ଓଡିଶା

odisha

ETV Bharat / bharat

70 ବର୍ଷର ଅପେକ୍ଷା ପରେ ଶୁଣିଲେ ବାପ ମା' ଡାକ - Mangayamma enjoys life with twins

ଜଣେ ନିଷ୍ଠାପର ମହିଳା ସମାଜକୁ ସାହସ ସହ ସାମନା କରି 74 ବର୍ଷ ବୟସରେ ଯାଆଁଳା ସନ୍ତାନ ଜନ୍ମ ଦେଇଛନ୍ତି। ଏହି ଯାଆଁଳା ସନ୍ତାନଙ୍କ ସହ ଉଭୟ ବୃଦ୍ଧ ପିତାମାତା ଖୁସିର ମୁହୂର୍ତ୍ତ ବାଣ୍ଟୁଛନ୍ତି । ଅଧିକ ପଢନ୍ତୁ...

70 ବର୍ଷର ଅପେକ୍ଷା ପରେ ଶୁଣିଲେ ବାପ ମା' ଡାକ
70 ବର୍ଷର ଅପେକ୍ଷା ପରେ ଶୁଣିଲେ ବାପ ମା' ଡାକ

By

Published : Jan 2, 2021, 8:38 PM IST

ହାଇଦ୍ରାବାଦ: ଜୀବନବ୍ୟାପୀ ଅପେକ୍ଷା। କେବଳ ମା' ଓ ବାପା ଡାକ ଶୁଣିବା ପାଇଁ । ଯାହା ବିବାହ କରିବା ପରେ ପ୍ରତ୍ୟେକ ଝିଅଙ୍କ ସ୍ବପ୍ନ ଓ ପ୍ରତ୍ୟେକ ବିବାହିତ ଦମ୍ପତିଙ୍କ ଇଚ୍ଛା । କେବେ ହେବେ ବାପା ମା ଓ କୋଳକୁ ଆସିବ କୁନି ରତ୍ନଟିଏ। ହେଲେ ଏଥିପାଇଁ କିଛି ବାପା ମାଙ୍କୁ ବହୁତ ଅପେକ୍ଷା କରିବାକୁ ପଡିବା ସହ ଶେଷରେ ନିରାଶ ହେବାକୁ ପଡେ। ହେଲେ ଏଥିରେ କିଛି ବ୍ୟତିକ୍ରମ ଘଟିଛି। ପରିଣତ ବୟସ ବା 74 ବର୍ଷରେ ମା ବାପା ଡାକ ଶୁଣିଛନ୍ତି ଆନ୍ଧ୍ରପ୍ରଦେଶର ବୃଦ୍ଧ ଦମ୍ପତି।

ତେବେ ମହିଳାଙ୍କ ଧୈର୍ଯ୍ୟ ତଥା ଅପେକ୍ଷା ପାଇଁ ଖୁସିରେ ଡବଲ ଖୁସି ମିଳିଯାଇଛି । ଯାହାଫଳରେ ଏକାଥରକେ ଯାଆଁଳା ଶିଶୁ କୋଳକୁ ଆସିଛନ୍ତି । ପିଲାଙ୍କ ପାଇଁ ମହିଳା ଜଣକ ଆଖପାଖର ଅନେକ ଡାକ୍ତରଙ୍କୁ ପରାମର୍ଶ କରିଥିଲେ ।

ଜଣେ ନିଷ୍ଠାପର ମହିଳା ସମାଜକୁ ସାହସ ସହ ସାମନା କରି 74 ବର୍ଷ ବୟସରେ ଯାଆଁଳା ସନ୍ତାନ ଜନ୍ମ ଦେଇଥିଲେ। ଏହି ଯାଆଁଳା ସନ୍ତାନଙ୍କ ସହ ଉଭୟ ବୃଦ୍ଧ ପିତାମାତା ଖୁସିର ମୁହୂର୍ତ୍ତ ବାଣ୍ଟୁଛନ୍ତି । ସନ୍ତାନ ଦ୍ବୟ କୃତ୍ରିମ ପ୍ରଜନନ ପ୍ରଣାଳୀ ମାଧ୍ୟମରେ ଜନ୍ମ ହୋଇଥିଲେ |

ପ୍ରାୟ 16 ମାସ ପୂର୍ବରୁ ଏଭଳି ଏକ ଘଟଣା ଗୁଣ୍ଟୁରରେ ଘଟିଥିଲା । ପଡୋଶୀ ଓ ସମ୍ପର୍କୀୟଙ୍କ ମନ୍ତବ୍ୟକୁ ଅଣଦେଖା କରି ରାମଭନ୍ଦ୍ରପୁରମ୍ ମଣ୍ଡଳର ନେଲାପାର୍ଟିପାଦୁ ଗାଁର ମଙ୍ଗାୟାମ ଜଣେ ମହିଳା ଯାଆଁଳା ଶିଶୁଙ୍କୁ ଜନ୍ମ ଦେଇଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details