ଡେରାଡୁନ: ହିନ୍ଦୁଙ୍କ ପବିତ୍ର ଧାମ ଭଗବାନ ବଦ୍ରୀନାଥରେ ଅତୁଟ ଶ୍ରଦ୍ଧା ଓ ବିଶ୍ବାସ ରଖୁଥିବା ଅଷ୍ଟ୍ରେଲିଆର ପ୍ରେମୀଯୁଗଳ ହିନ୍ଦୁ ରୀତିନିତି ଅନୁସାରେ ବିବାହ କରିଛନ୍ତି । ଅଷ୍ଟ୍ରେଲିଆରୁ କେବଳ ଏମାନେ ବିବାହ କରିବା ପାଇଁ ଭାରତ ଆସିଥିଲେ । ଉଭୟ ନବଦମ୍ପତି ହେଲେ ଅଷ୍ଟ୍ରେଲିଆ ବାସିନ୍ଦା ପାଓଲୋ ଓ କ୍ୟାରା ।
ବଦ୍ରୀନାଥରେ ବିବାହ କଲେ ଅଷ୍ଟ୍ରେଲିଆ ପ୍ରେମୀଯୁଗଳ - ଅଷ୍ଟ୍ରେଲିଆର ଦୁଇ ଦମ୍ପତ୍ତି
ଭଗବାନ ବଦ୍ରି ବିଶାଲଙ୍କର ଆଶୀର୍ବାଦ ସହ ବିବାହ ବନ୍ଧନରେ ବାନ୍ଧି ହେଲେ ଅଷ୍ଟ୍ରେଲିଆର ପ୍ରେମୀଯୁଗଳ ।
ଅଷ୍ଟ୍ରେଲିଆର ପର୍ଥରେ ରହୁଥିବା ପାଓଲୋଙ୍କର ଭଗବାନ ବଦ୍ରି ବିଶାଲଙ୍କ ପ୍ରତି ଅଗାଢ ବିଶ୍ବାସ ରହିଛି । ଯେଉଁଥିପାଇଁ ସେ ତାଙ୍କର ଜୀବନର ସବୁଠୁ ଖୁସିର ଦିନକୁ ମରେରଖିବା ପାଇଁ ବଦ୍ରିଧାମରେ ବିବାହ କରିଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ପାଓଲୋ କହିଛନ୍ତି ଯେ, ବଦ୍ରି ଭଗବାନଙ୍କ ପ୍ରତି ତାଙ୍କ ମନରେ ଅଜସ୍ର ଭକ୍ତି ଓ ଶ୍ରଦ୍ଧା ରହିଛି । ଏହା ପୂର୍ବରୁ ସେ ଅନେକ ଥର ଏଠାକୁ ଆସିସାରିଛନ୍ତି । ଏଠାରେ ବିବାହ କରିବା ପ୍ରସ୍ତାବ ନେଇ ସେ କ୍ୟାରାଙ୍କୁ କହିଥିଲେ । କ୍ୟାରା ମଧ୍ୟ ତାଙ୍କ ପ୍ରସ୍ତାବରେ ରାଜି ହୋଇଯାଇଥିଲେ । ଯାହାଫଳରେ ବୁଧବାର ଉଭୟ ବଦ୍ରି ବିଶାଲଙ୍କୁ ସାକ୍ଷୀ ରଖି ସାତ ଜନ୍ମର ସାଥୀ ହୋଇଛନ୍ତି ।
ବିବାହ ପରେ ନବ ଦମ୍ପତି ଭଗବାନଙ୍କ ଆଶୀର୍ବାଦ ନେଇଥିଲେ । ଏହାସହ ମନ୍ଦିର ପରିସରରେ ଶ୍ରଦ୍ଧାଳୁଙ୍କୁ ମିଠା ବାଣ୍ଟିଥିଲେ ।