ଓଡିଶା

odisha

ETV Bharat / bharat

ଅଷ୍ଟ୍ରେଲିଆ ବନାଗ୍ନି ପୀଡିତ ଲୋକଙ୍କୁ ଭାରତୀୟ ଦମ୍ପତୀଙ୍କ ସହାୟତାର ହାତ

ଉଗ୍ରରୂପ ନେଉଛି ଅଷ୍ଟ୍ରେଲିଆ ନିଆଁ। ଏହି ଅଗ୍ନିକାଣ୍ଡ ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବବୃହତ୍ତ ଅଗ୍ନିକାଣ୍ଡ ବୋଲି କୁହାଯାଉଛି। ଏଥିରେ ପୀଡିତ ଲୋକଙ୍କୁ ସାହାଯ୍ୟ କରିବା ସହ ଖାଦ୍ୟ ପରଷୁଛନ୍ତି ଭାରତୀୟ ଦମ୍ପତି। ଅଧିକ ଖବର ପଢନ୍ତୁ...

By

Published : Jan 5, 2020, 6:18 PM IST

fire breaks
ଅଷ୍ଟ୍ରେଲିଆ ବନାଗ୍ନି ପୀଡିତ ଲୋକଙ୍କୁ ଭାରତୀୟ ଦମ୍ପତୀଙ୍କ ସହାୟତାର ହାତ

କାନବେରା: ଭୟଙ୍କର ନିଆଁ ମୁହଁରେ ଦ୍ବୀପ ରାଷ୍ଟ୍ର ଅଷ୍ଟ୍ରେଲିଆରେ ଥିବା ଜଙ୍ଗଲ। ଏ ଘଟଣାରେ ପ୍ରାୟ ୫୦ କୋଟି ଜୀବଜନ୍ତୁ, ୧୮ ଜଣ ମଣିଷ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଅଷ୍ଟ୍ରେଲିଆ ଜଙ୍ଗଲରେ ଗତ ବର୍ଷ ସେପ୍ଟେମ୍ବରରୁ ବ୍ୟାପିଥିବା ନିଆଁ ଏବେ ଉଗ୍ର ରୂପ ଧାରଣ କରିଛି। ଏହି ଅଗ୍ନିକାଣ୍ଡରେ ବାସହରା ହୋଇଥିବା ଲୋକଙ୍କୁ ସହାୟତାର ହାତ ବଢାଇଛନ୍ତି ଜଣେ ଭାରତୀୟ ଦମ୍ପତୀ।

ଏହି ଦମ୍ପତୀ ହେଲେ କମଲଜୀ ଖେର ଓ ତାଙ୍କ ସ୍ବାମୀ କନୱାଲଜୀତ ସିଂ। ଏମାନେ ଅଗ୍ନିକାଣ୍ଡ ପ୍ରଭାବିତ ଲୋକଙ୍କ ପାଇଁ ନିଜ ରେସ୍ତୋରାଁ ଦେଶୀ ଗ୍ରୀଲରୁ ଖାଦ୍ୟ ଆଣି ଗତ 5 ଦିନ ହେବ ଯୋଗାଉଛନ୍ତି।

‘ଅଗ୍ନିକାଣ୍ଡରେ ପ୍ରଭାବିତ ଲୋକଙ୍କୁ ଆମେ ଭାତ,ଡାଲି ଓ ତରକାରୀ ଯୋଗାଇଦେଉଛି। ଏହି ସମସ୍ତ ଖାଦ୍ୟକୁ ଆମେ ରିଲିଫ କେନ୍ଦ୍ରରେ ଦେଇଥାଉ। ଏହାସହ ଯେଉଁମାନେ ଆମ ରେସ୍ତୋରାଁରେ ଆସି ପହଞ୍ଚିଛନ୍ତି ସେମାନଙ୍କୁ ମଧ୍ୟ ଦିଆଯାଉଛି’ ବୋଲି କହିଛନ୍ତି ସେମାନେ।

ସେମାନଙ୍କର କହିବା କଥା ଯେ, ପ୍ରାଥମିକ ପର୍ଯ୍ୟାୟରେ ଏହି ସ୍ଥାନରେ କମ ନିଆଁ ଲାଗିଥିଲା। ହେଲେ ଧୀରେ ଧୀରେ
ଏହି ନିଆଁ ଉଗ୍ରରୂପ ଧାରଣ କରିବା ସହ ଚାରିଆଡେ ବ୍ୟାପି ଯାଇଛି। ଯାହାଫଳରେ ଅନେକ ଧନଜୀବନ ନଷ୍ଟ ହେବା ସହ ପଶୁପକ୍ଷୀ ପ୍ରାଣ ହରାଉଛନ୍ତି।

ଭିକ୍ଟୋରିଆର ପୂର୍ବ ଜିପ୍ସଲ୍ୟାଣ୍ଡରେ 43ଟି ଘର ଅଗ୍ନିକତାଣ୍ଡରେ ଧ୍ବସଂ ହୋଇଥିବା ବେଳେ ନ୍ୟୁସାଉଥ ୱେଲ୍ସରେ 176 ଘର ନଷ୍ଟ ହୋଇଯାଇଛି। ସେପଟେ ଏହି ବନାଗ୍ନି ଅଣାୟତ୍ତ ହେବାଯୋଗୁଁ ନିଜର ଭାରତ ଗସ୍ତ ବାତିଲ କରିଛନ୍ତି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍‌।

ABOUT THE AUTHOR

...view details