ଓଡିଶା

odisha

ETV Bharat / bharat

ଭାରତକୁ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା, 'ଆମ ବନ୍ଧୁତ୍ବ ବିଶ୍ବାସ ଉପରେ ପ୍ରତିଷ୍ଠିତ' - ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ସ୍ବାଧିନତା ଦିବସର ଗୋଟିଏ ଦିନ ପୂର୍ବରୁ ଭାରତବାସୀଙ୍କ ଶୁଭେଚ୍ଛା ଜଣାଇଛନ୍ତି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ । ଏହାସହ ଭାରତ ଓ ଅଷ୍ଟ୍ରଲିଆ ମଧ୍ୟରେ ବନ୍ଧୁତା ବିଶ୍ବାସ ଏବଂ ସମ୍ମାନ ଉପରେ ପ୍ରତିଷ୍ଠିତ ବୋଲି ମୋରିସନ କହିଛନ୍ତି । ଅଧିକ ପଢନ୍ତୁ...

ଭାରତବାସୀଙ୍କୁ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା, 'ଆମ ବନ୍ଧୁତ୍ବ ବିଶ୍ବାସ ଉପରେ ପ୍ରତିଷ୍ଠିତ'
ଭାରତବାସୀଙ୍କୁ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା, 'ଆମ ବନ୍ଧୁତ୍ବ ବିଶ୍ବାସ ଉପରେ ପ୍ରତିଷ୍ଠିତ'

By

Published : Aug 14, 2020, 4:11 PM IST

ନୂଆଦିଲ୍ଲୀ: ମୋଦି ସରକାର କ୍ଷମତାକୁ ଆସିବା ପରେ ଗତ କିଛି ବର୍ଷ ହେବ ଦେଶର ବୈଦେଶିକ ନୀତିରେ ବେଶ ପରିବର୍ତ୍ତନ ପରିଲକ୍ଷିତ ହୋଇଛି । ଭାରତ ବିଶ୍ବକୁ ବସୁଧୈବ କୁଟୁମ୍ବକମର ନାରା ଦେଉଥିବା ବେଳେ ଅନେକ ଦେଶ ଭାରତକୁ ନିଜର ଶ୍ରେଷ୍ଠ ବନ୍ଧୁ ଭାବରେ ବିବେଚନା କରୁଛନ୍ତି । ଏପରିସ୍ଥିତିରେ ସ୍ବାଧିନତା ଦିବସର ଗୋଟିଏ ଦିନ ପୂର୍ବରୁ ଭାରତବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ । ଏହାସହ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବନ୍ଧୁତା ବିଶ୍ବାସ ଏବଂ ସମ୍ମାନ ଉପରେ ପ୍ରତିଷ୍ଠିତ ବୋଲି ମୋରିସନ କହିଛନ୍ତି ।

ମୋରିସନ କହିଛନ୍ତି, ବାଣିଜ୍ୟ ଏବଂ କୂଟନୈତିକ ଠାରୁ ଅଷ୍ଟ୍ରେଲିଆ ଏବଂ ଭାରତ ମଧ୍ୟରେ ବନ୍ଧୁତ୍ବର ଗଭୀରତା ଢେର ଅଧିକ | ଏହା ବିଶ୍ବାସ ଏବଂ ସମ୍ମାନ ଉପରେ ପ୍ରତିଷ୍ଠିତ । ଗଣତନ୍ତ୍ର, ପ୍ରତିରକ୍ଷା ସହଯୋଗର ପ୍ରତୀକ ଏହି ବନ୍ଧୁତ୍ବ ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଏକ ବିସ୍ତୃତ ରଣନୀତିକ ଭାଗିଦାରୀରେ ଦ୍ବିପାକ୍ଷିକ ସମ୍ପର୍କର ଇତିହାସ ଉପରେ ଆଲୋକପାତ କରିଛନ୍ତି। ସେ କହିଛନ୍ତି ଯେ ଭାରତୀୟ ପ୍ରବାସୀ ଅଷ୍ଟ୍ରେଲିଆର ଏକ ବଡ ଉତ୍ସ । ଆମେ ଜାଣୁ ନାଗରିକମାନେ ଆମ ଦେଶ ମଧ୍ୟରେ ଜୀବନ୍ତ ସେତୁ । ଛାତ୍ର ଭାବରେ ହେଉ କି କୁଶଳୀ ଶ୍ରମିକ, ପ୍ରବାସୀ ଭାରତୀୟଙ୍କ ଏଠାରେ ଉପସ୍ଥିତି ଅଷ୍ଟ୍ରେଲିଆକୁ ସମୃଦ୍ଧ କରିଛି | ଏହାସହ ଭାରତ ବର୍ତ୍ତମାନ ପ୍ରବାସୀମାନଙ୍କ ପାଇଁ ଆମର ସବୁଠାରୁ ବଡ ଉତ୍ସ ଏବଂ ସେମାନଙ୍କର ଉପସ୍ଥିତି ଅଷ୍ଟ୍ରେଲିଆକୁ ପୃଥିବୀର ସବୁଠାରୁ ସଫଳ ବହୁମୁଖୀ ସଂସ୍କୃତିରେ ପରିଣତ କରିବାରେ ସହାୟକ ହୋଇଛି।

ABOUT THE AUTHOR

...view details