ଓଡିଶା

odisha

ETV Bharat / bharat

ଯୋଗୀ ଆଦିତ୍ୟନାଥ ହେଉଛନ୍ତି ଅଯୋଗ୍ୟ ଏବଂ ନିର୍ଦ୍ଦୟ ମୁଖ୍ୟମନ୍ତ୍ରୀ: ମହାରାଷ୍ଟ୍ର କଂଗ୍ରେସ - yogi adityanath over migrant labours issue

ପ୍ରବାସୀ ଶ୍ରମିକଙ୍କ ମାମଲାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋମବାର କହିଛନ୍ତି ଯେ ଯେଉଁ ରାଜ୍ୟ ୟୁପିର ପ୍ରବାସୀ ଶ୍ରମିକମାନଙ୍କୁ ନିଜ ରାଜ୍ୟକୁ ଫେରାଇ ନେବାକୁ ଚାହୁଁଛି, ତେବେ ସେମାନଙ୍କୁ ୟୁପି ସରକାରଙ୍କ ଅନୁମତି ନେବାକୁ ପଡ଼ିବ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଯୋଗୀ ଆଦିତ୍ୟନାଥ
ଯୋଗୀ ଆଦିତ୍ୟନାଥ

By

Published : May 26, 2020, 1:01 AM IST

ନୂଆଦିଲ୍ଲୀ: ପ୍ରବାସୀ ଶ୍ରମିକଙ୍କ ମାମଲାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋମବାର କହିଛନ୍ତି ଯେ ଯେଉଁ ରାଜ୍ୟ ୟୁପିର ପ୍ରବାସୀ ଶ୍ରମିକମାନଙ୍କୁ ନିଜ ରାଜ୍ୟକୁ ଫେରାଇ ନେବାକୁ ଚାହୁଁଛି, ତେବେ ସେମାନଙ୍କୁ ୟୁପି ସରକାରଙ୍କ ଅନୁମତି ନେବାକୁ ପଡ଼ିବ । ଏହା ବ୍ୟତୀତ ସେହି ଶ୍ରମିକମାନଙ୍କର ସାମାଜିକ, ଆଇନଗତ ଏବଂ ଅର୍ଥନନୈତିକ ଅଧିକାର ସୁନିଶ୍ଚିତ କରିବାକୁ ପଡିବ । ଯୋଗୀ ସରକାରଙ୍କ ଏହି ନିଷ୍ପତ୍ତିକୁ ମହାରାଷ୍ଟ୍ର କଂଗ୍ରେସ (ଏନସି) ଏବଂ ଏନସିପି ଟାର୍ଗେଟ କରିଛନ୍ତି । ମହାରାଷ୍ଟ୍ର କଂଗ୍ରେସ ୟୁପି ସରକାରଙ୍କୁ ଅଯୋଗ୍ୟ ତଥା ନିର୍ଦ୍ଦୟ ମୁଖ୍ୟମନ୍ତ୍ରୀ ବୋଲି କହିଛି ।

ମହାରାଷ୍ଟ୍ର କଂଗ୍ରେସର ସାଧାରଣ ସମ୍ପାଦକ ତଥା ମୁଖପାତ୍ର ସଚିନ ସାୱନ୍ତ କହିଛନ୍ତି, ‘ପ୍ରବାସୀ ଶ୍ରମିକମାନେ ସର୍ବପ୍ରଥମେ ମଣିଷ ଏବଂ ପରେ ଭାରତୀୟ ନାଗରିକ । ଦେଶର ଯେକୌଣସି ସ୍ଥାନରେ କାମ କରିବାକୁ କାହାକୁ ଅନୁମତି ନେବା ଆବଶ୍ୟକ ନାହିଁ । ଯୋଗୀ ଆଦିତ୍ୟନାଥ ହେଉଛନ୍ତି ସବୁଠାରୁ ଅଯୋଗ୍ୟ ଏବଂ ନିର୍ଦ୍ଦୟ ମୁଖ୍ୟମନ୍ତ୍ରୀ । ସେ ନିଜର ହିଁ ରାଜ୍ୟବାସୀଙ୍କୁ ଶତ୍ରୁ ବୋଲି ପ୍ରମାଣ କରୁଛନ୍ତି ।’

For All Latest Updates

ABOUT THE AUTHOR

...view details