ଓଡିଶା

odisha

ETV Bharat / bharat

ଧାରା 370 ଉଚ୍ଛେଦ ସମର୍ଥନରେ ପ୍ରବାସୀ ଭାରତୀୟଙ୍କ ରାଲି - indian origin support to revocation of article 370

ଜମ୍ମୁ-କାଶ୍ମୀରରୁ ଧାରା 370 ଉଚ୍ଛେଦ କରିବାର ଭାରତ ସରକାରଙ୍କ ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି ଅଷ୍ଟ୍ରେଲିଆର ପ୍ରବାସୀ ଭାରତୀୟ । ଏହାର ସମର୍ଥନରେ ସେମାନେ ମେଲବର୍ଣ୍ଣରେ ଏକ ରାଲିର ଆୟୋଜନ କରିଛନ୍ତି ।

ଫଟୋ ସୌଜନ୍ୟ: ଏଏନଆଇ

By

Published : Sep 15, 2019, 2:54 PM IST

ମେଲବର୍ଣ୍ଣ: ଜମ୍ମୁ-କାଶ୍ମୀରରୁ ଧାରା 370 ଉଚ୍ଛେଦ କରିବାର ଭାରତ ସରକାରଙ୍କ ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି ଅଷ୍ଟ୍ରେଲିଆର ପ୍ରବାସୀ ଭାରତୀୟ । ଏହାର ସମର୍ଥନରେ ସେମାନେ ରବିବାର ମେଲବର୍ଣ୍ଣରେ ଜମା ହୋଇଛନ୍ତି । ଏହା ସହିତ ସେମାନେ କାଶ୍ମୀର ପଣ୍ଡିତଙ୍କ ନେତୃତ୍ବରେ ଭିକ୍ଟୋରିଆନ ଷ୍ଟେଟ ସଂସଦ ଠାରୁ ଫେଡରେଶନ ସ୍କ୍ବାୟର ପର୍ଯ୍ୟନ୍ତ ଏକ ରାଲିର ଆୟୋଜନ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଜମ୍ମୁ-କାଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ପ୍ରଦାନ କରୁଥିବା ଅନୁଚ୍ଛେଦ 370କୁ ମୋଦି ସରକାର ଅଗଷ୍ଟ 5 ତାରିଖରେ ଉଚ୍ଛେଦ କରିଥିଲେ । ସେପଟେ ଏହାକୁ ତୀବ୍ର ବିରୋଧ କରି ପାକିସ୍ତାନ ଭାରତ ବିରୋଧରେ ନୂଆ ନୂଆ ଷଡଯନ୍ତ୍ର ରଚିବା ଆରମ୍ଭ କରିଛି । ଜାତିସଙ୍ଘ ସୁରକ୍ଷା ପରିଷଦଠାରୁ ଆରମ୍ଭ କରି ଅନ୍ୟାନ୍ୟ ଅନ୍ତରାଷ୍ଟ୍ରୀୟ ମଞ୍ଚରେ ଭାରତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ବିଫଳ ହେବା ପରେ ଏବେ ସୋସିଆଲ ମିଡିଆ ଜରିଆରେ ଲୋକଙ୍କୁ ଭାରତ ବିରୋଧରେ ପ୍ରବର୍ତ୍ତାଉଛି ପାକିସ୍ତାନ । ଯାହାକୁ ନେଇ ଆଜି ଭାରତ ସମର୍ଥନରେ ରାଲି କରିଛନ୍ତି ଅଷ୍ଟ୍ରେଲିଆର ପ୍ରବାସୀ ଭାରତୀୟ ।

ABOUT THE AUTHOR

...view details