ଓଡିଶା

odisha

ETV Bharat / bharat

ତେଲେଙ୍ଗାନାରେ ଶନିବାର ଠାରୁ ଖୋଲିବ ଅଟୋମୋବାଇଲ ସୋ’ରୁମ, ଏସି ବିକ୍ରୟ ଦୋକାନ - Automobile showrooms open

ଶନିବାର ଠାରୁ ତେଲେଙ୍ଗାନାରେ ଅଟୋମୋବାଇଲ ସୋ’ରୁମ, ଅଟୋମୋବାଇଲ ସ୍ପେୟାର ପାଟର୍ସ ଦୋକାନ ଏବଂ ଏସି ବିକ୍ରୟ ଦୋକାନ ଖୋଲିବାକୁ ତେଲେଙ୍ଗାନା ସରକାର ଅନୁମତି ଦେବାକୁ ନିଷ୍ପତ୍ତି ନେଇଛନ୍ତି । ତେଲେଙ୍ଗାନାରେ ବର୍ତ୍ତମାନ ସୁଦ୍ଧା କୋରୋନା ସଂକ୍ରମଣ ରିପୋର୍ଟ 1454 ରହିଛି । ଏହାସହ ରାଜ୍ୟରେ କୋରୋନାରେ 34 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 959 ଆରୋଗ୍ୟ ହୋଇଛନ୍ତି । ଅଧିକ ପଢନ୍ତୁ...

Automobile showrooms
Automobile showrooms

By

Published : May 16, 2020, 12:51 AM IST

ହାଇଦ୍ରାବାଦ: ତେଲେଙ୍ଗାନାରେ ଶନିବାର ଠାରୁ ସାରା ରାଜ୍ୟରେ ଅଟୋମୋବାଇଲ ସୋ’ରୁମ, ଅଟୋମୋବାଇଲ ସ୍ପେୟାର ପାଟର୍ସ ଦୋକାନ ଏବଂ ଏସି ବିକ୍ରୟ ଦୋକାନ ଖୋଲିବାକୁ ତେଲେଙ୍ଗାନା ସରକାର ଅନୁମତି ଦେବାକୁ ନିଷ୍ପତ୍ତି ନେଇଛନ୍ତି । ତେଲେଙ୍ଗାନାରେ ବର୍ତ୍ତମାନ ସୁଦ୍ଧା କୋରୋନା ସଂକ୍ରମଣ ରିପୋର୍ଟ 1454 ରହିଛି । ଏହାସହ ରାଜ୍ୟରେ କୋରୋନାରେ 34 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 959 ଆରୋଗ୍ୟ ହୋଇଛନ୍ତି ।

ଶୁକ୍ରବାର ମୁଖ୍ୟମନ୍ତ୍ରୀ । ଚନ୍ଦ୍ରଶେଖର ରାଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ କୋଭିଡ -19 ପରିସ୍ଥିତିକୁ ଅନୁଧ୍ୟାନ କରିବା ଏବଂ ଚାଲିଥିବା ଲକଡାଉନ ପଦକ୍ଷେପଗୁଡିକର ସମୀକ୍ଷା କରିବାକୁ ନିଷ୍ପତ୍ତି ନିଆଯାଇଛି । ପଞ୍ଜୀକରଣ କାର୍ଯ୍ୟାଳୟ ଏବଂ ସଡକ ପରିବହନ ପ୍ରାଧିକରଣ (ଆରଟିଆ) କାର୍ଯ୍ୟାଳୟ ମଧ୍ୟ ସାରା ରାଜ୍ୟରେ କାର୍ଯ୍ୟ କରିବ ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଯେ ଲକଡାଉନ ଉପରେ ଅବଶିଷ୍ଟ ପ୍ରତିବନ୍ଧକ ଜାରି ରହିବ । ଯେହେତୁ ମେ 18ରୁ ଲକଡାଉନ 4.0 ପାଇଁ କେନ୍ଦ୍ର ନୂତନ ନିର୍ଦ୍ଦେଶାବଳୀ ଘୋଷଣା କରିବାର ସମ୍ଭାବନା ରହିଛି, ପରବର୍ତ୍ତୀ ରଣନୀତି ଚୂଡ଼ାନ୍ତ କରିବା ପୂର୍ବରୁ ସେଗୁଡିକୁ ପରୀକ୍ଷା କରିବା ଏବଂ ସ୍ଥିତିର ସମୀକ୍ଷା କରିବାକୁ ନିଷ୍ପତ୍ତି ନିଆଯାଇଛି ।

ହାଇଦ୍ରାବାଦର ଚାରିଟି ଅଞ୍ଚଳ ବ୍ୟତୀତ ରାଜ୍ୟରେ କୌଣସି ସକ୍ରିୟ କୋରୋନାଭାଇରସ୍ ମାମଲା ନାହିଁ ବୋଲି କେସିଆର କହିଛନ୍ତି । ସେ କହିଛନ୍ତି, ତେଲେଙ୍ଗାନାର କୋରୋନୋଭାଇରସ୍ ହାଇଦ୍ରାବାଦ ସହରର ଚାରିଟି ଅଞ୍ଚଳରେ ସୀମିତ ରହିଛନ୍ତି । ଏଲବି ନଗର, ମାଲାକପେଟ୍, ଚାରମିନାର, କରୱାନ ଜୋନରେ କୋରୋନା ସକ୍ରିୟ ମାମଲା ରରହିଛି । ଏହି ଅଞ୍ଚଳରେ 1,442 ପରିବାର ଅଛନ୍ତି ।

ରାଜ୍ୟରେ କୋରୋନୋଭାଇରସ ବିସ୍ତାରକୁ ରୋକିବା ପାଇଁ ଉଦ୍ୟମ ଜାରି ରଖିଥିବାବେଳେ ବର୍ଷା ଋତୁରେ ହେଉଥିବା ଋତୁକାଳୀନ ରୋଗକୁ ରୋକିବା ପାଇଁ ସେ ସତର୍କତା ଅବଲମ୍ବନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

@IANS

ABOUT THE AUTHOR

...view details