ମେଲବୋର୍ଣ୍ଣ: ଆପଣ ବଜାରରେ ବିକ୍ରି ହେଉଥିବା ଛୋଟ ବନ୍ଧାକୋବି ନିଶ୍ଚୟ ଦେଖିଥିବେ ଖାଇମଧ୍ୟ ଥିବେ । ହେଲେ ଏପରି କୋବି କେବେ ଖାଇବା ତ ଦୂରର କଥା । କେବେ ଦେଖିନଥିବେ । ଅଷ୍ଟ୍ରେଲିଆର ମେଲବୋର୍ଣ୍ଣର ଏମିତି ଏକ କୋବି ଏବେ ସାମନାକୁ ଆସିଛି ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବେ ।
ଜାଣନ୍ତୁ କେଉଁଠୁ ମିଳିଲା ସବୁଠୁ ବଡ କୋବି - cabbage,
ଅଷ୍ଟ୍ରେଲିଆର ମେଲବୋର୍ଣ୍ଣର ଏମିତି ଏକ କୋବି ଏବେ ସାମନାକୁ ଆସିଛି ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ରୋଜମ୍ୟାରି ନରଉଡ ନାମକ ଜଣେ ମହିଳା ତାଙ୍କ ସ୍ବାମୀ ସିନ କାଡମ୍ୟାନଙ୍କ ସହ ମିଶି କୋବି ଚାଷ କରିଥିଲେ ।
ଭାଇରାଲ ଫଟୋ
ମେଲବୋର୍ଣ୍ଣର ରୋଜମ୍ୟାରି ନରଉଡ ନାମକ ଜଣେ ମହିଳା ତାଙ୍କ ସ୍ବାମୀ ସିନ କାଡମ୍ୟାନଙ୍କ ସହ ମିଶି କୋବି ଚାଷ କରିଥିଲେ । ଏହି ଚାଷ ପାଇଁ ଦୁହିଁଙ୍କୁ ଅକ୍ଲାନ୍ତ ପରିଶ୍ରମ କରିବାକୁ ପଡିଥିଲା । ସବୁଠାରୁ ବଡ ବନ୍ଧାକୋବି ଉତ୍ପାଦନ କରିଥିଲେ । ଗତବର୍ଷ ଏପ୍ରିଲ ମାସରୁ ଏହି ଦମ୍ପତି ଇକୋ ଟୁରିଜିମ ଗେଷ୍ଟ ହାଉସରେ କରିଥିଲେ ଏହି କୋବି ଚାଷ।
ତେବେ ଏହି ବାବଦରେ ରୋଜମ୍ୟାରି କହିଛନ୍ତି, ଭଲ ପାଗ, ଯଥେଷ୍ଟ ବର୍ଷା ଏବଂ ଉପଯୁକ୍ତ ପ୍ରଣାଳୀରେ ଚାଷ ଯୋଗୁଁ ଏହି କୋବି ଉତ୍ପାଦନ ସମ୍ଭବ ହୋଇପାରିଛି ।