ଡେରାଡୁନ: ଲୋକସଭା ନିର୍ବାଚନରେ ମୋଦିଙ୍କ ବିଜୟକୁ ବିଭିନ୍ନ ଢଙ୍ଗରେ ଶୁଭେଚ୍ଛା ଜଣାଉଛନ୍ତି ପ୍ରଶଂସକ । କିଏ ପେନସିଲ ମୁନରେ ଶୁଭେଚ୍ଛା ଦେଲାଣି ତ ଆଉ କିଏ ନବଜାତକର ନାମ ମୋଦି ରଖିଲାଣି । ଏହି ସମୟରେ ଉତ୍ତରାଖଣ୍ଡର ଜଣେ ଅଟୋ ଚାଳକ ମୋଦିଙ୍କ ବିଜୟରେ ଖୁସି ହୋଇ ଦେଉଛନ୍ତି ମାଗଣା ସେବା ।
ନିଆରା ମୋଦି ପ୍ରେମ: ଲୋକଙ୍କୁ ମାଗଣାରେ ଯୋଗାଉଛନ୍ତି ଅଟୋ ସେବା
ମୋଦିଙ୍କ ବିଜୟରେ ଅଟୋ ଚାଳକ ପାଳିଲେ ଖୁସି । ତାହା ପୁଣି ବାଣ କିମ୍ବା ମିଠା ଖାଇ ନୁହେଁ । ନିଜ ଅଟୋରେ ଲୋକଙ୍କୁ ମାଗଣା ସେବା ଦେଇ । ଏଭଳି ଖବର ଆସିଛି ଉତ୍ତରାଖଣ୍ଡର ହଲଦୱାନିରୁ ।
ଫଟୋ ସୌଜନ୍ୟ : ଏଏନଆଇ
ଉତ୍ତରାଖଣ୍ଡର ହଲଦୱାନିରେ ରୁହନ୍ତି ଅଟୋ ଚାଳକ ଯମୁନା ପ୍ରସାଦ । ଫଳ ବାହାରିବା ପରେ ପୁଣି ଥରେ ମୋଦି ଶାସନ ଫେରିବା ନେଇ ସେ ଖୁବ ଖୁସି ରହିଥିଲେ । ତେବେ ମୋଦିଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ କିଛି କରିବା ପାଇଁ ଭାବିଥିଲେ । ଶେଷରେ ନିଜ ଅଟୋରେ ଲୋକଙ୍କୁ ମାଗଣା ସେବା ଯୋଗାଇବା ପାଇଁ ନିଷ୍ପତ୍ତି ନେଇଥିଲେ ।
ତେବେ ଯମୁନା କହିଛନ୍ତି ଯେ, ମୋଦିଙ୍କ ବିଜୟରେ ମୁଁ ବହୁତ ଖୁସି । ସେ ନେଇ ଏହି ମାଗଣା ସେବାର ଆରମ୍ଭ କରିଛି । ପ୍ରଧାନମନ୍ତ୍ରୀ ଭାବେ ମୋଦି ଶପଥପାଠ ପର୍ଯ୍ୟନ୍ତ ଏହି ସେବା ଚାଲୁ ରହିବ ବୋଲି କହିଛନ୍ତି ଯମୁନା ।