ଓଡିଶା

odisha

ETV Bharat / bharat

‘ଔରଙ୍ଗାବାଦ ଟ୍ରେନ୍ ଦୁର୍ଘଟଣାର ପୁନରାବୃତ୍ତି ହେବନି’

ମହାରାଷ୍ଟ୍ରର ଔରଙ୍ଗାବାଦରେ ଏକ ମାଲବାହୀ ଟ୍ରେନ୍ ଧକ୍କାରେ 16 ଜଣ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ସମବେଦନା ଜଣାଇ CCRS ଆଶ୍ବସନା ଦେଇ କହିଛିଯେ, ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତ୍ତି ନହେବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରାଯିବା ଉଚିତ୍ । ଅଧିକ ପଢନ୍ତୁ...

ଔରଙ୍ଗାବାଦରେ ଟ୍ରେନ୍ ଦୁର୍ଘଟଣାର ପୁନରାବୃତ୍ତି ନହେବାକୁ ଆଶ୍ବସନା ଦେଲା:
ଔରଙ୍ଗାବାଦରେ ଟ୍ରେନ୍ ଦୁର୍ଘଟଣାର ପୁନରାବୃତ୍ତି ନହେବାକୁ ଆଶ୍ବସନା ଦେଲା:

By

Published : May 9, 2020, 6:58 PM IST

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଔରଙ୍ଗାବାଦ ଜିଲ୍ଲାରେ ଏକ ମାଲବାହୀ ଟ୍ରେନ୍ ଧକ୍କାରେ ରେଳଲାଇନରେ ଶୋଇଥିବା 16 ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାପରେ ରେଳ ସୁରକ୍ଷା ବିଭାଗର ମୁଖ୍ୟ କମିଶନର ଶୈଲେଶ ଯାଦବ ରେଳ ବୋର୍ଡ ଅଧ୍ୟକ୍ଷ ଭି.କେ ଯାଦବଙ୍କୁ ଏକ ଚିଠି ଲେଖି ଅତ୍ୟଧିକ ସତର୍କତା ଅବଲମ୍ବନ କରିବାକୁ କରିଛନ୍ତି। ଏଭଳି ଦୁର୍ଘଟଣା ଯେପରି ପୁଣିଥରେ ନହୁଏ ସେନେଇ ରେଳ କର୍ମଚାରୀଙ୍କୁ ଆବଶ୍ୟକୀୟ ନିର୍ଦ୍ଦେଶ ଦେବାକୁ ସେ କହିଛନ୍ତି ।

ଘଟଣାରେ ସମବେଦନା ଜଣାଇ CCRS ଆଶ୍ବସନା ଦେଇ କହିଛି ଯେ, ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତ୍ତି ନହେବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରାଯିବ । ସେ ତାଙ୍କ ଚିଠିରେ ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ଦୁର୍ଘଟଣାରେ ମୃତ ଶ୍ରମିକ ମାନେ କୋରୋନା ଲକଡାଉନରେ କୌଣସି ଟ୍ରେନ ଚାଲିନଥିବା ଭାବି ସେମାନେ ଟ୍ରେନ ଟ୍ରାକରେ ଶୋଇଯାଇଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ, କୌଣସି ଟ୍ରେନ୍ ଚଳାଚଳ କରୁନଥିବା ବିଷୟରେ ଏକ ଭୁଲ ଭାବନା ସେମାନଙ୍କ ମନକୁ ଆସିଥିଲା । କିନ୍ତୁ ଲକଡାଉନ ସମୟରେ ମାଲ ପରିବହନ କିମ୍ବା ପାର୍ସଲ୍ ସ୍ପେଶାଲ୍ ଟ୍ରେନ ଚାଲୁଛି ଏବଂ ବର୍ତ୍ତମାନ ପ୍ରବାସୀ ଶ୍ରମିକ ସ୍ପେଶାଲ୍ ଟ୍ରନ ଗଡିବା ଆରମ୍ଭ ହୋଇଛି ବୋଲି ସେମାନେ ଅଜ୍ଞ ଥିଲେ ।

ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଅଧୀନରେ ଆସୁଥିବା ରେଳ ସୁରକ୍ଷା ଆୟୋଗ ସମସ୍ତ ଗୁରୁତର ରେଳ ଦୁର୍ଘଟଣାର ଅନୁସନ୍ଧାନ କରିଥାଏ । ଏହି ପ୍ରସଙ୍ଗରେ ଜୋନାଲ କାର୍ଯ୍ୟାଳୟକୁ ଆବଶ୍ୟକ ନିର୍ଦ୍ଦେଶାବଳୀ ଜାରି କରିବାକୁ ରେଳ ବୋର୍ଡର ଚେୟାରମ୍ୟାନଙ୍କୁ କମିଶନର ଅନୁରୋଧ କରିଛନ୍ତି।

ସେ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି, “ଏପରି ସ୍ଥିତିରେ, ଯେପରି ସତର୍କତା ଅବଲମ୍ବନ କରାଯାଏ, ଟ୍ରେନ୍ ଅପରେସନ, ରକ୍ଷଣାବେକ୍ଷଣ ଏବଂ ପାଟ୍ରୋଲିଂ କାର୍ଯ୍ୟକଳାପରେ ଜଡ଼ିତ ସମସ୍ତ ରେଳ କର୍ମଚାରୀଙ୍କୁ ତୁରନ୍ତ ସଚେତନ କରାଇବା ଆବଶ୍ୟକ । ଯଦି ସେମାନଙ୍କୁ ଏପରି କିଛି ଦେଖାଯାଏ ତେବେ ନିକଟସ୍ଥ ଷ୍ଟେସନକୁ ଖବର ଦିଆଯାଉ ଯାହା ଦ୍ବାରା ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ। "

ABOUT THE AUTHOR

...view details