ଥୀରୁଅନନ୍ତପୁରମ୍: ଟଙ୍କା ପଇସାକୁ ନେଇ ଆଜିକା ଦୁନିଆରେ କାହାକୁ ବିଶ୍ବାସ ମଧ୍ୟ କରି ହେଉନାହିଁ । ପର ଲୋକ ତ ଛାଡ ଆତ୍ମୀୟଲୋକଙ୍କ ନିକଟରେ ଭରସା ପାଉ ନାହିଁ । କିନ୍ତୁ ଏମିତି ବି କିଛି ଲୋକ ଅଛନ୍ତି, ଯିଏ ଟଙ୍କାର ମୂଲ୍ୟ ଅପେକ୍ଷା ବ୍ୟକ୍ତିବିଶେଷଙ୍କୁ ଗୁରୁତ୍ବ ଦେଇଥାନ୍ତି । ଆଜ୍ଞା ହଁ ଜଣେ ଅଟୋ ଚାଳକ 50 ହଜାର ଟଙ୍କା ଥିବା ବ୍ୟାଗ ଫେରାଇ ସମସ୍ତ ନିକଟରେ ଉଦାହାରଣ ପାଲଟିଛନ୍ତି ।
ଅଟୋ ଚାଳକଙ୍କ ବଦାନ୍ୟତା: 50ହଜାର ଟଙ୍କା ଭର୍ତ୍ତି ବ୍ୟାଗ ଫେରାଇଲେ ପ୍ରଶଂସା ସାଉଁଟିଲେ - 50 ହଜାର ଟଙ୍କା ଫେରାଇଲେ ଅଟୋ ଚାଳକ
ରୋଲ ମଡେଲ ସାଜିଲେ ଅଟୋ ଚାଳକ । 50 ହଜାର ଟଙ୍କା ଥିବା ବ୍ୟାଗ ଫେରାଇ ସମସ୍ତଙ୍କ ନିକଟରେ ହିରୋ ସାଜିଛନ୍ତି କୋଲାମ ଅଞ୍ଚଳର ସୁରେଶ ନାମକ ବ୍ୟକ୍ତି ।
![ଅଟୋ ଚାଳକଙ୍କ ବଦାନ୍ୟତା: 50ହଜାର ଟଙ୍କା ଭର୍ତ୍ତି ବ୍ୟାଗ ଫେରାଇଲେ ପ୍ରଶଂସା ସାଉଁଟିଲେ](https://etvbharatimages.akamaized.net/etvbharat/prod-images/768-512-4936864-thumbnail-3x2-auto-driver.jpg)
କୌଣସି କାମରେ ଆମେ ଅଟୋ କିମ୍ବା ବସରେ ଯାଉଥିବା ସମୟରେ ବହୁ ଗୁରୁତ୍ବପୂର୍ଣ୍ଣ କାଗଜ ପତ୍ର ହେଉ ଅବା ବ୍ୟାଗ ଭୁଲବଶତଃ ଛାଡି ଦେଇଆସୁଥାଉ । କିନ୍ତୁ ପରବର୍ତ୍ତୀ ସମୟରେ ସେ ସବୁ ମିଳିବା ସ୍ବପ୍ନ ହୋଇପଡେ । ଆଉ ଯଦି ବ୍ୟାଗରେ ଟଙ୍କା ପଇସା ଥାଏ ତାହା ତ ସାତ ସ୍ବପ୍ନ ପାଲଟିଯାଏ । ହେଲେ କୋଲାମ ଅଞ୍ଚଳର ସୁରେଶ ନାମକ ଏକ ଅଟୋ ଚାଳକ ଜଣକ 50 ହଜାର ଟଙ୍କା ଥିବା ବ୍ୟାଗ ସହ ସମ୍ପୃକ୍ତ ବ୍ୟକ୍ତିଙ୍କ ପାସପୋର୍ଟ ଫେରାଇ କମିଶନରଙ୍କ ନିକଟରୁ ପ୍ରଶଂସା ସାଉଁଟିଛନ୍ତି ।
ସୂଚନାଯୋଗ୍ୟ, ଜଣେ ବୃଦ୍ଧା ସୁରେଶଙ୍କ ଅଟୋରେ ଭୁଲ ବଶତଃ ଟଙ୍କା ଭର୍ତ୍ତି ଥିବା ବ୍ୟାଗକୁ ଛାଡି ଦେଇଥିଲେ । ଯେଉଁଥିରେ 50 ହଜାର ଟଙ୍କା ସହ ଉକ୍ତ ବ୍ୟକ୍ତିଙ୍କ ପାସପୋର୍ଟ ଥିଲା । ଯେଉଁଥିରୁ ଅଟୋ ଚାଳକ ଜଣକ ବୃଦ୍ଧାଙ୍କ ଠିକଣା ପାଇବା ପରେ ତାଙ୍କୁ ହସ୍ତାନ୍ତର କରିଥିଲେ ।