ଓଡିଶା

odisha

ETV Bharat / bharat

'ଚଳନ୍ତା ଅଟୋରେ ଫିକ୍ସ କରୁଛି ଚନ୍ଦ୍ରାୟନ-2 ଲ୍ୟାଣ୍ଡର' - Auto driver change tire while driving

ଚଳନ୍ତା ଅଟୋରେ ଡ୍ରାଇଭରଙ୍କ ଦୁଃସାହସିକ ଷ୍ଟଣ୍ଟ । ପମ୍ପଚର ଅଟୋରେ ଲଗାଇଲେ ଚକ । ଆଉ ଲୋକ ପଚାରିବାରୁ କହିଲେ ଆମେ ଚନ୍ଦ୍ରାୟନ-2 ସହ ଲ୍ୟାଣ୍ଡରକୁ ସଂଯୋଗ କରୁଛୁ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

By

Published : Sep 14, 2019, 11:05 PM IST

Updated : Sep 15, 2019, 12:05 AM IST

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଅନେକ ଗୁଡିଓ ଫନି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେଥିମଧ୍ୟରୁ କିଛି ଭିଡିଓ ଚାଲିଥିବା ଘଟଣାବଳୀକୁ ନେଇ ହୋଇଥାଏ। ତେବେ ଚଳିତ ମାସର ସବୁଠୁ ବଡ ଖବର ରହିଛି ଚନ୍ଦ୍ରାୟନ-2ର ଉତକ୍ଷେପଣ ଏହା ପରେ ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ ବିଛିନ୍ନ ପ୍ରସଙ୍ଗ।

ଭିଡିଓ ସୌଜନ୍ୟ: ସୋସିଆଲ ମିଡିଆ

ଏହି ଚନ୍ଦ୍ରାୟନ-2 କୁ ଜଣେ ବ୍ୟକ୍ତି ମିମି କରିଛନ୍ତି । ଯାହାକୁ ଜଣେ ଭାରତୀୟ ୟୁଜର ସେୟାର କରିଥିବା ଜଣାପଡିଛି। ତେବେ ଏହି ଭିଡିଓଟିରେ ଜଣେ ଅଟୋ ଡ୍ରାଇଭରଙ୍କ ଗାଡି ଚାଲିଥିବା ସମୟରେ ପମ୍ପଚର ହୋଇଯାଇଥିବା ଚକ ବଦଳାଇଛନ୍ତି ।

ଏହାପରେ ସେ 2ଟି ଚକାରେ ଗାଡି ଚଳାଇବା ସହ ଚଳନ୍ତା ଅଟୋର ଟାୟାର ଲଗାଉଛନ୍ତି। ଏହି ଭିଡିଓଟି ଆଉ ଜଣେ ଅଟୋ ଡ୍ରାଇଭରଙ୍କ ଦ୍ବାରା ରେକର୍ଡ କରାଯାଇଛି। ତେବେ ଅଟୋ ଡ୍ରାଇଭରଟିର ଏହି ଦୁଃସାହାସିକ ଭିଡିଓଟିକୁ ସୋସିଆଲ ମିଡିଆରେ ବହୁଳ ମାତ୍ରାରେ ସେୟାର ସହ ମିଲିୟନ ଭ୍ୟୁ ଯାଇଛି। ଏହାସହ ସେଥିରେ କ୍ୟାପସନ ଲେଖାହୋଇଛି କି, ଆମେ ଚନ୍ଦ୍ରାୟନ-2 ସହ ଲ୍ୟାଣ୍ଡରକୁ ସଂଯୋଗ କରୁଛୁ ।

Last Updated : Sep 15, 2019, 12:05 AM IST

ABOUT THE AUTHOR

...view details