ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ବିଜ୍ଞାପନ 'ସଣ୍ଡେ ହୋ ୟା ମଣ୍ଡେ, ରୋଜ ଖାଓ ଅଣ୍ଡେ' ଏହି ଉକ୍ତିଟି ନିଶ୍ଚୟ ଶୁଣିଥିବେ । ଯେଉଁଥିରେ ଲୋକପ୍ରିୟ ରେସଲର ଦାରା ସିଂହ ଅଭିନୟ କରି ନିଜ ନାତିକୁ ପ୍ରତିଦିନ ଅଣ୍ଡା ଖାଇବାକୁ ପରାମର୍ଶ ଦେଉଛନ୍ତି । ଆଜି ହଠାତ ଏହା ମନେ ପଡିବାର ତାତ୍ପର୍ଯ୍ୟ ଏହା ଯେ ଆଜି ବିଶ୍ବ ଅଣ୍ଡା ଦିବସ।
ପ୍ଲେଟରେ ଶୋଭା ପାଉଛି ସିଝା ଅଣ୍ଡା ଅଣ୍ଡା ପରି ଅତ୍ୟନ୍ତ ପୁଷ୍ଟିକର ଖାଦ୍ୟକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ଦିବସକୁ ପାଳନ କରାଯାଉଛି । ପ୍ରତିବର୍ଷ ଅକ୍ଟୋବର ଦ୍ବିତୀୟ ଶୁକ୍ରବାରକୁ ବିଶ୍ବ ଅଣ୍ଡା ଦିବସ ଭାବେ ପାଳନ କରାଯାଏ । 1996 ମସିହାରେ ଭିଏନାରେ ଅନୁଷ୍ଠିତ ହୋଇଥିବା ଆନ୍ତର୍ଜାତୀୟ ଅଣ୍ଡା କମିଶନ ସମ୍ମିଳନୀରେ ଏହି ଦିବସ ପାଳନ କରିବା ନେଇ ନିଷ୍ପତ୍ତି ହୋଇଥିଲା ।
ପ୍ରତିଦିନ ଖାଦ୍ୟରେ ସାମିଲ କରନ୍ତୁ ବିଶ୍ବର ଅନେକ ଦେଶ ଏହି ଦିବସକୁ ମନାଇବାକୁ ଅଂଶ ଗ୍ରହଣ କରୁଛନ୍ତି । ଅନେକ କାର୍ଯ୍ୟକ୍ରମ ଆୟୋଜନ କରି ମାଗଣାରେ ଅଣ୍ଡା ବଣ୍ଟନ କରିବା, ବିଭିନ୍ନ ସ୍କୁଲ ଏବଂ ସୋସିଆଲ କାର୍ଯ୍ୟକଳାପରେ ଅଣ୍ଡାକୁ ନେଇ ଅନେକ ମଜାଳିଆ ପ୍ରତିଯୋଗିତାର ଆୟୋଜନ କରା ଯାଇଥାଏ।
ଅଣ୍ଡାରେ ପ୍ରସ୍ତୁତ ସ୍ୱାଦିଷ୍ଟ ବ୍ୟଞ୍ଜନ ବର୍ଷବର୍ଷ ଧରି ଆମ ଖାଦ୍ୟରେ ଅଣ୍ଡା ଏକ ଅଂଶ ହୋଇ ଆସୁଥିବାବେଳେ ଏହାକୁ ଉଭୟ ମିଠା ଏବଂ ଲୁଣି ବ୍ୟଞ୍ଜନ ପ୍ରସ୍ତୁତିରେ ବ୍ୟବହାର କରିପାରିବେ । ଆଜି ବିଶ୍ବ ଅଣ୍ଡା ଦିବସରେ ବିଶ୍ବବାସୀ ଏଥିରେ ତିଆରି ହେଉଥିବା ବିଭିନ୍ନ ଖାଦ୍ୟ ପ୍ରସ୍ତୁତ କରି ଖାଉଛନ୍ତି । ଏହାକୁ ସବୁ ବର୍ଗର ଲୋକେ ଅତି ସୁଲଭ ମୂଲ୍ୟରେ ପାଇପାରୁଥିବା ବେଳେ, ଏହା ଅତ୍ୟନ୍ତ ପୁଷ୍ଟିକର ଖାଦ୍ୟ ହୋଇଥିବାରୁ ଅଧିକ କୋଲେଷ୍ଟ୍ରୋଲ ଥିବା ସ୍ବତ୍ବେ ମଧ୍ୟ ଖାଇବାକୁ ପରାମର୍ଶ ଦିଆଯାଇଥାଏ।