ଓଡିଶା

odisha

ETV Bharat / bharat

ଅଯୋଧ୍ୟାର ଭଜନ ଗାୟକଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ, ଡିଜିପିଙ୍କ ସହାୟତାରେ ମାମଲା ରୁଜ୍ଜୁ - FIR was registered

ଅଯୋଧ୍ୟାରେ ରାମ ମନ୍ଦିର ଭୂମି ପୂଜନ ସମୟରେ ଭଜନ ସହିତ ଗଣମାଧ୍ୟମ ତଥା ସୋସିଆଲ ମିଡିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଭଜନ ଗାୟକ ଦେବେନ୍ଦ୍ର ପାଠକଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ । ତେବେ ଦିଲ୍ଲୀର ଜଣେ ମହିଳା ଦେବେନ୍ଦ୍ରଙ୍କ ନାମରେ ଦୁଷ୍କର୍ମ, ଜବରଦସ୍ତ ଗର୍ଭପାତ ଏବଂ ଠକେଇ ଅଭିଯୋଗ କରିଛନ୍ତି। ଅଧିକ ପଢନ୍ତୁ...

ଅଯୋଧ୍ୟାର ଭଜନ ଗାୟକଙ୍କ ନାରେ ଦୁଷ୍କର୍ମ ଅଭିଯୋଗ, ଡିଜିପିଙ୍କ ସହାୟତାରେ ମାମଲା ରୁଜ୍ଜୁ
ଅଯୋଧ୍ୟାର ଭଜନ ଗାୟକଙ୍କ ନାରେ ଦୁଷ୍କର୍ମ ଅଭିଯୋଗ, ଡିଜିପିଙ୍କ ସହାୟତାରେ ମାମଲା ରୁଜ୍ଜୁ

By

Published : Aug 24, 2020, 3:17 PM IST

ଲକ୍ଷ୍ନୌ: ଅଯୋଧ୍ୟାରେ ରାମ ମନ୍ଦିର ଭୂମି ପୂଜନ ସମୟରେ ଭଜନ ସହିତ ଗଣମାଧ୍ୟମ ତଥା ସୋସିଆଲ ମିଡିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଭଜନ ଗାୟକ ଦେବେନ୍ଦ୍ର ପାଠକଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ । ତେବେ ଦିଲ୍ଲୀର ଜଣେ ମହିଳା ଦେବେନ୍ଦ୍ରଙ୍କ ନାମରେ ଦୁଷ୍କର୍ମ, ଜବରଦସ୍ତ ଗର୍ଭପାତ ଏବଂ ଠକେଇ ଅଭିଯୋଗ କରିଛନ୍ତି। ଏନେଇ ୟୁପି ଡିଜିପିଙ୍କ ନିର୍ଦ୍ଦେଶରେ ଅଯୋଧ୍ୟା ପୋଲିସ ଦେବେନ୍ଦ୍ର ପାଠକଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଛି।

ପୀଡିତା ହେଉଛନ୍ତି ଦିଲ୍ଲୀ ବାସିନ୍ଦା ଏବଂ ସେ ଜଣେ ବିଧବା । ମହିଳାଙ୍କ କହିବାନୁଯାୟୀ, ଦେବେନ୍ଦ୍ର ପାଠକଙ୍କ ସହ ତାଙ୍କର ଭେଟ ଦିଲ୍ଲୀରେ ହିଁ ହୋଇଥିଲା । ଏହା ପରେ ଦୁହେଁ ପରସ୍ପରକୁ ଭଲପାଇ ବିବାହରେ କଥା ପହଞ୍ଚିଥିଲା । ଏହି ସମୟରେ ମହିଳା ଜଣକ ଗର୍ଭବତୀ ହୋଇଥିଲେ । ତେବେ ତାଙ୍କୁ ଜବରଦସ୍ତ ଗର୍ଭପାତ କରାଯିବା ସହ ଭଜନ ଗାୟକ ଦେବେନ୍ଦ୍ର ପାଠକ ତାଙ୍କଠାରୁ 8 ଲକ୍ଷ ଟଙ୍କା ଠକିଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି । ମହିଳା ଜଣକ ଦେବେନ୍ଦ୍ର ପାଠକଙ୍କ ନାଁରେ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ ସୁଦ୍ଧା କେହି ତାଙ୍କର ଅଭିଯୋଗ ଗ୍ରହଣ କରି ନଥିଲେ । ଏହା ପରେ ମହିଳା ହାଇକୋର୍ଟର ଜଣେ ଓକିଲଙ୍କ ସହାୟତାରେ ରାମ ଜନ୍ମଭୂମି ପୋଲିସ ଷ୍ଟେସନରେ ମାମଲା ରୁଜ୍ଜୁ କରିଥିଲେ।

ତେବେ ମାମଲା ରୁଜ୍ଜୁ ହେବାର ତିନି-ଚାରି ଦିନ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଦେବେନ୍ଦ୍ରଙ୍କୁ ଗିରଫ କରାଯାଇ ନାହିଁ ବୋଲି ମହିଳାଙ୍କ ଓକିଲ କହିଛନ୍ତି । ଏପରିକି ତାଙ୍କୁ ଏହି କେଶରୁ ଓହରି ଯିବା ପାଇଁ ଅନେକ ଫୋନ କଲ ଆସୁଥିବା ସେ କହିଛନ୍ତି ।

ABOUT THE AUTHOR

...view details