍ଟର ସ୍ବତନ୍ତ୍ର ଯୋଜନା...ପଢନ୍ତୁ ଅଧିକ ...

ରାମ ମନ୍ଦିର ଭୂମି ପୂଜନ ମହୋତ୍ସବ
ରାମ ମନ୍ଦିର ଭୂମି ପୂଜନ ମହୋତ୍ସବ

By

Published : Aug 4, 2020, 9:01 PM IST

ଅଯୋଧ୍ୟା: ଆସନ୍ତାକାଲି ଅଯୋଧ୍ୟାରେ ଭୂମିପୂଜନ ପରେ ଭଗବାନ ରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ଆରମ୍ଭ ହୋଇଯିବ । ତେବେ ଭୂମି ପୂଜନ ମହୋତ୍ସବରେ ସାମିଲ ହେଉଥିବା ସମସ୍ତ ଅତିଥିଙ୍କୁ ମନ୍ଦିର ଟ୍ରଷ୍ଟ ପକ୍ଷରୁ ସମ୍ମାନିତ କରାଯିବ । ଟ୍ରଷ୍ଟ ପକ୍ଷରୁ ଏଥିପାଇଁ ଏକ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ ହୋଇଛି । ସମସ୍ତଙ୍କୁ ଏକ ଉପହାର ଦେଇ ସମ୍ମାନ କରାଯିବ । କାରଣ ପ୍ରଭୁ ରାମଙ୍କ ଦରବାରକୁ ଯେକେହି ଆସୁଥିଲେ ମଧ୍ୟ କେହି ଖାଲି ହାତରେ ଫେରନ୍ତି ନାହିଁ । ସେହି ତ୍ରେତୟା ଯୁଗର ପ୍ରଥାକୁ ପ୍ରଚଳିତ କରିବା ପାଇଁ ଟ୍ରଷ୍ଟ ଉଦ୍ୟମ ଆରମ୍ଭ କରିଛି ।

ଭୂମି ପୂଜନରେ ମୁଖ୍ୟ ଅତିଥି ହେଉଥିବା ପ୍ରଧାନମନ୍ତ୍ରୀଙ୍କୁ ଅଷ୍ଟଧାତୁରେ ନିର୍ମିତ ଏକ ସ୍ବତନ୍ତ୍ର ଭଗବାନ ରାମଙ୍କ ପ୍ରତିମୂର୍ତ୍ତି ଉପହାର ଦିଆଯିବ । ଏହି ଅଷ୍ଟଧାତୁ ମୂର୍ତ୍ତିକୁ ଟ୍ରଷ୍ଟ ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସ ମହାରାଜ ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରିବେ । ଏହି ମୂର୍ତ୍ତି ଉତ୍ତର ପ୍ରଦେଶର ଆଲିଗଡ ଠାରେ ନିର୍ମାଣ କରାଯାଇଛି ।

ସେହିପରି ଅନ୍ୟ ଅତିଥିଙ୍କୁ ଟ୍ରଷ୍ଟ ପକ୍ଷରୁ ଚାନ୍ଦିରେ ନିର୍ମିତ ଏକ ସ୍ବତନ୍ତ୍ର ମୁଦ୍ରା ଦିଆଯିବ । ଯେଉଁ ମୁଦ୍ରାର ଗୋଟିଏ ପାର୍ଶ୍ବରେ ଭଗବାନ ରାମ ମାତା ସୀତା ଅନୁଜ ଲକ୍ଷ୍ମଣ ଓ ପରମ ଭକ୍ତ ପବନ ପୁତ୍ର ହନୁମାନଙ୍କ ପ୍ରତିଛବି ରହିଛି । ସେହିପରି ଅନ୍ୟ ଏକ ପାର୍ଶ୍ବରେ ଟ୍ରଷ୍ଟର ଲୋଗୋ ରହିଛି ।

ସେହିଭଳି ଅତିଥିଙ୍କୁ ଲଡ୍ଡୁ ଡବା ସହ ରାମ ଦରବାର ଏକ ଫଟୋ ଚିତ୍ର ମଧ୍ୟ ପ୍ରସାଦ ରୂପେ ଦିଆଯିବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିଛି ଟ୍ରଷ୍ଟ ।

ବ୍ୟୁରୋ ରିପୋର୍ଟ, ଇଟିଭ ଭାରତ

ABOUT THE AUTHOR

...view details